Categories: ଖେଳ

୨୦୨୩ ବିଶ୍ୱକପ୍‌ କ୍ୱାଲିଫାୟର୍ସ ଆୟୋଜନ କରିବ ଜିମ୍ବାଓ୍ବେ

ଦୁବାଇ,୧୭।୧୨(ପି.ଟି.): ଭାରତରେ ଆୟୋଜନ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପ୍‌ର କ୍ୱାଲିଫାୟର୍ସ ଜିମ୍ବାଓ୍ବେରେ ଖେଳାଯିବ। କୋଭିଡ୍‌-୧୯ ମହାମାରୀ ପାଇଁ ଟୁର୍ନାମେଣ୍ଟ ଘୁଞ୍ଚାଇବାକୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ବାଧ୍ୟ ହୋଇଥିଲା। ଫଳରେ ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁସାରେ ଏହି କ୍ୱାଲିଫାୟର୍ସ ଟୁର୍ନାମେଣ୍ଟ ଜୁନ୍‌ ୧୮ରୁ ୯ ତାରିଖ ମଧ୍ୟରେ ଆୟୋଜନ ହେବ ଆଇସିସି ସୂଚନା ଦେଇଛି। ଅୟୋଜକ ଭାରତ ସମେତ ଅନ୍ୟ ୭ ସୁପର ଲିଗ୍‌ ଦଳଗୁଡିକ ସିଧାସଳଖ ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିବେ। ବିଶ୍ୱକପ୍‌ ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବ। ତେବେ ସୁପର ଲିଗ୍‌ରେ ନିମ୍ନରେ ଥିବା ୫ଟି ଦଳ ୨୦୨୩ ବିଶ୍ୱକପ୍‌ କ୍ୱାଲିଫାୟରରେ ଅବତୀର୍ଣ୍ଣ ହେବେ। ଆଇସିସି ଏଥି ସହିତ ଓ୍ବାଲର୍‌ଡ ଲିଗ୍‌ ୨ ଓ ଚ୍ୟାଲେଞ୍ଜ ଲିଗ୍‌ କାର୍ଯସୂଚୀ ମଧ୍ୟ ଘୋଷଣା କରିଛି। ଓ୍ବାଲର୍‌ଡ କପ୍‌ ଲିଗ୍‌ ୨ ଆସନ୍ତାବର୍ଷ ମାର୍ଚ୍ଚରୁ ଆରମ୍ଭ ହେବ।
କ୍ରିକେଟ ଓ୍ବଲର୍‌ଡକପ୍‌ ଚ୍ୟାଲେଞ୍ଜ ଲିଗ୍‌ ବି ଆସନ୍ତାବର୍ଷ ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇ ୧୪ରେ ଶେଷ ହେବ। ଏଥିରେ ୧୫ଟି ମ୍ୟାଚ ଖେଳାଯିବ ଓ ବରମୁଡା, ହଂକଂ, ଇଟାଲୀ, କେନିୟା ଓ ଉଗାଣ୍ଡା ଏଥିରେ ଅଂଶଗ୍ରହଣ କରିବେ। ଓ୍ବାଲର୍‌ଡ କପ୍‌ ସୁପର ଲିଗ୍‌ ସହିତ ଏହି ଦୁଇଟି ଲିଗ୍‌ ସମାନ୍ତରାଳ ଭାବେ ଆୟୋଜନ ହେବ।

Share