Categories: ଖେଳ

ଟି-୨୦ରେ ନୂଆ କାରନାମା କଲେ ଜିମ୍ବାଓ୍ବେ କ୍ରିକେଟର୍‌: ଏମିତି କରିବାରେ ବିଶ୍ୱର ପ୍ରଥମ କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୧: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଜିମ୍ବାୱେକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। କିନ୍ତୁ ଜିମ୍ବାୱେ କ୍ରିକେଟର ସିକନ୍ଦର ରାଜା ଯାହା କରିଛନ୍ତି ତାହା ଏପର୍ଯ୍ୟନ୍ତ କେହି କରି ପାରି ନାହାନ୍ତି। ଏହି ମ୍ୟାଚରେ ସିକନ୍ଦର ରାଜା ଜଣେ ବୋଲର ଭାବରେ ୩ ଓଭରରେ ୧୩ ରନ ଦେଇ ୩ ବ୍ୟାଟ୍ସମ୍ୟାନଙ୍କୁ ତାଙ୍କ ଶିକାର କରିଥିଲେ। ସିକନ୍ଦର ରାଜା ମଧ୍ୟ ବ୍ୟାଟିଂରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ସିକନ୍ଦର ରଜା ୪୨ ବଲରେ ୬୨ ରନ ଖେଳିଥିଲେ। ସେ ତାଙ୍କ ଇନିଂସରେ ୫ ଚୌକା ଓ ୨ ଛକା ମାରିଥିଲେ।
ଶେଷ ୫ ଟି-୨୦ ମ୍ୟାଚରେ ସିକନ୍ଦର ରାଜା ପ୍ରତ୍ୟେକ ଥର ପଚାଶ ରନ ଅତିକ୍ରମ କରିଛନ୍ତି। ଏହା ବ୍ୟତୀତ ଜଣେ ବୋଲର ଭାବରେ ସେ ଅତି କମରେ ୨ ଉଇକେଟ ନେଇଛନ୍ତି। ଆଜି ପର୍ଯ୍ୟନ୍ତ ଟି -୨୦ ଇତିହାସରେ କୌଣସି ଖେଳାଳି ଏହା କରିନାହାଁନ୍ତି। ଏହି ସିରିଜ ରୁୱାଣ୍ଡା ବିପକ୍ଷ ମ୍ୟାଚ ସହିତ ଆରମ୍ଭ ହୋଇଥିଲା। ଏହି ମ୍ୟାଚ୍‌ରେ ସିକନ୍ଦର ୩୬ ବଲରେ ୫୮ ରନ ସଂଗ୍ରହ କରିଥିଲେ। ବୋଲିଂରେ ସେ ୩ ରନ ଦେଇ ୩ ଉଇକେଟ ନେଇଥିଲେ। ଏହା ପରେ ସେ ନାଇଜେରିଆ ବିପକ୍ଷରେ ୩୭ ବଲରେ ୬୫ ରନ ସଂଗ୍ରହ କରିଥିଲେ ଏବଂ ବୋଲିଂରେ ସେ ୧୩ ରନ୍‌ ଦେଇ ୨ ଖେଳାଳିଙ୍କୁ ଆଉଟ୍‌ କରିଥିଲେ।
ତା’ପରେ କେନିଆ ବିପକ୍ଷ ମ୍ୟାଚରେ ସିକନ୍ଦର ୪୮ ବଲରେ ୮୨ ରନ ସଂଗ୍ରହ କରିଥିଲେ। ଏଥି ସହ ବୋଲିଂରେ ସେ ୨୧ ରନ ଦେଇ ୨ ଉଇକେଟ ନେଇଥିଲେ। ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ଏହି ଅଲରାଉଣ୍ଡର ୪୨ ବଲରେ ୬୫ ରନ ସଂଗ୍ରହ କରିଥିବାବେଳେ ବୋଲିଂରେ ସେ ୨୮ ରନ ଦେଇ ୩ ଖେଳାଳିଙ୍କୁ ନିଜର ଶିକାର ହୋଇଥିଲେ। ଏଥି ସହିତ ଶ୍ରୀଲଙ୍କା ବିପକ୍ଷରେ ସେ ୪୨ ବଲରେ ୬୫ ରନ ସଂଗ୍ରହ କରିଥିବାବେଳେ ବୋଲିଂରେ ସେ ୧୩ ରନ ଦେଇ ୩ ଉଇକେଟ ନେଇଥିଲେ। ଏହିପରି ସିକନ୍ଦର ଶେଷ ୫ ଟି-୨୦ ମ୍ୟାଚରେ ପ୍ରତ୍ୟେକ ଥର ପଚାଶ ରନ ମାର୍କ ଅତିକ୍ରମ କରିଥିଲେ ଏବଂ ମ୍ୟାଚରେ ଅତି କମରେ ୨ ଉଇକେଟ ନେଇଥିଲେ।

Share