Categories: ବାଣିଜ୍ୟ

ରେଳ ଟ୍ରାକ୍‌କୁ ମଜଭୁତ କରିବ ଜିଙ୍କ୍‌

ଭୁବନେଶ୍ୱର,୮।୭: ଅନ୍ତଃରାଷ୍ଟ୍ରୀୟ ଜିଙ୍କ୍‌ ଆସୋସିଏଶନ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କର୍ମଶାଳାର ଆୟୋଜନ କରାଯାଇଥିଲା। ବିଶେଷକରି ଭାରତୀୟ ରେଲଓ୍ବେର ବିଶାଳ ରେଳ ନେଟ୍‌ଓ୍ବାର୍କରେ ବିସ୍ତାରିତ ହୋଇଥିବା ରେଳ ଟ୍ରାକ୍‌ର ସୁରକ୍ଷା ଓ ଅବକ୍ଷୟ ରୋକିବା ଦିଗରେ ଜିଙ୍କ୍‌ ଆବୃତ୍ତ ରେଳ ଲାଇନର ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି।
ଏ ସମ୍ପର୍କରେ ଅନ୍ତର୍ଜାତୀୟ ଜିଙ୍କ୍‌ ଆସୋସିଏସନର ନିର୍ଦ୍ଦେଶକ ରାହୁଲ ଶର୍ମା କହିଛନ୍ତି, ବିଭିନ୍ନ କାରଣରୁ ରେଳ ଟ୍ରାକ୍‌ କ୍ଷୟ ଯୋଗୁ ରେଳବାଇ ବାର୍ଷିକ ବହୁ କ୍ଷତି ସହିଥାଏ। ଏପରିକି ଯାତ୍ରୀଙ୍କ ସୁରକ୍ଷା ପାଇଁ ମଧ୍ୟ ବିଶେଷ କ୍ଷତିକାରକ ଏବଂ ଟ୍ରେନର ଗତି ହ୍ରାସ ହୋଇଥିବାରୁ ଦୈନିକ ଯାତ୍ରା ଉପରେ ମଧ୍ୟ ବେଶ୍‌ ପ୍ରଭାବ ପକାଇଥାଏ। ସେହିଭଳି ଏହା ମଧ୍ୟ ନିରାପତ୍ତା ଦକ୍ଷତା ଉପରେ ବେଶ୍‌ ପ୍ରଭାବ ପକାଇଥାଏ ଏବଂ କାର୍ଯ୍ୟଦକ୍ଷତାକୁ ମଜଭୁତ କରିବା ଉଦ୍ଦେଶ୍ୟରେ ମୁଖ୍ୟତଃ କ୍ଷତିକାରକ ଉପକୂଳବର୍ତ୍ତୀ ଅଞ୍ଚଳରେ ରେଳବାଇ ବୋର୍ଡ ଜିଙ୍କ୍‌ ଆବୃତ୍ତ ରେଳ ବ୍ୟବହାର ପାଇଁ ଆଗୁଆ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଆମେରିକା,ଚାଇନା ଏବଂ ରୁଷିଆ ପରେ ଭାରତୀୟ ରେଳର ବୃହତ୍‌ ରେଳ ନେଟ୍‌ୱାର୍କ ରହିଛି। ଏପରିକି ଏହାର ସମୁଦାୟ ଟ୍ରାକ୍‌ ୧,୧୪,୯୦୭ କିଲୋମିଟର ଲମ୍ବ ହୋଇଥିତ୍ବାବେଳେ ୨୧,୬୪୮ରୁ ଅଧିକ ଟ୍ରେନ୍‌ ଏବଂ ପ୍ରତିଦିନ ୨୨ନିୟୁତ ଯାତ୍ରୀଙ୍କ ସହିତ ୩.୩୨ନିୟୁତ ଟନ୍‌ ମାଲ ପରିବହନ କରିଥାଏ। ବିଶେଷ କରି ଉଚ୍ଚମାନର ଟ୍ରାକ୍‌ ଏବଂ ରକ୍ଷଣାବେକ୍ଷଣରେ ଏହାର ଯଥେଷ୍ଟ ବିନିଯୋଗ ଆବଶ୍ୟକ କରିଥାଏ। ଗାଲଭାନାଇଜ୍ଡ୍‌ ଷ୍ଟିଲର କ୍ଷୟ ପ୍ରତିରୋଧ ଏବଂ ସ୍ଥାୟିତ୍ୱ ରେଳ ଟ୍ରାକ୍‌ ପାଇଁ ରକ୍ଷଣାବେକ୍ଷଣ ଆବଶ୍ୟକତା ହ୍ରାସ କରିଥାଏ।

Share