Categories: ଖେଳ

ଧୋନୀଙ୍କୁ ମିସ୍‌ କରୁଛନ୍ତି ‘ନଂ ଓ୍ବାନ୍‌ ଫ୍ୟାନ୍‌’: କହିଲେ ଏମିତି

କରୋନା ଯୋଗୁୁ ଚଳିତ ବର୍ଷ ଆଇପିଏଲ ଭାରତରେ ନୁହେଁ ୟୁଏଇରେ ଆୟୋଜିତ ହେଉଛି। କରୋନାଙ୍କ ବିପଦକୁ ଦେଖି ଅନେକ ଖେଳାଳି ଏଥର ନିଜ ପରିବାରକୁ ସାଙ୍ଗରେ ନେଇ ନାହାଁନ୍ତି। ସବୁଥର ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭା ଏବଂ ସ୍ତ୍ରୀ ସାକ୍ଷୀଙ୍କୁ ଆଇପିଏଲ୍‌ରେ ଦେଖିବାକୁ ମିଳୁଥିଲା। ଏଥର କିନ୍ତୁ ଧୋନୀ କରୋନା ଯୋଗୁ ପରିବାରକୁ ସାଙ୍ଗରେ ନେଇନାହାଁନ୍ତି। ଏଭଳି ପରିସ୍ଥିତିରେ ଜିଭା ପିତାଙ୍କୁ ବହୁତ ମିସ୍‌ କରୁଛନ୍ତି। ନିକଟରେ ଜିଭାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଭିଡିଓରେ ସେ ଧୋନୀଙ୍କ ସ୍କେଚ ସହିତ ମାମାଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି। ଜିଭା ଧୋନୀଙ୍କ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓଟି ଶେୟାର କରାଯାଇଛି। ଏହି ଭିଡିଓରେ ସେ ଧୋନୀଙ୍କ ସ୍କେଚ ସହିତ ଠିଆ ହୋଇଥିବା ନଜର ଆସିଛନ୍ତି ଜିଭା। ସାକ୍ଷୀ ଝିଅକୁ ପଚାରୁଛନ୍ତି ଯେ ଇଏ କିଏ, ଯାହାର ଉତ୍ତରରେ ଜିଭା କହିଛନ୍ତି ଯେ ସେ ମୋ ପିତା। ତାପରେ ସେ ପଚାରିଛନ୍ତି – ଏହା ନିଶ୍ଚିତ କି? ଏହାର ଉତ୍ତରରେ ଜିଭା କହିଛନ୍ତି ହଁ ମୁଁ ନିଶ୍ଚିତ। ଭିଡିଓର କ୍ୟାପସନରେ ସାକ୍ଷୀ ଲେଖିଛନ୍ତି ପିତାଙ୍କର ସବୁଠାରୁ ବଡ ପ୍ରଶଂସକ।

Share