ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ଏବେ ମାତ୍ର ୫ ବର୍ଷର। ମାତ୍ର ୫ ବର୍ଷ ବୟସରୁ ସେ ଆୟ କରିବା ଆରମ୍ଭ କରିଦେଇଛନ୍ତି। ନିକଟରେ ଜିଭା ବାପା ଧୋନୀଙ୍କ ସହ ଏକ ବିସ୍କୁଟ ବିଜ୍ଞାପନରେ କାମ କରିଥିଲେ। ଏହାର ଫଟୋ ଏବେ ଜିଭା ନିଜର ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି। ଫଟୋରେ ତାଙ୍କୁ ଧୋନୀଙ୍କ କାନ୍ଧରେ ବସିଥିବାର ଦେଖିବାକୁ ମିଳୁଛି।
ଜିଭାଙ୍କ ଦ୍ୱାରା ଶେୟାର ହୋଇଥିବା ଏହି ଫଟୋରେ ଧୋନୀ ନୀଳ ରଙ୍ଗର ଏକ ଟି-ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳୁଛି। ଏହି ଫଟୋ ଶେୟାର ହେବାର ମାତ୍ର ୧ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୩ ହଜାରରରୁ ଊର୍ଦ୍ଧ୍ୱ ଲୋକ ଲାଇକ୍ କହିଛନ୍ତି। ଜିଭାଙ୍କ ଆକାଉଣ୍ଟରେ ୧୮ ଲକ୍ଷ ଫଲୋଅର୍ସ ରହିଛନ୍ତି। ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ଏବେ ବି ଧୋନୀ ଡର୍ଜନରୁ ଅଧିକ ବ୍ରାଣ୍ଡର ପ୍ରମୋଶନ କରୁଛନ୍ତି। ମାତ୍ର ଝିଅଙ୍କ ସହ ଏହା ହେଉଛି ଧୋନୀଙ୍କର ପ୍ରଥମ ବିଜ୍ଞାପନ।