Categories: ଜାତୀୟ

ଫ୍ରେଣ୍ଡଶିପ ଡେ’ରେ ନିଜେ ଫୁଡ ଡେଲଭରି ଦେଲେ ଜୋମାଟୋ ସିଇଓ

ନୂଆଦିଲ୍ଲୀ,୬।୮: ରେଷ୍ଟୋରେଣ୍ଟ ଏଗ୍ରିଗେଟର ଓ ଫୁଡ ଡେଲିଭରି କମ୍ପାନୀ ଜୋମାଟୋର ସିଇଓ ଦିପିନ୍ଦର ଗୋୟଲ ରବିବାର କିଛି ଭିନ୍ନ ଢଙ୍ଗରେ ଫ୍ରେଣ୍ଡଶିପ ଡେ’ ବା ବନ୍ଧୁତ୍ୱ ଦିବସକୁ ପାଳନ କରିଛନ୍ତି। ଏହି ଦିନକୁ ପାଳନ କରିବା ଏବଂ ବନ୍ଧୁତ୍ୱର ବାର୍ତ୍ତା ବିସ୍ତାର କରିବାକୁ ଗୋୟଲ ନିଜେ କିଛି ବନ୍ଧୁତା ବ୍ୟାଣ୍ଡ ସହିତ ଖାଦ୍ୟ ବିତରଣ ପାଇଁ ବାହାରକୁ ଯାଇଥିଲେ। ସେ ତାଙ୍କ ଅଫିସିଆଲ ହ୍ୟାଣ୍ଡେଲରୁ ଟୁଇଟ କରି ଏହି ସୂଚନା ଦେଇଛନ୍ତି।
ଦୀପିନ୍ଦର କିଛି ଫଟୋ ସେୟାର କରିଥିଲେ, ଯେଉଁଥିରେ ତାଙ୍କୁ ବୁଲେଟ ନାମରେ ଜଣାଶୁଣା ରୟାଲ ଏନ୍ଫିଲ୍ଡ ବାଇକରେ ଦେଖିବାକୁ ମିଳିଥିଲା। କିଛି ବନ୍ଧୁତା ବ୍ୟାଣ୍ଡ ମଧ୍ୟ ତାଙ୍କ ହାତରେ ଏକ ଚିତ୍ରରେ ଦୃଶ୍ୟମାନ ହୁଏ। ଜୋମାଟୋ ସିଇଓ ଗୋୟଲ ଟୁଇଟ କରି କହିଛନ୍ତି ଯେ ମୋର ଡେଲିଭରି ପାର୍ଟନର, ରେଷ୍ଟୁରାଣ୍ଟ ପାର୍ଟନର ଏବଂ ଗ୍ରାହକଙ୍କୁ କିଛି ଖାଦ୍ୟ ଏବଂ ବନ୍ଧୁତା ବ୍ୟାଣ୍ଡ ବିତରଣ କରିବାକୁ ଯାଉଛି। ସର୍ବଶ୍ରେଷ୍ଠ ରବିବାର!

Share