ମୁମ୍ବାଇ,୨୨ା୩: ଜୋମାଟୋ ପ୍ରତିଷ୍ଠାତା ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ମେକ୍ସିକୋର ମହିଳା ବ୍ୟବସାୟୀ ଗ୍ରେସିଆ ମୁନୋଜଙ୍କୁ ବିବାହ କରିଛନ୍ତି। କିଛି ମାସ ପୂର୍ବରୁ ଉଭୟଙ୍କର ବିବାହ ହୋଇଥିବା ସୂତ୍ରରୁ ଜଣା ପଡିଛି। ମେକ୍ସିକୋରେ ଜନ୍ମ ହୋଇଥିବା ମୁନୋଜ ଜଣେ ପୂର୍ବତନ ମଡେଲ ହୋଇଥିଲା ବେଳେ ଏବେ ସେ ନିଜର ଷ୍ଟାର୍ଟଅପ କମ୍ପାନୀ ଚଳାଉଛନ୍ତି। ଯାହା ବିଳାଶପୂର୍ଣ୍ଣ ସାମଗ୍ରୀ ବ୍ୟବସାୟ କରିଥାଏ।
ଖବର ଅନୁଯାୟୀ ଦୀପନ୍ଦର ଗୋୟଲ ଏବଂ ଗ୍ରେସିଆ ମୁନୋଜ ଫେବୃଆରୀରେ ହନିମୁନରୁ ଫେରିଥିଲେ। ନିଜ ଇନଷ୍ଟାଗ୍ରାମ ବାୟୋରେ ମୁନୋଜ କହିଛନ୍ତି ଯେ ସେ ମେକ୍ସିକୋରେ ଜନ୍ମଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ଭାରତରେ ଘରେ ଅଛନ୍ତି।
ଏହା ଗୋୟଲଙ୍କ ଦ୍ୱିତୀୟ ବିବାହ। ଏହା ପୂର୍ବରୁ ସେ କାଞ୍ଚନ ଯୋଶୀଙ୍କୁ ବିବାହ କରିଥିଲେ, ଯାହାଙ୍କୁ ସେ ଆଇଆଇଟି-ଦିଲ୍ଲୀରେ ପଢିବା`ସମୟରେ ଭେଟିଥିଲେ।
ଜାନୁଆରୀ ମାସରେ, ମୁନୋଜ କିଛି ଫଟୋ ଶେୟାର କରିଥିଲେ। ମୁନୋଜ ଇନଷ୍ଟାଗ୍ରାମରେ ଲେଖିଥିଲେ ଯେ ଲାଲ କିଲା ପରି ଜାତୀୟ ରାଜଧାନୀର କିଛି ପ୍ରସିଦ୍ଧ ସ୍ମାରକୀକୁ ସେ ବୁଲିବାର ଫଟୋ ଶେୟାର କରି ମୁନୋଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି।