Categories: ଜାତୀୟ

ମାମଲା ଦାୟର କଲେ ଜମାଟୋ ଡେଲିଭରି ବୟ

ବେଙ୍ଗାଲୁରୁ, ୧୫।୩ – ବେଙ୍ଗାଲୁରୁ ମହିଳାଙ୍କ ଉପରେ ଜମାଟୋ ଡେଲିଭରି ବୟ ଆକ୍ରମଣ ଘଟଣାରେ ସୋମବାର ଆସିଛି ନୂଆ ମୋଡ଼। ଅଭିଯୁକ୍ତ ଡେଲିଭରି ବୟ ସମାନ ଥାନାରେ ମହିଳାଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ଭାରତୀୟ ପିଙ୍ଗଳ କୋଡ୍‌ ୩୪୧ (ବାଧା ଦେବା), ୩୫୫ (ନିର୍ଯ୍ୟାତନା) ଓ ୫୦୪ (ଉଦ୍ଦେଶ୍ୟମୂଳକ ଭାବେ ଅସମ୍ମାନ କରିବା) ଧାରାରେ ମାମଲା ରୁଜୁ କରାଯାଇଥିବା ପୋଲିସ ଅଧିକାର କହିଛନ୍ତି।

କଣ୍ଟେଣ୍ଟ ରାଇଟର ଭାବେ ବେଙ୍ଗାଲୁରୁରେ କାର୍ଯ୍ୟ କରୁଥିବା ଚନ୍ଦ୍ରାଣୀ ଗତ ବୁଧବାର ନାକରୁ ରକ୍ତ ବାହାରୁ ଥିବା ଏକ ଭିଡିଓ ଟୁଇଟରରେ ଶେୟାର କରିଥିଲେ। ଆଉ ଜମାଟୋ ଡେଲିଭରି ବୟ କାମରାଜଙ୍କ ଆକ୍ରମଣରେ ସେ ଲହୁଲୁହାଣ ହୋଇଥିବା ଆଣିଥିଲେ ଅଭିଯୋଗ। ତେବେ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ କାମରାଜ।

ଡେଲଭରିରେ ବିଳମ୍ବ ହେବାରୁ ପ୍ରଥମେ ଗାଳି ଦେଇଥିଲେ ମହିଳା। ଆଉ ଅର୍ଡର କରିଥିବା ଖାଦ୍ୟ ନେଲା ପରେ ମଧ୍ୟ ପେମେଣ୍ଟ କରି ନ ଥିଲେ। ଖାଦ୍ୟ ଫେରାଇ ଦେବାକୁ କହିବାରୁ ପିଟିଥିଲେ ଚପଲରେ। ଦୁର୍ଘଟଣା ବଶତଃ କଥାକଥିତ ପୀଡ଼ିତାଙ୍କ ନାକ ଫାଟି ଯାଇଥିଲା। ପେମେଣ୍ଟ ନ କରିବାରୁ ବାଧ୍ୟହୋଇ ଟେବୁଲରୁ ଖାଦ୍ୟ ଉଠାଇ ଆଣିଥିବା ନିଜ ପକ୍ଷ ରଖି କହିଥିଲେ ଡେଲିଭରି ବୟ କାମରାଜ। ଉଲ୍ଲେଖଯୋଗ୍ୟ, କାମରାଜ ଏପର୍ଯ୍ୟନ୍ତ ୫ ହଜାର ଡେଲଭରି ପୂରଣ କରି ସାରିଛନ୍ତି ଓ ତାଙ୍କୁ ୫ରୁ ୪.୭୫ ରେଟିଂ ମିଳିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

Share