୨ଥର ଫେଲ୍‌ ହୋଇଥିବା ଛାତ୍ର ଛିଡାକଲେ କୋଟି କୋଟି ଟଙ୍କାର ଏହି କମ୍ପାନୀ: ଜାଣନ୍ତୁ …..

ଜୋମାଟୋ, ଦେଶର ସର୍ବୋଚ୍ଚ ଅନ୍‌ଲାଇନ୍‌ ଖାଦ୍ୟ ବିତରଣ କମ୍ପାନୀ ମଧ୍ୟରୁ ଅନ୍ୟତମ। ପ୍ରତିଦିନ ହଜାର ହଜାର ସଂଖ୍ୟାର ଲୋକ ଏହି ସାଇଟ୍‌ରୁ ଖାଦ୍ୟ ଅର୍ଡର କରିଥାନ୍ତି। କମ୍ପାନୀର ମାଲିକ ଦୀପିନ୍ଦର ଗୋୟଲ ନିଜ ବନ୍ଧୁଙ୍କ ସହ ମିଶି ୨୦୦୮ ମସିହାରେ ‘ଜୋମାଟୋ’ ଆରମ୍ଭ କରିଥିଲେ। ଆଜି ଏହି କମ୍ପାନୀ ସମଗ୍ର ଦେଶରେ ଶୀର୍ଷରେ ରହିଛି। ତେବେ ଦୀପିନ୍ଦରଙ୍କ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିଲେ। ପାଠ ପଢ଼ାରେ ସେତେଟା ଭଲ ନ ଥିବା ଦୀପିନ୍ଦର ୨ ଥର ଫେଲ୍‌ ହୋଇଥିଲେ। ଜାଣିବା ତାଙ୍କ ବିଷୟରେ…
ଦୀପିନ୍ଦରଙ୍କର ପାଠପଢ଼ା ପ୍ରତି ସେତେଟା ଆଗ୍ରହ ନ ଥିଲା। ସେ ଷଷ୍ଠ ଏବଂ କଲେଜରେ ପ୍ରଥମ ବର୍ଷ ଫେଲ୍‌ ହୋଇଥିଲେ। ପାଠପଢ଼ାରେ କମ୍‌ଜୋର୍‌ ସତ୍ତ୍ୱେ ଏହା ତାଙ୍କ ଜୀବନରେ ବାଧା ହେବାକୁ ଦେଇ ନ ଥିଲେ। ଦିନ ରାତି କଠିନ ପରିଶ୍ରମକରି ସେ ଆଇଆଇଟି ପାଇଁ ମନୋନୀତ ହୋଇଥିଲେ। ଆଇଆଇଟିରୁ ଡିଗ୍ରୀ ହାସଲ କରିବା ପରେ ସେ ମଲ୍ଟିନ୍ୟାଶନାଲ କମ୍ପାନୀ ‘ବେନ୍‌ ଆଣ୍ଡ କମ୍ପାନୀ’ରେ କାମ କଲେ। ଏହି ସମୟରେ ଦୀପିନ୍ଦର ଦିନେ କ୍ୟାଣ୍ଟିନରେ ଖାଇବାକୁ ଅପେକ୍ଷା କରିଥିଲେ। ସେତେବେଳେ ସେ ଅନୁଭବ କରିଥିଲେ ଯେ, ଏଥିପାଇଁ ବହୁତ ସମୟ ନଷ୍ଟ ହେଉଛି। ତେଣୁ ସେ ଖାଦ୍ୟର ମେନୁ ସ୍କାନକରି ଅନ୍‌ଲାଇନ୍‌ରେ ଛାଡିଥିଲେ। ଏହାକୁ ଲୋକେ ଖୁବ୍‌ ପସନ୍ଦ କରିଥିଲେ। ପରେ ତାଙ୍କୁ ମୁଣ୍ଡରେ ଜୋମାଟୋର ଆଇଡିଆ ଆସିଥିଲା। ନିଜର ବନ୍ଧୁ ପଙ୍କଜ ଚଡ୍‌ଢ଼ାଙ୍କ ସହ ମିଶି ଦୀପିନ୍ଦର ୨୦୦୮ ମସିହାରେ ଏକ ଓ୍ବେବ୍‌ସାଇଟ୍‌ ‘ଫୁଡି’ ଖୋଲିଥିଲେ। ଏହି ଓ୍ବେବ୍‌ସାଇଟ୍‌ରେ ରେଷ୍ଟୁରାଣ୍ଟ ମେନୁଠାରୁ ଆରମ୍ଭ କରି ସମସ୍ତ ସୂଚନା ରହିଥିଲା। ବର୍ତ୍ତମାନ ଏହି ଫୁଡ୍ଡି ଜୋମାଟୋରେ ପରିଣତ ହୋଇଛି। ଗୋଟିଏ କୋଠରୀରୁ ଆରମ୍ଭ ହୋଇଥିବା ଦୀପିନ୍ଦରଙ୍କ କମ୍ପାନୀ ଆଜି ସମଗ୍ର ବିଶ୍ୱରେ ୧ ହଜାର କୋଟିରୁ ଅଧିକ ରହିଛି। ବର୍ତ୍ତମାନ ଏହି କମ୍ପାନୀରେ ୫ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ କାମ କରୁଛନ୍ତି।

Share