Categories: ବାଣିଜ୍ୟ

ଜୋନାଲ ମାଇନ୍ସ ରେସ୍‌କ୍ୟୁ ପ୍ରତିଯୋଗିତା ଉଦ୍‌ଯାପିତ

ତାଳଚେର,୨୮ା୯(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ ଜଗନ୍ନାଥ କ୍ଷେତ୍ରରେ ୨୭ତମ କ୍ଷେତ୍ରୀୟ ଖଣି ଉଦ୍ଧାର ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଦକ୍ଷିଣ ପୂର୍ବାଞ୍ଚଳ ଜୋନ ରାଞ୍ଚି ମହାନିର୍ଦ୍ଦେଶାଳୟ (ଡିଜିଏମ୍‌ଏସ୍‌)ଙ୍କ ତତ୍ତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା। ଏମ୍‌ସିଏଲ୍‌ ସିଏମ୍‌ଡି ଓମ୍‌ ପ୍ରକାଶ ସିଂହ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡିଜିଏମ୍‌ଏସ୍‌ ଦକ୍ଷିଣ ପୂର୍ବାଞ୍ଚଳ ଜୋନ, ଉପମହାନିର୍ଦ୍ଦେଶକ ଏସ୍‌.ଡି ଚିଦ୍ଦରୱାର ଉପସ୍ଥିତ ଥିଲେ।

ମାଇନ୍ସ ରେସ୍‌କ୍ୟୁ ଷ୍ଟଲର ଉଦ୍‌ଘାଟନ ସହିତ ଏହି ସମାରୋହ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଚିଦ୍ଦରୱାର ସୁରକ୍ଷା ମାନ ବୃଦ୍ଧିରେ ଏମ୍‌ସିଏଲ୍‌ର ଉଲ୍ଲେଖନୀୟ ଉଦ୍ୟମକୁ ପ୍ରଶଂସା କରିଥିଲେ। ସିଏମ୍‌ଡି ସିଂହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନେ କମ୍ପାନୀର ଶକ୍ତି ବୋଲି ପ୍ରକାଶ କରିଥିଲେ। ସମାରୋହରେ ବିଭିନ୍ନ ବର୍ଗରେ ମୋଟ ୩୫ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏମସିଏଲ୍‌ ନିର୍ଦ୍ଦେଶକ (ପର୍ସନାଲ) କେଶବ ରାଓ, ମୁଖ୍ୟ ଭିଜିଲାନ୍ସ ଅଫିସର ପି.କେ. ପଟେଲ, ନିର୍ଦ୍ଦେଶକ (ଟେକ୍ନିକାଲ/ ଅପରେଶନ), ଜେ.କେ. ବୋରା, ନିର୍ଦ୍ଦେଶକ (ଅର୍ଥ) ଏ.କେ. ବେହୁରା, ନିର୍ଦ୍ଦେଶକ (ଟେକ / ପି ଏବଂ ପି) ଏ.ଏସ. ବାପଟ, ଭୁବନେଶ୍ୱର ରିଜିଅନ-୧, ଖଣି ସୁରକ୍ଷା ନିର୍ଦ୍ଦେଶକ କେ. ମଣ୍ଡଲ, ଭୁବନେଶ୍ୱର ଅଂଚଳ-୨, ଖଣି ସୁରକ୍ଷା ନିର୍ଦ୍ଦେଶକ ପି.ଆର. ଠାକୁର ଏବଂ ଡିଜିଏମ୍‌ଏସ୍‌ର ଅନ୍ୟ ବରିଷ୍ଠ ଅଧିକାରୀ, କର୍ପୋରେଟ ଜେସିସି ସଦସ୍ୟ, ଟ୍ରେଡ ୟୁନିଅନର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

 

Share