କେସିଙ୍ଗା ବ୍ଲକର ୧ ନଂ ଜୋନ୍‌ରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

କେସିଙ୍ଗା,୨୦ା୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର େ୧ ନଂ ଜୋନ୍‌ରେ ବିଜେଡି,କଂଗ୍ରେସ ଓ ଭାଜପା ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ୱିତା ହେଉଛି। ଏହି ଜୋନ୍‌ରେ ୨୮ହଜାର ୪୯୯ଭୋଟର ରହିଛନ୍ତି। ଏହି ଜୋନରେ ୯ ପଞ୍ଚାୟତ ରହିଛି। ସେଗୁଡ଼ିକ ହେଲା ବେଳଖଣ୍ଡି, ସିରଜାପାଲି, ହାତୀଖୋଜ, ତୁଣ୍ଡଳା, ତୁର୍ଳାଖମନ, ନୂନମାଟ, କ୍ରଶ୍ରୁପଡ଼ା,ବିନେକେଲା, ପରଲସିଙ୍ଗା ଗ୍ରାମର ଭୋଟରମାନେ ଆସନ୍ତା ୨୪ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ଭୋଟ ଦେବେ। ଗତ ୧୦୧୭ ମସିହା ତ୍ରିସ୍ତରୀୟ ନିର୍ବାଚନରେ ଭାଜପା ପକ୍ଷରୁ ନମିତା ରାଣୀ ସାହୁ ବିଜୟୀ ହୋଇଥିଲେ। ବର୍ତ୍ତମାନର ଜିଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ ପୁଣି ଏହି ଏକ ନମ୍ବର ଜୋନ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ଲୋକଙ୍କ ସହିତ ଠିକ୍‌ ଭାବେ ଜନସମ୍ପର୍କ ରଖି ନ ଥିବାରୁ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଭୋଟରଙ୍କ ମଧ୍ୟ ଘୋର ଅସନ୍ତୋଷ ଦେଖାଦେଉଛି।
ଏହି ଜୋନ୍‌ରେ ଜାତୀୟ କଂଗ୍ରେସ ପକ୍ଷରୁ ତୁର୍ଳାଖମନ ଗ୍ରାମର ରାଜକୁମାରୀ ସରାଫ ନୂତନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେହିପରି ଗୋଟିଏ ଗ୍ରାମରୁ ବିଜେଡିର  ଦୀପାଞ୍ଜଳି ସାହୁ ପ୍ରତିଦ୍ବନ୍ଦ୍ୱିତା କରୁଥିବାରୁ ବିଜେଡି ଦଳର ବିଶିଷ୍ଟ ରାଜ୍ୟ ସଭା ସଦସ୍ୟ ସୁଜିତ ସେଠ,  ନର୍ଲା ବିଧାୟକ ଭୂପିନ୍ଦର ସିଂ ଓ  ବିଜେଡିର କର୍ମକର୍ତ୍ତାମାନେ ଜୋରସୋରରେ ପ୍ରଚାର କରି ଆଗୁଆ ଥିବାର ଜଣାପଡ଼ିଛି।
ତେଣୁ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟରେ ୨୮ ହଜାର ୪୯୯ ଭୋଟରଙ୍କ ହାତରେ ଏହି ତିନି ଦଳର ଭାଗ୍ୟ ବନ୍ଧାପଡ଼ିଛି।

Share