ପାଟଣାର ୨୨ ନଂ ଜୋନ୍‌ରେ ବିଜେଡିର ବାଜିମାତ୍‌

ପାଟଣା,୨୮ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ୨୨ ନମ୍ବର ଜୋନ୍‌ରେ ୩ ଜିଲା ପରିଷଦ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାଟଣାରେ ଭୋଟ୍‌ ଗଣନା ହୋଇଛି। ପାଟଣା ବ୍ଲକ ୨୨ ଜୋନ୍‌ ବିଜେଡି ସୌଭାଗ୍ୟ ମଞ୍ଜରୀ ନାୟକ ୧୦,୮୪୭ ଭୋଟ୍‌ ପାଇଥିବା ବେଳେ ଭଜପାର ଦଶମତୀ ଚାତାର ୮୬୬୧ ଖଣ୍ଡ ଭୋଟ୍‌ ପାଇଥିଲେ। ବିଜେଡିର ସୌଭାଗ୍ୟ ମଞ୍ଜରୀ ନାୟକ ୨୧୮୬ ଭୋଟ୍‌ ପାଇ ନିର୍ବାଚିତ ହୋଇଛନ୍ତି। ଅନୁରୂପ ଭାବେ ସାହାରପଡ଼ା ବ୍ଲକ ୩୦ନମ୍ବର ଜୋନ୍‌ରେ ୩ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରୁଥିବା ବେଳେ ଶେଷ ରାଉଣ୍ଡ ପରେ ହସ୍ତଗତ ହୋଇଥିବା ରିପୋର୍ଟ ଚମ୍ପାବତୀ ଟୁଡୁ ମୋଟ୍‌ ୧୩,୬୦୨ ଓ ଭାଜପାର ମୋନାଲିସା ନାୟକ ୧୦,୯୩୬ ଖଣ୍ଡ ଭୋଟ୍‌ ପାଇଛନ୍ତି। ଚମ୍ପାବତୀ ଟୁଡୁ ୨୬୬୬ ଭୋଟ୍‌ରେ ବିଜୟୀ ଘୋଷିତ ହୋଇଛନ୍ତି।

Share