Categories: ଜାତୀୟ

ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜେଡପିଏମ ମୁଖ୍ୟ ଲାଲଡୁହୋମା

ନୂଆଦିଲ୍ଲୀ,୮।୧୨: ଜୋରାମ ନ୍ୟାସନାଲିଷ୍ଟ ପାର୍ଟି (ଜେଡଏନପି) ନେତା ଲାଲଡୁହୋମା ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ରାଜଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶପଥ ନେଇଛନ୍ତି।

ମଙ୍ଗଳବାର ଦିନ ଜେଡଏନପି ଲାଲଡୁହୋମାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ କେ. ସପଦଙ୍ଗାଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରିଥଲେ। ଜେଡଏନପି ମିଡିଆ ସେଲ୍ ସାଧାରଣ ସମ୍ପାଦକ ଏଡି ଜୋସାଙ୍ଗଲିଆନା କହିଛନ୍ତି ଯେ ଦଳର ଉପଦେଷ୍ଟା ସଂସ୍ଥା ଭାଲ୍ ଉପ ପରିଷଦ ବୁଧବାର ଦିନ ଲାଲଡୁହୋମାଙ୍କୁ ଭେଟି ମନ୍ତ୍ରୀ ପରିଷଦ ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି।

୪୦ ବିଧାୟକ ବିଶିଷ୍ଟ ମିଜୋରାମ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୨ ମନ୍ତ୍ରୀ ରହିବେ। ୨୦୧୯ରେ ଜେଡଏନପି ଏକ ରାଜନୈତିକ ଦଳ ଭାବେ ପଞ୍ଜୀକୃତ ହୋଇଥିବା ବେଳେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ୨୭ ଆସନରେ ବିଜୟୀ ହୋଇ ଦଳ ସରକାର ଗଠନ କରିଛି। ପୂର୍ବରୁ ୨୦୧୮ରେ ଦଳ ୮ ଆସନରେ ବିଜୟୀ ହୋଇଥିଲା ବେଳେ ଚଳିତ ଥର ଚମତ୍କାର ପ୍ରଦର୍ଶନ କରିଛି। ଫଳରେ ସରକାରରେ ଥିବା ମିଜୋ ନ୍ୟାସନାଲ ଫ୍ରଣ୍ଟ(ଏମଏନଏଫ) ମାତ୍ର ୧୦ ଆସନରେ ସୀମିତ ହୋଇ କ୍ଷମତାଚ୍ୟୁତ ହୋଇଛି।

Share