ସଲମାନଙ୍କ ସହ ପଙ୍ଗା ନେଇ ବରବାଦ ହୋଇଛି କ୍ୟାରିୟର

ବମ୍ବେ: ବଲିଉଡର ଦବଙ୍ଗ ଖାନ୍ ସଲମାନ ଅନେକ ନବାଗତଙ୍କୁ ସୁଯୋଗ ଦେଇଥାନ୍ତି। ହେଲେ ତାଙ୍କ ସହ ସମ୍ପର୍କ ଖରାପ କରି ଅନେକଙ୍କ କ୍ୟାରିୟର ବରବାଦ ମଧ୍ଯ ହୋଇଛି। ସେଥିରୁ ଜଣେ ହେଲେ ଜୁବେର ଖାନ୍।

୨୦୧୧ରେ ବିଗବସ୍ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ ସେ। ଶୋର ଅଡିସନ ସମୟରେ ସେ ତାଙ୍କ ନାମରେ ଡନ୍ ଦାଉଦ ଇବ୍ରାହିମଙ୍କ ଜ୍ବାଇଁ ବୋଲି ଆର୍ଟିକିଲ୍ ଛପା ହୋଇଥିବା କହିଥିଲେ। ଏହା ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ପିଲାଙ୍କ ଲାଗି ସେ ବିଗବସ୍ ଯାଇଥିଲେ। ହେଲେ ଏହି ନିଷ୍ପତ୍ତି ତାଙ୍କ ଜୀବନ ବରବାଦ କରିଦେଇଥିଲା।

କାରଣ ଜୁବେର ଶୋରେ ସଲମାନଙ୍କୁ ରଗାଇ ଦେଇଥିଲେ। ମହିଳାଙ୍କ ସହ ଖରାପ ବ୍ଯବହାର କରିବାକୁ ନେଇ ତାଙ୍କୁ ପ୍ରଥମ ସପ୍ତାହରେ ବାହାର କରିଦିଆ ଯାଇଥିଲା। ଶୋରୁ ବାହାରି ସେ ସଲମାନ ଙ୍କ ନାମରେ କେସ୍ କରିଥିଲେ। ମାତ୍ର ଏହି ମାମଲାରେ ତାଙ୍କୁ ୩ ମାସ ଜେଲ ଯିବାକୁ ପଡିଥିଲା। ପରେ ସେ କମାଇ ଥିବା ନାମ, ସମ୍ମାନ ହରାଇଥିଲେ। ପରିବାରର ସମସ୍ତେ ଦୂରକୁ ଚାଲିଯିବା ପରେ ସେ ଆତ୍ମହତ୍ଯା କରିବାକୁ ଚିନ୍ତା କରିଥିଲେ। ହେଲେ ପାରି ନ ଥିଲେ। ଏବେ ସେ ଏକ ଛୋଟ ହୋଟେଲ ଚଳାଉଥିବା ବେଳେ କାମ ଖୋଜୁଛନ୍ତି।

Share