ଜୁବିନ ନୌଟିଆଲ ଆହତ

ମୁମ୍ବାଇ,୨।୧୨: ଲୋକପ୍ରିୟ ପ୍ରଚ୍ଛଦପଟ୍ଟ ଗାୟକ ଜୁବିନ ନୌଟଆଲ ଗୁରୁବାର ଭୋର ସମୟରେ ବିଲ୍ଡିଂ ଶିଡ଼ିରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ତାଙ୍କ କହୁଣି ଭାଙ୍ଗିବା ସହ ପଞ୍ଜରା ହାଡ଼ରେ ଫାଟ ସୃଷ୍ଟି ହୋଇଛି। ଏଥିସହିତ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଡାହାଣ କହୁଣିରେ ଅସ୍ତ୍ରୋପଚାର କରାଯାଇଛି। ଲୁଟ୍‌ ଗୟେ ଏବଂ ହମନଭା ମେରେ ଆଦି ଗୀତ ତାଙ୍କୁ ଖ୍ୟାତି ଆଣି ଦେଇଥିଲା।

Share