ନ୍ୟୁୟର୍କ,୭ା୮: ଫେସ୍ବୁକ୍ ଅର୍ଥାତ୍ ମେଟା ସିଇଓ ମାର୍କ୍ସ ଜୁକରବର୍ଗ ଏବଂ ‘X’ ସିଇଓ ଏଲନ ମସ୍କ ପ୍ରତ୍ୟେକ୍ଷ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି। ଗତ କିଛି ମାସ ଧରି ଏହି ଦୁଇ କୋଟିପତିଙ୍କ ମଧ୍ୟରେ ନାନା କଥାକୁ ନେଇ ଝଡ଼ ସୃଷ୍ଟି ହେଉଥିବା ଖବର ଆସୁଛି।
ତେବେ ପୁଣି ଏହି ଦୁହିଁଙ୍କ ମଧ୍ୟରେ ଏକ ଟୁଇଟ୍ ଝଡ଼ ଦେଖିବାକୁ ମିଳିଛି। ଟୁଇଟରରେ ଲାଇଭ ଷ୍ଟ୍ରିମିଡ୍ ହେବ ବୋଲି ମସ୍କ ‘X’ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଲେଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସମସ୍ତ ଆୟ ଭେଟେରାନଙ୍କ ପାଇଁ ଦାନକୁ ଯିବ।
ଏହାର ଜବାବରେ ଜୁକରବର୍ଗ ‘ଥ୍ରେଡ୍ସ’ରେ ମସ୍କଙ୍କ ପୋଷ୍ଟର ଏକ ସ୍କ୍ରିନ୍ଶଟ୍ ଶେୟାର କରି କହିଛନ୍ତି, ଆମେ ଅଧିକ ବିଶ୍ୱାସଯୋଗ୍ୟ ପ୍ଲାଟଫର୍ମ ବ୍ୟବହାର କରିବା ଉଚିତ ନୁହେଁ। ଯାହା ପ୍ରକୃତରେ ଦାନ ପାଇଁ ଅର୍ଥ ସଂଗ୍ରହ କରିପାରିବ। ଜୁନ୍ରେ ଥ୍ରେଡ୍ସର ଲଞ୍ଚ ଖବର ଆସିବା ପରେ ଦୁହିଁଙ୍କ ମଧ୍ୟରେ ଥଟ୍ଟା ପରିହାସ ଆରମ୍ଭ ହୋଇଥିଲା।
ଗତ ବର୍ଷ ମସ୍କ ପ୍ଲାଟଫର୍ମ ଦାୟିତ୍ୱ ଗ୍ରହଣ କରିବା ପରେ ବହୁ ସଂଖ୍ୟାରେ ଛଟେଇ, ରାଇଟ୍ ଉଇଙ୍ଗ୍ ଆକାଉଣ୍ଟକୁ ପୁନଃ ସ୍ଥାପିତ କରିବା, ଅନ୍ୟମାନଙ୍କ ମଧ୍ୟରେ ପ୍ଲାଟଫର୍ମରେ ଏକ ବିଶୃଙ୍ଖଳିତ ଯାଞ୍ଚ, ବ୍ୟାଜ ସିଷ୍ଟମ ଅନ୍ତର୍ଭୁକ୍ତ କରାଯାଇଥିଲା। ଯାହା ଅନେକ ବିଜ୍ଞାପନଦାତାଙ୍କୁ ଅଡୁଆରେ ପକାଇଥିଲା।