ଟୁଇଟରକୁ ଟକ୍କର ଦେବା ପାଇଁ ଥ୍ରେଡ୍ସ ଲଞ୍ଚ କଲେ ଜୁକରବର୍ଗ

ନୁୟର୍କ,୬।୭: ଫେସବୁକ ଏବଂ ଇନଷ୍ଟାଗ୍ରାମର ପ୍ୟାରେଣ୍ଟ କମ୍ପାନୀ ମେଟାର ବହୁ ପ୍ରତୀକ୍ଷିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଥ୍ରେଡ୍ସ ଲଞ୍ଚ ହୋଇଯାଇଛି। ଥ୍ରେଡ୍ସ ହେଉଛି ଏକ ଟେଷ୍ଟ-ଆଧାରିତ ସୋସିଆଲ ମିଡିଆ ଆପ, ଯାହା ଏଲନ ମସ୍କଙ୍କ ଟୁଇଟରର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଗଣାଯାଉଛି। ଏହି ଆପ ବର୍ତ୍ତମାନ ସମଗ୍ର ବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି। ଜୁକରବର୍ଗ ଦାବି କରିଛନ୍ତି ଯେ, ଏ ପର୍ଯ୍ୟନ୍ତ ଏକ କୋଟିରୁ ଅଧିକ ଲୋକ ଏହାକୁ ଡାଉନଲୋଡ କରିସାରିଛନ୍ତି। ବର୍ତ୍ତମାନ ଲୋକମାନେ ମଧ୍ୟ ଆପ ବିଷୟରେ ଆଗ୍ରହୀ ହେଉଛନ୍ତି।

Share