ଫିଟ୍‌ନେସ୍‌ର ନୂଆ ମନ୍ତ୍ର ଜୁମ୍ବା

ଟିଟୁ ଛୋଟରାୟ ହେଉଛନ୍ତି ଜଣେ ସାର୍ଟିଫାଏଡ୍‌ ଜୁମ୍ବା ଟ୍ରେନର୍‌। ତାଙ୍କ ଫିଟ୍‌ନେସ୍‌ ସେଣ୍ଟର୍‌ର ନାଁ ହେଉଛି ବି ଫିଟ୍‌ ଜିମ୍‌; ଯେଉଁଠାରେ ପ୍ରାୟ ୧୫ ବର୍ଷ ହେବ ସେ ଆଗ୍ରହୀ ଯୁବପିଢ଼ିଙ୍କୁ ଫିଟ୍‌ନେସ୍‌ ଉପରେ ଟ୍ରେନିଂ ଦେଇ ଆସୁଛନ୍ତି। ତାଙ୍କର ଏହି ଜିମ୍‌ ସେଣ୍ଟରରେ ଉଭୟ ଏକ୍ସରସାଇଜ୍‌ ଓ ଜୁମ୍ବା ଡ୍ୟାନ୍ସ ଉପରେ ଗୁରୁତ୍ୱ ଦିଆଯାଉଛି। କାରଣ ଖାଲି ଏକ୍ସରସାଇଜ୍‌ କରିବା ଦ୍ୱାରା ଲୋକେ ଶାରୀରିକ ସ୍ତରରେ ଫିଟ୍‌ ହୋଇଯାଉଛନ୍ତି ସତ କିନ୍ତୁ ମାନସିକ ସ୍ତରରେ ସେମାନେ ବୋର୍‌ ହେଉଥିବାର ଦେଖିବାକୁ ମିଳୁଛି। ସେଥିପାଇଁ ଜୁମ୍ବା ଡ୍ୟାନ୍ସ ମାଧ୍ୟମରେ ସେମାନଙ୍କୁ ରିଲାକ୍ସ କରିବାକୁ ସେ ଚେଷ୍ଟା କରୁଛନ୍ତି। କାର୍ଡିଓ ଏବଂ ଲାର୍ଟିନ୍‌ ଇନ୍‌ଷ୍ପାୟାଡର୍ର୍ ଡ୍ୟାନ୍ସର ଏକ ମିଳିତ ରୂପ ହେଉଛି ଜୁମ୍ବା। ମ୍ୟୁଜିକ୍‌ର ତାଳେତାଳେ କରାଯାଉଥିବା ଏହି ଡ୍ୟାନ୍ସ ବଡିକୁ ଫିଟ୍‌ନେସ୍‌ ଦେବାରେ ବେଶ୍‌ ସହାୟକ ହୋଇଥାଏ। ସେଥିପାଇଁ ପ୍ରତିଦିନ ୪୫ ମିନିଟ୍‌ ସେ ତାଙ୍କ ଜିମ୍‌ରେ ଜୁମ୍ବା ଡ୍ୟାନ୍ସ ଉପରେ ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ଦେଇଥା’ନ୍ତି। ତାଙ୍କର ଏହି ଜିମ୍‌ ସେଣ୍ଟରରେ ସାଲ୍ସା ଡ୍ୟାନ୍ସ ଉପରେ ବି ଟ୍ରେନିଂ ଦିଆଯାଇଥାଏ। କେବେଳ ଟିଟୁ ନୁହନ୍ତି ତାଙ୍କର ଧର୍ମପତ୍ନୀ ଶର୍ମିଷ୍ଠା ଛୋଟରାୟ ବି ଏହି ଜିମ୍‌ ସେଣ୍ଟର୍‌ରେ ଯୁବପିଢ଼ିଙ୍କୁ ଟ୍ରେନିଂ ଦେଇଥା’ନ୍ତି। ଏ ନେଇ ଟିଟୁ କୁହନ୍ତି, ପ୍ରଥମେ ଜୁମ୍ବାକୁ ଏକ ଓ୍ବେଷ୍ଟର୍ନ ଏକ୍ସରସାଇଜ୍‌ ଭାବେ ଗ୍ରହଣ କରାଯାଉଥିଲା। କିନ୍ତୁ ଏବେ ଇଣ୍ଡିଆରେ ଏହାର ଏତେ ଚାହିଦା ବଢିଯାଇଛି ଯେ, ଲୋକେ ନିଜକୁ ଫିଟ୍‌ ରଖିବା ପାଇଁ ଏଥିପ୍ରତି ଅଧିକ ଆକୃଷ୍ଟ ହେଉଥିବା ଦେଖିବାକୁ ମିଳୁଛି। କେବଳ ଯୁବପିଢି କାହିଁକି, ବୟସ୍କ ବ୍ୟକ୍ତି ବି ଏହାକୁ ଟ୍ରାଏ କରିବାକୁ ମଧ୍ୟ ପଛାଉ ନାହାନ୍ତି।