ବକ୍ସ ଅଫିସରେ କମାଲ କରିପାରିଲାନି କପିଲ ଶର୍ମାଙ୍କ ଜ୍ୱିଗାଟୋ

ମୁମ୍ବାଇ: ନନ୍ଦିତା ଦାସଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ମୁଭି ‘ଜ୍ୱିଗାଟୋ’ ମାର୍ଚ୍ଚ ୧୭ରେ ରିଲିଜ ହୋଇଛି । ଫିଲ୍ମରେ କମେଡିଆନ କପିଲ ଶର୍ମା ଓ ଶହାନା ଗୋସ୍ୱାମୀ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । କପିଲ ଏହି ମୁଭିରେ ଡେଲିଭରି ବୟ ମାନସ ଭୂମିକା ପ୍ଲେ କରିଛନ୍ତି, ଯେକି ନିଜ ପରିବାରର ବୋଝ ଉଠାଇବାକୁ ଖୁବ୍ ଷ୍ଟ୍ରଗଲ କରୁଛନ୍ତି । ଟ୍ରେଲର ରିଲିଜ ହେବା ପରେ ଅଡିଏନ୍ସ ଏହି ମୁଭିକୁ ଉତ୍ସୁକତାର ସହ ଅପେକ୍ଷା ରଖିଥିଲେ । ଏବେ ଫିଲ୍ମ ରିଲିଜ ହେବା ପରେ ଏହା କିନ୍ତୁ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇପାରି ନାହିଁ । ଓପନିଂ ଡେର କଲେକ୍ସନରେ ମେକର୍ସଙ୍କୁ ଝଟକା ଲାଗିଛି ।
କମେଡି କିଙ୍ଗ କପିଲ ଶର୍ମା ଟେଲି ପରଦାରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ବେଳେ ବଡ ପରଦାରେ କିନ୍ତୁ ଦର୍ଶକେ ତାଙ୍କୁ ଏତେ ପସନ୍ଦ କରୁ ନ ଥିବା ଦେଖାଯାଇଛି । ଏବେ ରିଲିଜ୍ ହାଇଥିବା ତାଙ୍କ ଅଭିନିତ ମୁଭି ‘ଜ୍ୱିଗାଟୋ’ ପ୍ରଥମ ଦିନରେ ସଭିଙ୍କୁ ନିରାଶା କରିଛି । ସୈକଲିନର ରିପୋର୍ଟ ଅନୁଯାୟୀ, ‘ଜ୍ୱିଗାଟୋ’ ପ୍ରଥମ ଦିନରେ ମାତ୍ର ୫୦ ଲକ୍ଷ ବ୍ୟବସାୟ କରିଛି ଯାହା ଖୁବ ନିରାଶଜନକ ।

Share