Categories: ଜାତୀୟ

ଅଗଷ୍ଟ ସୁଦ୍ଧା ୧୨ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ ଟିକା

ନୂଆଦିଲ୍ଲୀ, ୨୭।୬: ୧୨ ବର୍ଷରୁ ଊର୍ଦ୍ଧ୍ୱ ବୟସ ବର୍ଗଙ୍କ ପାଇଁ ଜୁଲାଇ ଶେଷ କିମ୍ବା ଅଗଷ୍ଟ ସୁଦ୍ଧା କୋଭିଡ୍‌ ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ଇତିମଧ୍ୟରେ ଜାଇଡସ୍‌ କାଡିଲା କମ୍ପାନୀର ଭାକ୍ସିନର କ୍ଲିନିକାଲ ପରୀକ୍ଷା ୧୨ରୁ ୧୮ ବର୍ଷ ପିଲାଙ୍କଠାରେ କରାଯାଇଛି। ଟିକାକୁ ଅନୁମତି ମିଳିବା ପରେ ଜୁଲାଇ ଶେଷ କିମ୍ବା ଅଗଷ୍ଟରୁ ପିଲାମାନଙ୍କୁ ଟିକାଦାନ ଆରମ୍ଭ ହେବ ବୋଲି କୋଭିଡ୍‌-୧୯ ଟିକାକରଣ ଜାତୀୟ ବୈଷୟିକ ଉପଦେଷ୍ଟା କାର୍ଯ୍ୟକାରୀ ଗୋଷ୍ଠୀ (ଏନ୍‌ଟିଏଜିଆଇ)ର ଅଧ୍ୟକ୍ଷ ଡ. ଏନ୍‌.କେ. ଆରୋରା କହିଛନ୍ତି।
ଜାଇଡସ୍‌ କାଡିଲା କମ୍ପାନୀର କୋଭିଡ୍‌ ଟିକା ଜାଇକୋଭ୍‌-ଡି ଖୁବ୍‌ଶୀଘ୍ର ୧୨ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ପାଇଁ ଉପଲବ୍ଧ ହେବ ବୋଲି ଶନିବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ଏହାର ବ୍ୟବହାରିକ ଅନୁମତି ପାଇଁ କମ୍ପାନୀ ଖୁବ୍‌ଶୀଘ୍ର ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ରେ ଆବେଦନ କରିବ ।

Share