ଅବ୍ୟବସ୍ଥାକୁ ସଜାଡ଼ିଦେଉଥିବା ଶକ୍ତି ଦେବୀ ଇନ୍ଦ୍ରାଣୀ

ଶ୍ରୀମନ୍ଦିରରେ ଉପାସନାର ବିବିଧତା ଦେଖିବାକୁ ମିଳେ। ବିବିଧତା ମଧ୍ୟରେ ଏକତା ଏବଂ ଏକତା ମଧ୍ୟରେ ବିବିଧତା ରହିବା ସନାତନୀୟ ପରମ୍ପରା। ଆଗମ ଏବଂ ନିଗମ ଆମର ବିବିଧତାର ପ୍ରତୀକ ପୁଣି ଏକତାର। ଶ୍ରୀମନ୍ଦିର ନାଟ ମନ୍ଦିରର ଦକ୍ଷିଣ ପଟର ବାହାର ପଟକୁ ଲାଗିରହିଛି ଦେବୀ ମନ୍ଦିରଟିଏ। ଦେବୀ ଇନ୍ଦ୍ରାଣୀ ଭାବରେ ସେ ପରିଚିତା। ଭିତରବେଢା ଓ ବାହାର ବେଢାରେ ଅନେକ ଦେବୀ ପୂଜା ପାଉଛନ୍ତି, ମାତ୍ର ମୂଳ ମନ୍ଦିର ସଂଯୁକ୍ତ ନାଟ ମନ୍ଦିରର କାନ୍ଥକୁ ଲାଗି ରହିଥିବା ମନ୍ଦିରରେ ଇନ୍ଦ୍ରାଣୀ ବିରାଜିତା।

ଶ୍ରୀବକ୍ରେଶ୍ୱର ମହାଦେବ ମଧ୍ୟ ଏହି ମନ୍ଦିରରେ ପୂଜା ପାଉଛନ୍ତି। ଅନୁସନ୍ଧାନରୁ ଜଣାଯାଏ ଏହି ମନ୍ଦିରର ମୁହଁ ପ୍ରଥମେ ପୂର୍ବ ଦିଗକୁ ଥିଲା। କେବଳ ଶ୍ରୀବକ୍ରେଶ୍ୱର ପୂଜା ପାଉଥିଲେ। ମା’ ଇନ୍ଦ୍ରାଣୀ ହେଉଛନ୍ତି ରୋଷଆଡ଼ ଦେବୀ। ସେ ଦେବୀ ମହାବଜ୍ରେଶ୍ୱରୀ ରୂପରେ ପ୍ରାଚୀନ ରୋଷଶାଳାରେ ଥିଲେ। ସୂଚନାଯୋଗ୍ୟ, ମହାବଜ୍ରେଶ୍ୱର (ମହାକାଳ) ଓ ମହାବଜ୍ରେଶ୍ୱରୀଙ୍କର ଏକ ସ୍ବତନ୍ତ୍ର ପୂଜା ଓଡ଼ିଶାର ଘରେ ଘରେ ପ୍ରାଚୀନ କାଳରୁ ପ୍ରଚଳିତ। ଶାମ୍ବଦଶମୀ ଦିନ ରାତିରେ ଘଡ଼ଘଡ଼ିଆ ତରକାରି ଓ ଚକୁଳି ପିଠା ତାଙ୍କୁ ଅର୍ପଣ କରାଯାଏ। ଏହି ପରମ୍ପରା ବଜ୍ର-ମହାକାଳ ପୂଜା ଭାବରେ ପ୍ରସିଦ୍ଧ। ମହାବଜ୍ରେଶ୍ୱରୀ ମୁଖ୍ୟତଃ ମହାକାଳୀ ନୁହନ୍ତି, କିନ୍ତୁ ମହାକାଳଙ୍କ ସହିତ ସେ ଉପାସିତ ହୁଅନ୍ତି। ମହାକାଳ ହେଉଛନ୍ତି ଆମ ପରମ୍ପରାରେ ଶ୍ରୀଜଗନ୍ନାଥ। ଐତିହ୍ୟ ରହିଛି ଶ୍ରୀମନ୍ଦିରରେ ସବୁ ଅ-ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଇଥାନ୍ତି ମହାବଜ୍ରେଶ୍ୱରୀ। ମହାକାଳ ଦାରୁବ୍ରହ୍ମଙ୍କ ପୀଠରେ ସେ ହିଁ ରୋଷଆଡ଼େ ରହି ଉପାସନାକୁ ସୁବ୍ୟବସ୍ଥିତ କରୁଥିଲେ। ପ୍ରାଚୀନ ରୋଷଶାଳ ବର୍ତ୍ତମାନର ଶ୍ରୀସତ୍ୟନାରାୟଣଙ୍କ ମନ୍ଦିରକୁ ଲାଗି ରହିଥିଲା। ମେଘମାଳିଆ ସୁଆରଙ୍କ ପ୍ରସଙ୍ଗ ପରେ ଦେବୀ ବିଶେଷ ଭାବରେ ଚର୍ଚ୍ଚାକୁ ଆସିଥିଲେ। ପରେ ରୋଷଶାଳ ଘୁଞ୍ଚତ୍ୟାଇଛି। ଦେବୀ ସ୍ଥାନାନ୍ତରିତ ହୋଇ ଆସିଛନ୍ତି ଶ୍ରୀବକ୍ରେଶ୍ୱର ମହାଦେବଙ୍କ ମନ୍ଦିରକୁ। ୫ଫୁଟ ଉଚ୍ଚତାର ସିଂହାସନରେ ୨ଫୁଟ ୮ଇଞ୍ଚ ଉଚ୍ଚତା ବିଶିଷ୍ଟ ଦେବୀ ଦୁଇଭୁଜା। ବିସ୍ମୟକର କଥା ଦେବୀଙ୍କ ହାତରେ ଆୟୁଧ ନାହିଁ। ସମ୍ଭାବନା ହୁଏ, ମୋଗଲ ସୁବାଦାରମାନଙ୍କର ଶ୍ରୀମନ୍ଦିର ଆକ୍ରମଣ ବେଳେ କୌଣସି ମୂଲ୍ୟବାନ ଧାତୁର ଆୟୁଧ ଦେଖି ସେମାନେ ନେଇଯାଇଛନ୍ତି। ୩୬୫ ଦିନ ବଡ଼ା, ଲଡୁ ଓ ପଖାଳ ମହାପ୍ରସାଦ ଦେବୀଙ୍କୁ ସମର୍ପଣ ହେଉଅଛି। ଶାରଦୀୟ ଷୋଳପୂଜାବେଳେ ଦେବୀଙ୍କ ପାଇଁ ମାଣିକ ତେଲ (ରାଶି ତେଲ) ଖଞ୍ଜା ହୋଇଛି। ଚଣ୍ଡୀପାଠ ପାଇଁ ଦେବୀଙ୍କ ପାଖରେ ବ୍ରାହ୍ମଣ ପୂଜକ ଖଞ୍ଜା ନ ଥିବାବେଳେ ପ୍ରାଚୀନ କାଳରୁ ଶ୍ରୀଜୟକୃଷ୍ଣଙ୍କ ପୂଜାପଣ୍ଡାଙ୍କ ପରିବାର ଦେବୀଙ୍କ ଉପାସନା କଥା ବୁଝାଶୁଝା କରୁଛନ୍ତି। ଦେବୀଙ୍କୁ ନେଇ ରହିଛି ବହୁ ରୋଚକ ଐତିହ୍ୟ। ଓଡ଼ିଶାରେ ପ୍ରାୟ ସ୍ଥାନରେ ଇନ୍ଦ୍ରାଣୀଙ୍କ ପୂଜା ପ୍ରଚଳିତ ନ ଥିବାବେଳେ ଶ୍ରୀମନ୍ଦିରରେ ଏହାଙ୍କର ପୂଜା ରହସ୍ୟମୟ ମନେହୁଏ।

– ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri