ଅଂଶୁଘାତ ମୃତ୍ୟୁ ଅଭିଯୋଗ ହେଲେ ଜଣାଇବାକୁ ନିର୍ଦ୍ଦେଶ

ଛତ୍ରପୁର,୧୬ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଥିବା ବିଭନ୍ନ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ଫନୀ ବାତ୍ୟା ବେଳେ ଏବଂ ପରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ଟିମ୍‌ ପକ୍ଷରୁ କରାଯାଇଥିବା କାର୍ଯ୍ୟକୁ ବୈଠକରେ ଜିଲାପାଳ ପ୍ରଶଂସା କରିଥିଲେ। ଜନସାଧାରଣଙ୍କୁ ଅଧିକ ଉତ୍ତମ ସେବା ଯୋଗାଇଦେବାର ଆବଶ୍ୟକତା ଥିବା ଜିଲାପାଳ କହିଥିଲେ। ମୋ ସ୍କୁଲ କାର୍ଯ୍ୟକ୍ରମରେ ଲୋକଙ୍କୁ ସାମିଲ କରାଯାଇ ସ୍କୁଲଗୁଡ଼ିକର ବିକାଶ ସହ ସେଠାରେ ଆବଶ୍ୟକ ସୁବିଧା ଉପଲବ୍ଧ କରାଯାଉଛି। ସେହିଭଳି ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ମଧ୍ୟ ଲୋକଙ୍କୁ ସାମିଲ କରାଯାଇ ଏହାର ଭିତ୍ତିଭୂମି ସୁଦୃଢ଼ ସହ ବିଭିନ୍ନ ସୁବିଧାର ବ୍ୟବସ୍ଥା କରିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ପ୍ରତି ହସ୍‌ପିଟାଲ ଓ ସ୍ବାସ୍ଥ୍ୟକେନ୍ଦ୍ରରେ ବାୟୋମେଟ୍ରିକ୍‌ ବ୍ୟବସ୍ଥା ଓ ସିସିଟିଭି ଲଗାଇବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ସିସିଟିଭି ଦ୍ୱାରା ଆବଶ୍ୟକ ପଡିଲେ ପୋଲିସ ତଦନ୍ତରେ ସହାୟତା ହୋଇପାରିବ ବୋଲି ଜିଲାପାଳ କହିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ଠିକ୍‌ ଭାବେ ସଫେଇ ଓ ଗାର୍ଡେନ କରିବାକୁ କୁହାଯାଇଛି। ପିଆଇପି (ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେଶନ୍‌ ପ୍ଲାନ୍‌)-୨୦୧୯-୨୦  ଲକ୍ଷ୍ୟ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ଜିଲାରେ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ୩ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର  ଅଧିକାରୀ ଓ ଷ୍ଟାଫ୍‌ଙ୍କୁ ସମ୍ମାନିତ ସହ ପୁରସ୍କୃତ କରାଯାଇଥିଲା। ସେଥିମଧ୍ୟରେ ବେଲଗଁା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରଥମ ହୋଇଥିବା ବେଳେ କୁକୁଡାଖଣ୍ଡି ସିଏଚସି ଦ୍ୱିତୀୟ ଓ ଭାଟକୁମରଡା ସିଏଚସି ତୃତୀୟରେ ରହିଛନ୍ତି। ଘର ଘର ବୁଲି ମଧୁମେହ, କ୍ୟାନ୍‌ସର ଓ ରକ୍ତଚାପ ଆଦି ରୋଗୀଙ୍କୁ ଚିହ୍ନଟ କରି ସ୍କ୍ରିନିଂ କରିବାରେ ସଫଳତା ନେଇ ଖଲ୍ଲିକୋଟ ସିଏଚସି ପ୍ରଥମ, କୋଦଳା ସିଏଚସି ଦ୍ୱିତୀୟ ଓ ଗାଲେରୀ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ତୃତୀୟ ଭାବେ ପୁରସ୍କୃତ ହୋଇଥିଲେ। ଏହି ଆଭିମୁଖ୍ୟ ରଖି କାମ କରିବାକୁ ଜିଲାମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ କହିଥିଲେ। ଛତ୍ରପୁର ହସ୍ପିଟାଲ ଓ କୋଦଳା ସିଏଚସି ଚଳିତବର୍ଷ କାୟାକଳ୍ପ ଆୱାର୍ଡ ପାଇଛି। ଅତିକମ୍‌ରେ ସମସ୍ତ ଉପଖଣ୍ଡ ହସ୍ପିଟାଲ ଓ ସିଏଚସି ଏହି ଆୱାର୍ଡକୁ ଲକ୍ଷ୍ୟ ରଖି କାମ କଲେ ସମସ୍ତେ ଏଥିରେ ଉତ୍ତୀର୍ଣ୍ଣ ହୋଇପାରିବେ ଏବଂ ଏଥିପାଇଁ ସ୍ବାସ୍ଥ୍ୟକେନ୍ଦ୍ରର ମଧ୍ୟ ବିକାଶ ହୋଇପାରିବ ବୋଲି ଡିପିଏମ୍‌ ଶ୍ୟାମ ସୁନ୍ଦର ତ୍ରିପାଠୀ ପରାମର୍ଶ ଦେଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର ମାନ ବୃଦ୍ଧି କରିବାକୁ ଅନୁଦାନ ଦିଆଯାଇଥିଲେ ହେଁ ବାଲିସିରା, ଭାଟକୁମରଡା, ଖଲ୍ଲିକୋଟ ଓ ପୋଲସରା ସ୍ବାସ୍ଥ୍ୟକେନ୍ଦ୍ର ଜମା ଅର୍ଥ ଖର୍ଚ୍ଚ କରି ନ ଥିବା ସମୀକ୍ଷାରୁ ଜଣାପଡ଼ିଥିଲା। ରୋଗୀ କଲ୍ୟାଣ ସମିତି ଓ ଗଭର୍ନିଂ ବଡି ବୈଠକ ବରାବର କରିବା,ନିର୍ଦ୍ଧାରିତ ସମୟରେ ବିନିଯୋଗ ପ୍ରମାଣପତ୍ର ଦାଖଲ ଓ ଆଶାକର୍ମୀ ମାନଙ୍କୁ ଭତ୍ତା ଠିକ୍‌ ସମୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ମ୍ୟାଲେରିଆରେ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇ ନ ଥିବାବେଳେ ୧୨୮୪ ଜଣ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ଦିଆଯାଇଥିଲା। ଆଡପଡା, ବମକେଇ, ପାତ୍ରପୁର, ବଡଗଡ, ଧରାକୋଟ, ଗାଲେରି, ପୋଲସରା, ଚିକିଟି ଓ ଶେରଗଡ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଞ୍ଚଳରେ ମ୍ୟାଲେରିଆ ଅଧିକ ଦେଖାଦେଇଥାଏ। ଏନେଇ ସଚେତନତା କାର୍ଯ୍ୟକ୍ରମ ସହ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କୋଦଳା ସିଏଚସି ପକ୍ଷରୁ ଆଶା କର୍ମୀମାନଙ୍କୁ ଭତ୍ତା ବାବଦରେ ୧ ଲକ୍ଷ ଟଙ୍କା ୬୫ ହଜାର ବକେୟା ରଖିଛି। ଏହା ତୁରନ୍ତ ଦେବା ସହ ଏଥିରେ ଖିଲାପ କଲେ ବିପିଏମ୍‌ମାନଙ୍କ ଦରମା ବନ୍ଦ କରାଯିବ ବୋଲି ସିଡିଏମଓ ସତର୍କ କରାଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ଅଂଶୁଘାତ ଜନିତ ମୃତ୍ୟୁ ହେଲେ ଏସମ୍ପର୍କରେ ସିଡିଏମଓଙ୍କୁ ଜଣାଇବାକୁ କୁହାଯାଇଛି। ଏଥିସହ ଆଗକୁ ବର୍ଷା ଦିନ ଆସୁଥିବାରୁ ଝାଡାବାନ୍ତି ବ୍ୟାପିବାର ସମ୍ଭାବନା ଥାଏ। ଏଣୁ ଏହାର ନିରାକରଣ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ବୈଠକରେ ଅତିରିକ୍ତ ମୁଖ୍ୟ ଚକିତ୍ସାଧିକାରୀ ଡା. ଭି. ସରୋଜିନୀ ଦେବୀ, ଡା. ଆର୍‌.ଜେ. ପଟ୍ଟନାୟକ, ସିଟି ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ପି. କୁର୍ମେୟା, ଡା. ମନୋଜ କୁମାର ପଣ୍ଡା, ଡା. ଅବନୀ କୁମାର ପାତ୍ର, ଛତ୍ରପୁର ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡା. କାହ୍ନୁ ଚରଣ ପାତ୍ର, ଭଞ୍ଜନଗର ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ  ଡା. ପି. ଦାଶ, ଡିଏମଆରସିଏଚ୍‌ ଶକ୍ତି କୁମାର ଦିଗାଲ, ଏମକେସିଜିର ଆସିଷ୍ଟାଣ୍ଟ ପ୍ରଫେସର ଡା. ବି କେ. ସାହାଙ୍କ ସମେତ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ, ଛତ୍ରପୁର ହସ୍ପିଟାଲ ମ୍ୟାନେଜର ସନ୍ତୋଷ ପଣ୍ଡା, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କାହାଣୀ କାନ୍ଦୁଛି ଆଖି ଲୁଚେଇ ‘ ନାଟକ ମଞ୍ଚସ୍ଥ 

ଦିଗପହଣ୍ଡି,୧୯। ୪(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ଚୌଧୁରୀ ଟିକରପଡା ଗ୍ରାମରେ ଶ୍ରୀ ହନୁମାନ ଜୟନ୍ତୀ ଉତ୍ସବ ଉଦଯାପନୀ ଉପଲକ୍ଷେ ଶୁକ୍ରବାର ରାତିରେ ଶ୍ରେଷ୍ଠ ସାମାଜିକ...

ଦିଗପହଣ୍ଡିରେ ଭାଜପାର ସକ୍ରୀୟ ସଦସ୍ୟ ସମ୍ମିଳନୀ, ଯୋଗ ଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟସ୍ଥ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପରେ ଶନିବାର ଭାଜପା ପକ୍ଷରୁ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ...

ସଂଘବଦ୍ଧ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଆସିକା,୧୯ା୪(ସୁରେନ୍ଦ୍ର ନାଥ ସାହୁ): ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ କେ. ଭରତପଲ୍ଲୀ ଗ୍ରାମରେ ଶୁକ୍ରବାର ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୪ଜଣ ଗୁରୁତର ଆହତ...

ଭଞ୍ଜନଗରରେ ଝଡ ତୋଫାନ ସହ ବର୍ଷା:ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ଭାଙ୍ଗିଲା କାର

ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ଗ୍ରାମରେ ଶନିବାର ଅପରାହ୍ନରେ ପ୍ରବଳ ଝଡ ତୋଫାନ ଯୋଗୁ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଏକ କାର...

ଭାର ଉତ୍ତୋଳନ ସମର କୋଚିଂ କ୍ୟାମ୍ପ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ଯୋଜନା

ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ପରୀକ୍ଷା ସରିବା ପରେ ଛାତ୍ରୀଛାତ୍ରମାନେ ଘରେ ବସି ରହୁଛନ୍ତି। ତେଣୁ ସେମାନଙ୍କ ମଧ୍ୟରେ ଶାରୀରିକ ଦକ୍ଷତା ବୃଦ୍ଧି...

ବୃଦ୍ଧଙ୍କ ସନ୍ଦେହଜନକ ମୃତ୍ୟୁ: ମୃତଦେହ ଜବତ

ଦିଗପହଣ୍ଡି,୧୯।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଗୋଲା ସାହିର ବି. ଜୁରିଆ(୬୦)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳେ ସେ...

ବାଇକ୍‌ ଧକ୍କାରେ ବୃଦ୍ଧଙ୍କ ଜୀବନ ଗଲା, ମୃତଦେହକୁ ରାସ୍ତାରେ ଫିଙ୍ଗି ଫେରାର ହୋଇଗଲେ ଚାଳକ

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର-ଜଗନ୍ନାଥପୁର ଗାଁ ନିକଟରେ ଶନିବାର ବାଇକ୍‌ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ...

ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ବଡଖାନା

ଭଞ୍ଜନଗର,୧୮/୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ନିକଟସ୍ଥ ତନରଡ଼ା ସ୍ଥିତ ଆଇ ଆର୍ ବି ୮ ମ ସ୍ଵତନ୍ତ୍ର ବାଟାଲିୟନ ପରିସରରେ ପୋଲିସ୍ ପ୍ରତିଷ୍ଠା ଦିବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image