ନୂଆଦିଲ୍ଲୀ,୧୭ -୮: ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ର ବିବାଦ ସମାଧାନ କମିଟି ଦ୍ୱାରା ଅକ୍ଷୟ ଶକ୍ତି ମାମଲାରେ ଭାରତ ସପକ୍ଷରେ ରାୟ ପ୍ରକାଶ ପରେ ଆମେରିକା ଏହାକୁ ବିରୋଧ କରିଛି। ଡବ୍ଲ୍ୟୁଟିଓର ଉପର କମିଟି ନିକଟରେ ଆମେରିକା ରାୟକୁ ଚ୍ୟାଲେଞ୍ଜ କରିଛି। ଆମେରିକାର ୮ ରାଜ୍ୟଦ୍ୱାରା ଅକ୍ଷୟ ଶକ୍ତିର ବିକାଶ ପାଇଁ ଦିଆଯାଇଥିବା ସବ୍ସିଡି ବିଶ୍ୱ ବାଣିଜ୍ୟ ନିୟମର ଉଲ୍ଲଂଘନ କରୁଛି ବୋଲି କମିଟି ରାୟ ଦେଇଛନ୍ତି, ଯାହା ଭାରତ ସପକ୍ଷରେ ରହିଛି। ଜୁନ୍ରେ ଏହି ରାୟ ପ୍ରକାଶ ପାଇଥିଲା। ଆମେରିକାର ପଦକ୍ଷେପ ଜେନେରାଲ ଏଗ୍ରିମେଣ୍ଟ ଅନ୍ ଟାରିଫ୍ସ ଆଣ୍ଡ ଟ୍ରେଡ୍ର ବିରୁଦ୍ଧାଚରଣ କରୁଛି ବୋଲି କମିଟି ତାଙ୍କ ରାୟରେ ଦର୍ଶାଇଛନ୍ତି।