ଅଚଳ ହୋଇ ପଡିରହିଛି ପାନୀୟ ଜଳ ପ୍ରକଳ୍ପ

ମାଲକାନଗିରି, ୧୭।୫(ଡି.ଏନ୍‌.ଏ.) – ମାଲକାନଗିରି ଜିଲାରେ ଏବେ ପ୍ରଚଣ୍ଡ ଖରା। ଜିଲାରେ ଏବେ ୪୪ ଡିଗ୍ରୀ ତାପମାତ୍ରା ଥିବାବେଳେ ବିଭିନ୍ନ ଅଞ୍ଚଳରେ କୂଅ, ପୋଖରୀ ଶୁଖିବାରେ ଲାଗିଛି। ପାନୀୟ ଜଳ ପାଇଁ ଲୋକଙ୍କ ସମେତ ପଶୁପକ୍ଷୀ ମଧ୍ୟ ଡହଳ ବିକଳ ହେଉଛନ୍ତି। ଏପରି ସମୟରେ ଖଇରପୁଟ ବ୍ଲକ ଗୁମ୍ମା ପଞ୍ଚାୟତ ପୂଜାରୀଗୁଡ଼ାସ୍ଥିତ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡିଛି। ଫଳରେ ସ୍ଥାନୀୟ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି।
ପ୍ରକାଶ ଯେ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏଠାରେ କିଛି ବର୍ଷ ପୂର୍ବରୁ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରିଥିଲା। କିନ୍ତୁ ବ୍ୟହାରର କିଛିଦିନ ପରେ ଏହା ଅଚଳ ହୋଇ ପଡିଥିଲା। ଗ୍ରାମବାସୀ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଖଇରପୁଟ ଜିଲା ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ନଷ୍ଟ ହୋଇ ଯାଇଥିବା ପ୍ରକଳ୍ପକୁ ସୁଧାରିବା ପାଇଁ ସମସ୍ତ କାର୍ଯ୍ୟ ଶେଷ କରିଥିଲେ। ଏଥିପାଇଁ ଆବଶ୍ୟକ ବିଜୁଳି ଯୋଗାଇବାକୁ ସାଉଥ୍‌ କୋ ପକ୍ଷରୁ ତିନିମାସ ପୂର୍ବେ ଟ୍ରାନ୍ସଫର୍ମର ବସା ଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଟ୍ରାନ୍ସଫର୍ମର ବସିବା ଦିନ ହିଁ ବଜ୍ରପାତରେ ତାହା ପୋଡି ଯାଇଥିଲା। ଏ ନେଇ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଜିଲା ପାନୀୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ରାଉତଙ୍କୁ ଜଣାଇଥିଲେ। ଯନ୍ତ୍ରୀ ରାଉତ ଏ ନେଇ ଅବଗତ ହେବାପରେ ସାଉଥ୍‌ କୋ ନିର୍ବାହୀ ଯନ୍ତ୍ରୀଙ୍କୁ ଆଉ ଏକ ଟ୍ରାନ୍ସଫର୍ମର ବସାଇବା ପାଇଁ ଗତ ଏପ୍ରିଲ ୩୦ରେ ପତ୍ର ମାଧ୍ୟମରେ ଜଣାଇଥିଲେ। ଏ ନେଇ ସାଉଥ୍‌ କୋ ନିର୍ବାହୀ ଯନ୍ତ୍ରୀ ଭଗବାନ ପ୍ରଧାନ କହିଛନ୍ତି ଯେ, ପୁଜାରିଗୁଡା ଗ୍ରାମର ଟ୍ରାନ୍ସଫର୍ମର ପୋଡିବା ଘଟଣା ମୋ ଦୃଷ୍ଟିକୁ ଆସିଛି। ଦୁଇ ସପ୍ତାହ ମଧ୍ୟରେ ଏକ ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରାଯିବ। ଟ୍ରାନ୍ସଫର୍ମର ସ୍ଥାପନ ପରେ ଗ୍ରାମ ବାସୀଙ୍କ ପାନୀୟଜଳ ସମସ୍ୟା ରହିବ ନାହିଁ। ସୂଚନାଯୋଗ୍ୟ ଯେ, କେବଳ ପୂଜାରିଗୁଡା ନୁହେଁ ଜିଲାର ତନମୁଣ୍ଡା, ଲଙ୍ଗଳଗୁଡା, ପତିଗୁଡା, ଏମ୍‌.ଭି.-୭୦, ଏମ୍‌.ଭି.-୩୦ ଏବଂ ପୋଟ୍ରେଲ ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ସ୍ଥାପିତ ହୋଇଥିବା ଟ୍ରାନ୍ସଫର୍ମର ଗୁଡିକ ମଧ୍ୟ ବଜ୍ରପାତରେ ପୋଡି ଯାଇଛି। ତୁରନ୍ତ ସେ ସବୁକୁ କାର୍ଯ୍ୟକ୍ଷମ କରା ନ ଗଲେ ଆଗାମୀ ଦିନରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିବ ବୋଲି ଅଞ୍ଚଳବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟର ଆମତ୍ହତ୍ୟା ମାମଲା:ବିଭାଗୀୟ ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ

ରାୟଗଡ଼ା,୨୧ା୯(ଆଶିଷ ରଞ୍ଜନ ପଣ୍ଡା):ଦୀର୍ଘ ୧୨ ବର୍ଷ ବନ ବିଭାଗ ସିଲ୍‌ଭିକ୍‌ଲଚର ଡିଭିଜନରେ କାର୍ଯ୍ୟରତ ଥିଲେ ରାୟଗଡ଼ା ସହର ଶୁଣ୍ଢିସାହିର ଲବଣୀ ନାୟକଙ୍କ ସାନ ପୁଅ ସଞ୍ଜୟ...

ରାଜପଥ କଡ଼ରେ ପକୁଡ଼ି ବିକିଲେ ଯୁବକଂଗ୍ରେସ କର୍ମକର୍ତ୍ତା

ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):କେନ୍ଦ୍ରରେ ପ୍ରଥମ ଥର ଭାଜପା ସରକାର ଆସିବା ପୂର୍ବରୁ ଦେଶରେ ୨ କୋଟି ବେକାର ଯୁବତୀଯୁବକଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା...

ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ରୋଷେୟା

ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବୁଡୁବାଲି ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ସେହି ବିଦ୍ୟାଳୟରେ କାର୍ଯ୍ୟରତ...

ଓଡ଼ିଶାର ଜମି, ଜଙ୍ଗଲ, ବାଲି, ପାଣି ଉପରେ ଆନ୍ଧ୍ରର ନଜର

କାଶୀନଗର,୧୮ା୯(ଟି. କ୍ରିଷ୍ଣା ରାଓ):କାଶୀନଗର ଦେଇ ପ୍ରବାହିତ ବଂଶଧାରା, ଗୋଦାବରୀ ଓ ମହାନଦୀ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନଦୀ ଓଡ଼ିଶାର ରାୟଗଡ଼ା ଜିଲା ଅନ୍ତର୍ଗତ କଲ୍ୟାଣସିଂହପୁର ଓ...

ଫାଷ୍ଟ ଫୁଡ୍‌ ଦୋକାନ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ପଦ୍ମପୁର,୧୫ା୯(ପ୍ରଶାନ୍ତ କୁମାର କର): ରାୟଗଡ଼ା ଜିଲାର ପଦ୍ମପୁର ସୁନାରି ଘାଇ ଛକ ନିକଟରେ ଥିବା ଏକ ଫାଷ୍ଟ ଫୁଡ୍ ଦୋକାନରେ କାର୍ଯ୍ୟ କରୁଥିବା ଜଣେ କମଚାରୀ...

ରାସ୍ତା, ନେଟ୍‌ୱର୍କ ନ ଥିବା ଗାଁରେ ସୁଭଦ୍ରା ପଞ୍ଜୀକରଣ କଷ୍ଟକର

ରାୟଗଡ଼ା, ୧୩।୯(ଭାଗ୍ୟଶ୍ରୀ ମିଶ୍ର)-ବାଣିଜ୍ୟ, ପରିବହନ ଇସ୍ପାତ ଏବଂ ଖଣି ମନ୍ତ୍ରୀ ଗତ ୭ ତାରିଖରେ ରାୟଗଡ଼ା ଜିଲାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା...

ହାରିସ୍‌ଙ୍କ ପ୍ରଚାରରେ ଓଡ଼ିଆ ପୁଅ ସମୟ

ରାୟଗଡ଼ା,୧୩।୯(ଆଶିଷ ରଞ୍ଜନ ପଣ୍ଡା):ଆମେରିକା ରାଜନୀତିରେ ଓଡ଼ିଆ ପୁଅ ସମୟ ସାହୁ ସକ୍ରିୟ ଭୂମିକା ତୁଲାଉଛନ୍ତି। ସେ ଆମେରିକା ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ପାଇଁ...

ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ ପଣ୍ଡ

ରାୟଗଡ଼ା,୧୨।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ପୁରୁଣା ପୋଲିସ ଷ୍ଟେସନ ସମ୍ମୁଖରେ ମହିଳାଙ୍କ ବେକରୁ ଚେନ ସ୍ନାଚିଂ ଘଟଣା ସାମ୍ନାକୁ ଆସିଛି। ତେବେ ବେକରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri