ରେଢ଼ାଖୋଲ,୧୫।୨(ଡି.ଏନ୍.ଏ.): ସମ୍ବଲପୁର ଜିଲା ୫୫ନଂ ଜାତୀୟ ରାଜପଥ ଚାରମାଳ ନିକଟରେ ବୁଧବାର ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ସମ୍ବଲପୁର ଅବକାରୀ ବିଭାଗର କର୍ମଚାରୀ ଦିଲ୍ଲିପ କୁମାର ସ୍ବାଇଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି। ସେ ରେଢ଼ାଖୋଲରୁ ସମ୍ବଲପୁର ଏକ ବାଇକରେ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।