ଅଜନା ରୋଗ୍‌ରେ ଖଟେ ପଡ଼ିଛନ୍‌ ଫୁଲ

ଖପ୍ରାଖୋଲ, ୧୩।୩ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଁଚେତ୍‌ ତୁର୍ଲା ଗଁାର ବୁଡୁ ଛତର(୭୧)କଁର ମାଏକିନା ଫୁଲ ଛତର(୬୦)। ସେ ଅନେକ ଦିନ ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ବୁଡୁ ଧାରଉଧାର କରି ଆସରପାସର ଡାକ୍‌ତରଖାନାରେ ଫୁଲକଁର ଚିକିଛା କରେଇ ନିରାଶ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ଫୁଲର ଚିକିଛା କରେଇ ନାଇଁ ପାରବାର। ସେନ୍‌ତା ଦମ୍ପତି ଅନେକ ପରକାର ସରକାରୀ ଯୋଜନାରୁ ବି ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ବୁଡ଼ୁ ଛତରକଁର ପରିବାର କହେଲେ ମାଏକିନା ଫୁଲ ଗୁଟେ ପୁଓ, ଗୁଟେ ଝି’କେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ସଁପତି ବଲି କିଛି ନାଇଁ। ବୁଡୁ ଦୁଖ୍‌ସୁଖ କରି ପୁଓକେ ବିହାଚୁରା କରିଛନ୍‌। ପୁଓ ବିହାଚୁରା ଉତାରୁ ନିଜର କୁଟୁମ ଧରି ଅଲଗେ ରହୁଛନ୍‌। ଏହେଦେ ଘରେ ବୁରୁଧ୍‌ ଦମ୍ପତି ସଂଗେ ଅବିହାରି ଝି’ ରହିଛନ୍‌। ପରିବାରଟା ମୂଲ ଦିନୁ କୁଲିମଜୁରି କରି ଚଲୁଥିଲାବେଲେ ଆଏଜ୍‌କେ ୫ ବଛର ହେଲା ଫୁଲ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଖଟେ ପଡ଼ି ରହିଛନ୍‌। ଚାଲିବୁଲି ନାଇଁ ପାରବାର। ବୁଡୁ ଧାରଉଧାର କରି ଫୁଲକୁଁ ଆସରପାସର ଡାକ୍‌ତରଖାନାରେ ଚିକିଛା କରେଇ ନିରାଶ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ସେ ତାକର ଚିକିଛା କରେଇ ନାଇଁପରୁଥିବାର କହିଛନ୍‌। ସେନ୍‌ତା ପରିବାରରେ ୩ ଝନ୍‌ ରହିଥିଲାବେଲେ ଜାତୀୟ ଖାଏଦ୍‌ ସୁରକ୍ଷା ଯୋଜନାରେ ରାଶନକାର୍ଡ ପାଏବାରୁ ବଁଚିତ୍‌ ହେଇଛନ୍‌। ହେଲେ ପଁଚେତ୍‌ କତୁରପକ୍ଷ ପରିବାରକେ ଅନ୍ନପୂର୍ଣ୍ଣା ଯୋଜନାରେ ମାସିକ ମାହାଲିଆ ୧୦ କେ.ଜି. ଚାଉଲ ଯୁଗେଇ ଦେଉଛନ୍‌। ସେନ୍‌ତା ଫୁଲକଁର ଭିନ୍ନକ୍ଷମ ପରମାନପତର ଥିଲାବେଲେ ବୁଡୁକଁର ବଏସ୍‌ ୭୦ ଟପି ଯାଇଛେ। ହେଲେ ଆଏଜ୍‌ ବି ବୁରୁଧ୍‌ ଦମ୍ପତି ଭତାରୁ ବଁଚିତ୍‌ ହେଇ ରହିଛନ୍‌। ଫୁଲ ରୋଗ୍‌ ପରଭାବରେ ଚାଲିବୁଲି ନାଇଁ ପାରବାର ଲାଗି ବୁଡୁ ତାହାକୁ ରଁାଧିବାଢ଼ି ଖାଏବାକେ ଦେଉଛନ୍‌। ଅବିହାରି ଝି’ ପରହର କୁଲିମଜୁରି କରି ଦୁଇ ପଏସା ଆନ୍‌ଲେ ଘରର ତେଲନୁନ୍‌ ଚଲୁଛେ। ଏନ୍‌ତାଥି ଫୁଲକଁର ଚିକିଛା କଥା କିଏ ପଚାରେ ବଲି ବୁଡୁ କହିଛନ୍‌। ଇ ଦିଗେ ଜିଲା ଆର ଥାନୀଅ ପରଶାସନ ଦୁରୁଷ୍‌ଟି ଦେଇ ବୁରୁଧ୍‌ ଦମ୍ପତିକୁଁ ଭତା ଆର ଫୁଲକୁଁ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ପାଟଣାଗଡ ୨୧।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଏନଏସିସ୍ଥିତ ହରିଶଙ୍କର ସମ୍ମିଳନୀ ସଦନଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦଶହରା ବଏଲଯାତ୍ରା ପାଇଁ ପ୍ରସ୍ତୁତି ବୈଠକ...

ବି.ଫଟକରା ଗାଁରେ ଗୁଳିକାଣ୍ଡ: ଏସ୍‌ପିଙ୍କୁ ଭେଟିଲେ ଗ୍ରାମବାସୀ

ବଲାଙ୍ଗୀର,୧୯ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ ବି. ଫଟକରା ଗାଁରେ ଗତ ୧୧ ତାରିଖ ବିଳମ୍ବିତ ରାତିରେ କିଛି ଯୁବକ ମାରଣାସ୍ତ୍ର...

ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣାଗଡ ୧୯।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ଥାନା ସରମୁହାଣ ଓ ଭଇଁଷା ଗାଁର ମୁଖ୍ୟ ରାସ୍ତା କଡ଼ରେ ଏକ ମହୁଲ ଗଛରେ ଯୁବକଙ୍କ...

ବଲାଙ୍ଗୀରରେ ଧୂମ୍‌ଧାମ୍‌ରେ ଚାଲିଛି ଦେବଶିଳ୍ପୀଙ୍କ ପୂଜା

ବଲାଙ୍ଗୀର,୧୬ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ସୋମବାର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ବଲାଙ୍ଗୀର ସରକାରୀ ନୂତନ...

ସୁଭଦ୍ରା ଫର୍ମ ପୂରଣ ପାଇଁ ମହିଳାଙ୍କଠାରୁ ନେଉଥିଲେ ଟଙ୍କା, ପରେ ଯାହା ହେଲା…

ଟିଲାଗଡ଼,୧୪।୯(ଶରତ ମିଶ୍ର) ସୁଭଦ୍ରା ଯୋଜନାରେ ଫର୍ମ ପୂରଣ ନେଇ ଟଙ୍କା ନେଉଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଟିଟିଲାଗଡ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି...

ରାଗିଗଲେ ମୁଖ୍ୟମନ୍ତ୍ରୀ ବସ୍‌ ଡ୍ରାଇଭର ଅନ୍ୟଜଣେ ଡ୍ରାଇଭରଙ୍କୁ ଟାଙ୍ଗିଆରେ ହାଣିଦେଲେ

ବଲାଙ୍ଗୀର,୧୩।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡା ତାରିଣୀ ମନ୍ଦିର ନିକଟରେ ମୁଖ୍ୟମନ୍ତ୍ରୀ ବସ୍‌ର ଜଣେ ଡ୍ରାଇଭର ଅନ୍ୟ ଜଣେ ଡ୍ରାଇଭରଙ୍କୁ ଟାଙ୍ଗିଆରେ ଆକ୍ରମଣ...

ଠିକା କାମ ବିବାଦକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

ଲୋଇସିଂହା,୬ା୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ପରିସରରେ ୨ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଠିକାବିବାଦରୁ ଏପରି କାଣ୍ଡ ଘଟିଥିବା ଜଣାଯାଇଛି। ଲୋଇସିଂହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri