Posted inଫୁରସତ

ଅଜବ ବିଶ୍ୱାସର ମନ୍ଦିର

ଲଙ୍କାଗୁଣ୍ଡ ବୋଳିହୋଇ ନିଆଁରେ ଚାଲନ୍ତି ଭକ୍ତ:  ଭାରତର ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ପରମ୍ପରା ଦୃଷ୍ଟି ଗୋଚର ହୋଇଥାଏ। ବେଳେବେଳେ ଏହା ଆଧୁନିକ ବିଜ୍ଞାନକୁ ଚ୍ୟାଲେଞ୍ଜ୍‌ କରିଥାଏ। ମାତ୍ର ଏହାର ରହସ୍ୟ ଖୋଜିବାକୁ ବିଜ୍ଞାନ ସକ୍ଷମ ହୋଇପାରେନା। ଏଭଳି ଏକ ଅଜବ ପରମ୍ପରା ତାମିଲନାଡୁ ଇଦ୍ୱାଞ୍ଚଓ୍ବାଡି ଗାଁରେ ଥିବା ବର୍ନାମୁର୍ତୁ ମରିୟମନ୍‌ ମନ୍ଦିରରେ ଅତି ପ୍ରାଚୀନ କାଳରୁ ଚଳି ଆସୁଛି। ଏଠାରେ ପ୍ରତିବର୍ଷ ୮ ଦିନ ବ୍ୟାପି ବାର୍ଷିକ ଉତ୍ସବ ପାଳିତ ହୋଇଥାଏ। ଏହି ଅବସରରେ ମନ୍ଦିରର ତିନି ପ୍ରମୁଖ ଭକ୍ତଙ୍କୁ ଲଣ୍ଡା କରାଯାଇ ସେମାନଙ୍କ ଶରୀରରେ ଚନ୍ଦନ, କୁଙ୍କୁମ, ଅତର, ହଳଦୀ ସହିତ ଲାଲ୍‌ ଲଙ୍କାଗୁଣ୍ଡ ବୋଳି ଦିଆଯାଇଥାଏ। ସେମାନଙ୍କୁ କିଛି ଗୁଣ୍ଡ ମଧ୍ୟ ସେବନ କରିବାକୁ ଦିଆଯାଇଥାଏ। ଏହାପରେ ମନ୍ଦିର ଭିତରକୁ ନିଆଯାଇଥାଏ। ସେଠାରେ ସେମାନଙ୍କୁ ଜଳୁଥିବା ଅଙ୍ଗାରରେ ଚାଲିବାକୁ ହୋଇଥାଏ। ଏହାଦ୍ୱାରା ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଉତ୍ସବକୁ ଲଙ୍କା ଅଭିଷେକ କୁହାଯାଇଥାଏ।

ପ୍ରେମିକ ପ୍ରେମିକାଙ୍କ ବିଚ୍ଛେଦ ପାଇଁ ହୁଏ ପୂଜା: ଉତ୍ତରପ୍ରଦେଶ ସାହାରନ ପୁରରେ ରହିଛି ଶ୍ରୀବାଲାଜୀ ମହାରାଜଙ୍କ ମନ୍ଦିର। ମନ୍ଦିରରେ ହନୁମାନଙ୍କ ବାଳ ସ୍ବରୂପ ପୂଜା ହୋଇଥାନ୍ତି। ଏଠାରେ ଯୁବତୀ ଯୁବକଙ୍କ ମୁଣ୍ଡରୁ ପ୍ରେମ ନିଶା ଉତ୍ତାରିବା ଲାଗି କରାଯାଇଥାଏ ପୂଜା। ସେଥିପାଇଁ ଏଠାରେ କୌଣସି ପ୍ରେମୀଯୁଗଳ ପାଦ ପକାଇ ନ ଥାନ୍ତି। ପରିବାରର ଇଛା ବିରୋଧରେ ପ୍ରେମ ବିବାହ କରିବାକୁ ଜିଦ୍‌ ଧରିଥିବା ଯୁବତୀ ଯୁବକଙ୍କ ସମ୍ପର୍କୀୟ ମନ୍ଦିରରେ ଆସି ପୂଜାର୍ଚ୍ଚନା କଲେ ସୁଫଳ ମିଳିଥାଏ ବୋଲି ରହିଛି ବିଶ୍ୱାସ। ପୂଜା ପରେ ଆଶ୍ଚର୍ଯ୍ୟ ଭାବେ ଯୁବତୀ ଯୁବକମାନେ ନିଜ ଜିଦ୍‌ରୁ ଓହରି ଆସି ପରିବାର ଇଛାନୁସାରେ ବିବାହ କରୁଥିବା ସ୍ଥାନୀୟ ଲୋକେ କୁହନ୍ତି। ପ୍ରତି ମଙ୍ଗଳବାର ମନ୍ଦିରରେ ଏଥିଲାଗି ସ୍ବତନ୍ତ୍ର ପୂଜା କରାଯାଇଥାଏ।

ସ୍ତନକର୍କଟ ନହେବା ପାଇଁ ହୁଏ ପୂଜା: ଜାପାନରେ ରହିଛି ଏକ ମନ୍ଦିର। ଏଠାରେ ସ୍ତନ ପୂଜା କରାଯାଏ। ସ୍ତନ କର୍କଟ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ନିର୍ମାଣ କରାଯାଇଛି ଏହି ମନ୍ଦିର। ସ୍ତନ କର୍କଟ ହେଲେ କିମ୍ବା ନ ହେବା ପାଇଁ ଏଠାରେ ଶ୍ରଦ୍ଧାଳୁ କରନ୍ତି ମାନସିକ। ଏହା ସହିତ ଦେଶ ବିଦେଶରୁ ଅନେକ ଭିନ୍ନ ଭିନ୍ନ ମନୋକାମନା ନେଇ ଏଠାକୁ ଆସିଥାନ୍ତି। ମାନସିକ ପୂରଣ ହେଲେ ଶ୍ରଦ୍ଧାଳୁ ଏଠାରେ ସ୍ତନ ଆକୃତିର ପ୍ରତିକୃତି ଅର୍ପଣ କରିଥାନ୍ତି। ମନ୍ଦିରରେ ପ୍ରସାଦ ଭାବେ ଶ୍ରଦ୍ଧାଳୁଙ୍କୁ କ୍ଷୀର ପ୍ରଦାନ କରାଯାଇଥାଏ।

ଏବେ ବି ଆସନ୍ତି ଅଶ୍ୱତ୍‌ଥମା : ମହାଭାରତର ଅଶ୍ୱତ୍‌ଥମା ଆଜି ବି ମା’ଙ୍କ ମନ୍ଦିରରେ ପୂଜା କରନ୍ତି । ଦ୍ୱାପର ଯୁଗର କିଛି କଥା ସହିତ ଜଡ଼ିତ ଥିବା ଉତ୍ତର ପ୍ରଦେଶର ଇଟାଓ୍ବା ଜିଲ୍ଲାରେ ଯମୁନା ନଦୀ କୂଳରେ ଅବସ୍ଥିତ ମା’ କାଳୀଙ୍କ ମନ୍ଦିର ବିଷୟରେ ମାନ୍ୟତା ରହିଛି। ମହାଭାରତର ଅଶ୍ୱତ୍‌ଥମା ଏବେ ବି ଅଦ୍ଭୁତ ରୂପରେ ଆସି ସର୍ବପ୍ରଥମେ ଏଠାରେ ପୂଜାର୍ଚ୍ଚନା କରିଥାନ୍ତି। ଇଟାଓ୍ବା ସଦର ମୁଖ୍ୟାଳୟରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଯମୁନା ନଦୀ କୂଳରେ ଅବସ୍ଥିତ ଏହି ମନ୍ଦିରରେ ନବରାତ୍ରି ସମୟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ନିଜ ମନସ୍କାମନା ପୂରଣ କରିବା ପାଇଁ ଦୂରଦୂରାନ୍ତରରୁ ଭକ୍ତମାନେ ଏଠାକୁ ଆସିଥାନ୍ତି। ମନ୍ଦିରର ମୁଖ୍ୟ କହିବା ଅନୁଯାୟୀ ସେ ପ୍ରାୟ ୪୦ ବର୍ଷ ହେଲାଣି ଏହି ମନ୍ଦିରରେ ସେବା କରିଆସୁଛନ୍ତି। ତାଙ୍କ ମତରେ ମନ୍ଦିର ବନ୍ଦ ହେବା ପୂର୍ବରୁ ମୂର୍ତ୍ତିରୁ ସବୁ ଶୁଖିଯାଇଥିବା ଫୁଲଗୁଡ଼ିକୁ ବାହାର କରିଦିଆଯାଇଥାଏ କିନ୍ତୁ ସକାଳେ ଯେତେବେଳେ ମନ୍ଦିର ଖୋଲାଯାଏ ମନ୍ଦିର ଗର୍ଭଗୃହରେ ଫୁଲ ଗୁଡ଼ିକ ଏକଦମ ସତେଜ ଅବସ୍ଥାରେ ରହିଥାଏ। ଯାହା ପ୍ରମାଣ କରେ ଯେ କେହି ନା କେହି ଛଦ୍ମ ରୂପରେ ଆସି ପୂଜା କରିଥାଆନ୍ତି । ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ, ମହାଭାରତର ଅଶ୍ୱତ୍‌ଥମା ମା’ଙ୍କ ମନ୍ଦିରରେ ଆସି ରାତିରେ ପୂଜା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ...

ମହିଳାଙ୍କ ପେଟରୁ ବାହାରିଲା ୨ କେ.ଜି.ର ଚୁଟି

ବରେଲି: ଉତ୍ତରପ୍ରଦେଶର ବରେଲି ଜିଲା କରଗୈନା ଅଞ୍ଚଳରେ ରହୁଥିବା ଜଣେ ୩୧ ବର୍ଷିୟା ମହିଳା ଲମ୍ବା ସମୟ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ। ସେ...

ଇଣ୍ଡିଆନ୍‌ ରକ୍‌ ବ୍ୟାଣ୍ଡ ‘ଅଗ୍ନି’

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri