ନୂଆଦିଲ୍ଲୀ,୧୯।୧୨: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି। ଦିଲ୍ଲୀରେ ପ୍ରଦର୍ଶନକାରୀଙ୍କୁ ସୁରଜମଲ ଷ୍ଟାଡ଼ିୟମ୍ରେ ଅଟକ ରଖାଯାଇଛି। ପୋଲିସ ପକ୍ଷରୁ ସେମାନଙ୍କୁ ଜଳଖିଆ ବଣ୍ଟନ କରାଯାଇଛି। ଏହା ସହିତ ସମସ୍ତଙ୍କୁ କଦଳୀ ମଧ୍ୟ ବଣ୍ଟନ କରାଯାଇଛି। ଏହା ସହିତ ପୋଲିସ ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି।