ଅଟୋ ସେକ୍ଟରରେ ମାନ୍ଦାବସ୍ଥା ପ୍ରଭାବ ଗମ୍ଭୀର: ଅଗଷ୍ଟରେ ମାରୁତି ବିକ୍ରି ୩୩% ହ୍ରାସ

ନୂଆଦିଲ୍ଲୀ,୨-୯: ଅଟୋ ସେକ୍ଟରକୁ ମାନ୍ଦାବସ୍ଥାରୁ ବାହାର କରି ଆଣିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ଘୋଷଣା ହୋଇଥିଲେ ମଧ୍ୟ ଏହାର ପ୍ରଭାବ ସେଭଳି ଅନୁଭୁତ ହେଉ ନ ଥିବା ମନେ ହେଉଛି। କାରଣ ଦେଶର ସର୍ବବୃହତ କାର୍‌ ନିର୍ମାତା ମାରୁତି ସୁଜୁକିର ଅଗଷ୍ଟରେ ବିକ୍ରି ୩୨.୭% ହ୍ରାସ ପାଇଛି ବୋଲି ରବିବାର କମ୍ପାନୀ ପକ୍ଷରୁ କୁହାଯାଇଛି। ଆଲୋଚ୍ୟ ମାସରେ କମ୍ପାନୀ ୧,୦୬,୪୧୩ ଗାଡ଼ି ବିକ୍ରି କରିପାରିଛି। ଗତବର୍ଷ ଏହି ସମୟରେ କମ୍ପାନୀ ୧,୫୮,୧୮୯ ଗାଡ଼ି ବିକ୍ରି କରିବାକୁ ସକ୍ଷମ ହୋଇଥିଲା ବୋଲି କମ୍ପାନୀ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ଏଥିରେ କୁହାଯାଇଛି ଯେ, ଗତ ମାସରେ ଘରୋଇ ଗାଡ଼ି ବିକ୍ରି ୩୪.୩% ହ୍ରାସ ପାଇ ୯୭,୦୬୧ରେ ପହଞ୍ଚତ୍ଛି। ଗତ ବର୍ଷ ଏହି ସମୟରେ ୧,୪୭,୭୦୦ ଗାଡ଼ି ବିକ୍ରି ହୋଇଥିଲା। ସେହିପରି ମାରୁତି ଅଲ୍‌ଟୋ ଏବଂ ଓ୍ବାଗନ ଆର୍‌ ଭଳି କ୍ଷୁଦ୍ର କାର୍‌ ବିକ୍ରି ୭୧.୮ ପ୍ରତିଶତ ହ୍ରାସ ପାଇ ୧୦,୧୨୩ ହୋଇଥିଲା ବେଳେ ଗତବର୍ଷ ଏହି ସମୟରେ ୩୫,୮୯୫ ଗାଡ଼ି ବିକ୍ରି ହୋଇଥିଲା। ସ୍ବିଫ୍ଟ,ସେଲାରିଓ, ଇଗ୍‌ନିସ୍‌, ବାଲେନୋ ଓ ଡିଜାୟାର ବିକ୍ରି ୨୩.୯ ପ୍ରତିଶତ ହ୍ରାସ ପାଇ ୫୪,୨୭୪ରେ ପହଞ୍ଚତ୍ଛି।
ହୋଣ୍ଡା କାର୍‌ ବିକ୍ରି ୫୧% କମିଲା
ନୂଆଦିଲ୍ଲୀ,୨-୯: ହୋଣ୍ଡା କାର୍‌ସ ଇଣ୍ଡିଆ ପକ୍ଷରୁ ରବିବାର କୁହାଯାଇଛି ଯେ, ଅଗଷ୍ଟରେ କମ୍ପାନୀର କାର୍‌ ବିକ୍ରି ୫୧.୨୮ ପ୍ରତିଶତ ହ୍ରାସ ପାଇ ୮,୨୯୧ରେ ପହଞ୍ଚତ୍ଛି। କମ୍ପାନୀ ଗତବର୍ଷ ଅଗଷ୍ଟରେ ୧୭,୦୨୦ ଗାଡ଼ି ବିକ୍ରି ହୋଇଥିଲା। ଉପଭୋକ୍ତାଙ୍କ ମଧ୍ୟରେ ନିରୁତ୍ସାହ ଦେଖାଦେଇଥିବାରୁ ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଅତ୍ୟନ୍ତ ଗମ୍ଭୀର ହୋଇଛି ବୋଲି ହୋଣ୍ଡା କାର୍‌ସ ଇଣ୍ଡିଆର ସିନିୟର ଭାଇସ୍‌ ପ୍ରେସିଡେଣ୍ଟ ଓ ଡାଇରେକ୍ଟର(ବିକ୍ରି ଓ ମାର୍କେଟିଂ) ରାଜେଶ ଗୋଏଲ କହିଛନ୍ତି।
ଟୟୋଟା କିର୍ଲୋସ୍କର ବିକ୍ରି ୨୧% କମିଛି
ନୂଆଦିଲ୍ଲୀ,୨-୯: ଅଗଷ୍ଟରେ ଟୟୋଟା କିର୍ଲୋସ୍କର ମୋଟର ଗାଡ଼ି ବିକ୍ରି ୨୧% ହ୍ରାସ ପାଇ ୧୧,୫୪୪ରେ ପହଞ୍ଚତ୍ଛି ବୋଲି ରବିବାର କମ୍ପାନୀ ପକ୍ଷରୁ କୁହାଯାଇଛି। ଗତବର୍ଷ ଏହି ସମୟରେ କମ୍ପାନୀ ୧୪,୫୮୧ ଗାଡ଼ି ବିକ୍ରି କରିପାରିଥିଲା ବୋଲି କମ୍ପାନୀ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଅଗଷ୍ଟରେ ଘରୋଇ ବଜାରରେ କମ୍ପାନୀର ବିକ୍ରି ୧୦,୭୦୧କୁ ଖସିଆସିଛି, ଯାହା କି ପୂର୍ବବର୍ଷ ଏହି ସମୟରେ ୧୪,୧୦୦ ୟୁନିଟ ଥିଲା, ଅର୍ଥାତ ୨୪% ବିକ୍ରି ହ୍ରାସ ପାଇଛି। ତେବେ ଆଲୋଚ୍ୟ ମାସରେ ରପ୍ତାନି ଦୁଇଗୁଣା ବୃଦ୍ଧି ପାଇ ୮୪୩ରେ ପହଞ୍ଚତ୍ଛି, ଯାହା କି ପୂର୍ବବର୍ଷ ୪୮୧ୟୁନିଟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri