ଅଡିଟ୍‌ ଧରିଲା ମଧ୍ୟାହ୍ନଭୋଜନ ଚାଉଳ ଅଖା ଦୁର୍ନୀତି

ରଣପୁର,୧୦ା୯(ସ୍ବ.ପ୍ର.): ନୟାଗଡ ଜିଲାରେ ମଧ୍ୟାହ୍ନଭୋଜନ ଚାଉଳ ଅଖା ଦୁର୍ନୀତି ହୋଇଛି । ସ୍କୁଲର ପ୍ରଧାନଶିକ୍ଷକମାନେ ଅଖା ଅଥବା ଅଖା ବାବଦ ଟଙ୍କା ନ ଦେବାରୁ ଅଡିଟ୍‌ ଧରିଛି। ଏ ଅବସରରେ ଅଡିଟ୍‌ କ୍ଲିଅରାନ୍ସ ପାଇଁ ଅଖା ପିଛା ୨୦ ଟଙ୍କା ହିସାବରେ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ୨ବର୍ଷର ଅର୍ଥ ଫେରାଇବାକୁ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ୨୩୬ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ୨ବର୍ଷର ଅଖା ଏକ ସମୟରେ ମାଗିଲେ କେଉଁଠୁ ଆଣିବେ ସେ ନେଇ ପ୍ରଧାନଶିକ୍ଷକମାନେ ଚିନ୍ତାରେ ପଡିଛନ୍ତି। ଅନ୍ୟପକ୍ଷରେ ଏତେ ସଂଖ୍ୟକ ଅଖା ଷ୍ଟକ୍‌ରେ ରଖିବା ସମ୍ଭବ ହୋଇ ନ ଥିବାବେଳେ ଅଖା ପିଛା ୨୦ଟଙ୍କା ଆଦାୟକୁ ଶିକ୍ଷକ ସଂଘ ବିରୋଧ କରିଛି । ବ୍ଳକ ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ପ୍ରତ୍ୟାହାର ନ କଲେ ଆନ୍ଦୋଳନ କରାଯିବ ବୋଲି ସଂଘ ଧମକ ଦେଇଛି।
୫ରୁ ୬କେଜି ଚାଉଳ ଉଭାନ
ମଧ୍ୟାହ୍ନଭୋଜନ ଚାଉଳ ବସ୍ତା ସହ ୫୧ କେଜି ଦେବା ପାଇଁ ନିର୍ଦ୍ଦେଶ ରହିଛି । ତେବେ ପ୍ରତି ଅଖା ପିଛା ୫ରୁ ୬କେଜି ସବୁବେଳେ କମ୍‌ ରହୁଛି। ସ୍କୁଲ ଓ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ସମୟରେ ବସ୍ତା ପିଛା ୫ରୁ ୬କେଜି କମ ରହୁଥିବା ବ୍ଲକ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସୁଫଳ ମିଳିନି। ଏପରିସ୍ଥଳେ ପ୍ରଧାନଶିକ୍ଷକ ୫ରୁ ୬କେଜି ଚାଉଳ କେଉଁଠାରୁ ଭରଣା କରିବେ ବୋଲି ପ୍ରଶ୍ନ କରିଛନ୍ତି। ପ୍ରତି ଅଖାରୁ ୫ରୁ ୬କେଜି ଚାଉଳ କିଏ ନେଉଛି ତା’ର ତଦନ୍ତ କରାଗଲେ ଦୁର୍ନୀତି ପଦାକୁ ଆସିବ ବୋଲି କୁହାଯାଇଛି।
ଚାପରେ ଶିକ୍ଷକ
ଛାତ୍ରୀଛାତ୍ରଙ୍କ କ୍ରୀଡା ଉପକରଣ କିଣିବାକୁ ପ୍ରାଥମିକ ବିଦ୍ୟାଳୟକୁ ୫ ହଜାର ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୦ ହଜାର ଟଙ୍କା ଅନୁଦାନ ଆସିଛି । ହେଲେ ପ୍ରଧାନ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ଏହି ଟଙ୍କା ଖର୍ଚ୍ଚ କରିପାରିବେନି ବୋଲି ବ୍ଲକ ଶିକ୍ଷା ଅଧିକାରୀ ଅଲିଖିତ ନିର୍ଦ୍ଦେଶନାମା ଦେଇଛନ୍ତି। ନିର୍ଦ୍ଦେଶ ଅନୁସାରେ ସିଆର୍‌ସିସିମାନେ ଏହି ଟଙ୍କାରେ ନୟାଗଡର ଏକ ନିର୍ଦ୍ଦିଷ୍ଟ ଦୋକାନରୁ ଉପକରଣ କିଣି ସ୍କୁଲକୁ ଦେବେ। ପ୍ରଧାନଶିକ୍ଷକ ଟଙ୍କା ଉଠାଇ ସିଆର୍‌ସିସିଙ୍କୁ ଦେବେ। ଯଦି ଦୁର୍ନୀତି ହେବ ପୁଣି ପ୍ରଧାନଶିକ୍ଷକଙ୍କ ଉପରେ ଦୋଷ ଲଦାଯିବ। ପ୍ରତିବାଦ କଲେ ଦୋଷ, ନ କଲେ ବି ଦୋଷ । ଏଣୁ ଚାପରେ ଶିକ୍ଷକମାନେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି । ନୟାଗଡ଼ ଜିଲା ପ୍ରାଥମିକ ଶିକ୍ଷକ ସଂଘର ଜିଲା ସଭାପତି ଜ୍ୟୋତି ରଞ୍ଜନ ଦାଶ କୁହନ୍ତି, ଶିକ୍ଷକମାନଙ୍କ ପ୍ରତି ଅନ୍ୟାୟ ବଢ଼ୁଛି। ଶିକ୍ଷା ବିଭାଗ ଏହାର ନିରାକରଣ ନ କଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ। ଜିଲା ଶିକ୍ଷା ଅଧିକାରୀ ଶିବ ଶଙ୍କର ପ୍ରଧାନ କୁହନ୍ତି, ଶିକ୍ଷା ବିଭାଗର ନିର୍ଦ୍ଦେଶ ଅଛି, ଅଡିଟ୍‌ ଧରିଛି, ଅଖା ଟଙ୍କା ଫେରାଇବାକୁ ପଡିବ। ଏଥିପାଇଁ ବସ୍ତା ପିଛା ୨୦ ଟଙ୍କା ନ ଦେଲେ ଆଇନଗତ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା, ୧୫ରୁ ଊର୍ଦ୍ଧ୍ବ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Video: ଅନ୍ଧାଧୁନ କରିଚାଲିଥିଲେ ଗୁଳିମାଡ଼, ମାଡି ବସିଲେ ସାହାସୀ ଯୁବକ

ସିଡନୀ,୧୪।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବିଚ୍ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡ ଯୋଗୁ ଆତଙ୍କ ଖେଳିଯାଇଛି। ଦୁଇଜଣ ବନ୍ଧୁକଧାରୀଙ୍କ ଅନ୍ଧାଧୁନ ଗୁଳିମାଡ଼ ଭିତରେ ଜଣେ...

ନୀତିନ ନବୀନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୧୨: ନୀତିନ ନବୀନ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ନୀତିନ ନବୀନ ଜଣେ ଯୁବ ନେତା...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri