ଅଣ୍ଟା ସଳଖୁଛି ହୋଟେଲ ଶିଳ୍ପ

ରିପୋର୍ଟ-ହେମନ୍ତ କୁମାର ନାୟକ

ପୁରୀ ଅଫିସ, ୩୧।୫: ଫନୀ ମାଡ଼ରେ ଦୋହଲିଯାଇଛି ପୁରୀ ହୋଟେଲ ଶିଳ୍ପର ଭିତ୍ତିଭୂମି। ପ୍ରାୟ ଅଳ୍ପବହୁତେ ସବୁ ହୋଟେଲ କ୍ଷତିଗ୍ରସ୍ତ ହୋଇଛି। ଇତିମଧ୍ୟରେ ବାତ୍ୟାକୁ ୨୯ ଦିନ ବିତିଲାଣି। ହେଲେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଛିଡା ହୋଇପାରି ନାହିଁ ହୋଟେଲ ଶିଳ୍ପ। ଧୀରେ ଧୀରେ ଅଣ୍ଟା ସଳଖୁଛି। ଏବେ ବି କେତେକ ହୋଟେଲରେ ବାତ୍ୟାର କ୍ଷତ ବାରି ହୋଇପଡୁଛି। ଯୁଦ୍ଧକାଳୀନ ଭିତ୍ତିରେ ଅନେକ ହୋଟେଲର ମରାମତି ଚାଲିଛି। ଅନ୍ୟପଟେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିବା କିଛି ହୋଟେଲ ପର୍ଯ୍ୟଟକଙ୍କୁ ସେବା ଯୋଗାଇବା ମଧ୍ୟ ଆରମ୍ଭ କରିଦେଇଛନ୍ତି। ପାଣି ସୁବିଧା ଉପଲବ୍ଧ ହୋଇଥିଲେ ମଧ୍ୟ କେତେକ ହୋଟେଲକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନାହିଁ। ୩ ତାରିଖ ସୁଦ୍ଧା ସବୁ ହୋଟେଲକୁ ବିଦ୍ୟୁତ୍‌ ଯୋଗାଣ ହୋଇଯିବ ବୋଲି ବିଭାଗ ପକ୍ଷରୁ ଅଶ୍ୱାସନା ଦିଆଯାଇଛି। ସେପଟେ ପୁରୀ ହୋଟେଲ ଶିଳ୍ପର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ହୋଟେଲ ଆସୋସିଏଶନ ପକ୍ଷରୁ ସରକାରଙ୍କ ପାଖରେ କେତେକ ଦାବି ଉପସ୍ଥାପନ କରାଯାଇଛି ।
ପର୍ଯ୍ୟଟନ ଶିଳ୍ପର ଭିତ୍ତିଭୂମି ହେଉଛି ହୋଟେଲ। ହୋଟେଲ ଶିଳ୍ପ ଯୋଗୁ ହିଁ ଆର୍ଥିକ ମାନଦଣ୍ଡ ସୁଦୃଢ ହୋଇଥାଏ। ଦେଶ ବିଦେଶର ପର୍ଯ୍ୟଟକ ରାଜ୍ୟକୁ ଆସିଲେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ଅନେକ ଲୋକ ସ୍ବାବଲମ୍ବୀ ହୋଇଥାନ୍ତି। ହେଲେ ବାତ୍ୟାରେ ପ୍ରମୁଖ ସହର ପୁରୀ, ଭୁବନେଶ୍ୱର ଏବଂ କଟକରେ ହୋଟେଲ ଶିଳ୍ପ ପ୍ରଭାବିତ ହୋଇଛି। ଇତିମଧ୍ୟରେ ବହୁ ହୋଟେଲ ମରାମତି ପରେ ପର୍ଯ୍ୟଟକଙ୍କୁ ସେବା ଯୋଗାଇବା ଆରମ୍ଭ କରିଦେଇଥିବା ବେଳେ ଆଉ କେତେକ ହୋଟେଲରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଚାଲିଛି। ଖୁବ୍‌ଶୀଘ୍ର ହୋଟେଲଗୁଡ଼ିକ ପୂର୍ବାବସ୍ଥାକୁ ଫେରି ପୁରୀ ପର୍ଯ୍ୟଟନକୁ ଆଗେଇ ନେବାରେ ସହଯୋଗ କରିବେ ବୋଲି ପୁରୀ ହୋଟେଲ ସଂଘ ପକ୍ଷରୁ କୁହାଯାଇଛି।
ବାତ୍ୟାରେ ପୁରୀ ସହରର ହୋଟେଲ କ୍ଷୟକ୍ଷତି ଏବଂ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପୁରୀ ହୋଟେଲ ଆସୋସିଏଶନର ସମ୍ପାଦକ ରାଜକିଶୋର ପାତ୍ର କହିଛନ୍ତି, ବାତ୍ୟାରେ ପୁରୀ ସହରର ପ୍ରାୟ ୮୦୦ରୁ ଊର୍ଦ୍ଧ୍ୱ ଛୋଟବଡ ହୋଟେଲ, ଲଜିଂ ଆଦି ପ୍ରଭାବିତ ହୋଇଛି। ହୋଟେଲ ଶିଳ୍ପର ପ୍ରାୟ ୫୦୦ କୋଟି ଟଙ୍କା କ୍ଷତି ହୋଇଛି। ପର୍ଯ୍ୟଟନ ଶିଳ୍ପର ପ୍ରମୁଖ ଅଂଶ ହେଉଛି ହୋଟେଲ। କିନ୍ତୁ ପ୍ରାୟ ୧ ମାସ ହେବ ହୋଟେଲଗୁଡ଼ିକର ଭିତ୍ତିଭୂମି ଠିକ୍‌ ନ ଥିବାରୁ ଖଁା ଖଁା ରହିଛି। ବାତ୍ୟା ପରେ ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ ପୁରୀକୁ ପର୍ଯ୍ୟଟକ ଆସି ନ ଥିଲେ। ଏବେ ଧୀରେ ଧୀରେ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହେଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ସବୁ ହୋଟେଲ ସେବା ଯୋଗାଇବାକୁ ସକ୍ଷମ ହୋଇନାହାନ୍ତି। ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ଅର୍ଥାତ୍‌ ୨୦୦ରୁ ଊର୍ଦ୍ଧ୍ୱ ହୋଟେଲ ଖୋଲିଗଲାଣି। ୨ ତାରିଖ ସୁଦ୍ଧା ୭୦ ପ୍ରତିଶତ ଏବଂ ରଥଯାତ୍ରା ପୂର୍ବରୁ ସବୁ ହୋଟେଲ ଖୋଲିଯିବ ବୋଲି ସମ୍ପାଦକ ପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ୬୦ରୁ ୭୦ ପ୍ରତିଶତ ହୋଟେଲକୁ ବିଦ୍ୟୁତ୍‌ ସଂଯୋଗ ଦିଆସରିଛି। ଆସନ୍ତା ୩ ତାରିଖ ମଧ୍ୟରେ ପୁରୀର ସବୁ ହୋଟେଲକୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି ସେସୁ ପୁରୀ ଡିଭିଜନ ପକ୍ଷରୁ କୁହାଯାଇଥିବା ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।
ସେହିପରି ହୋଟେଲ ସଂଘ ସରକାରଙ୍କ ପାଖରେ କେତେକ ଦାବି ମଧ୍ୟ ରଖିଛି। ଯୁଦ୍ଧକାଳୀନ ଭିତ୍ତିରେ ହୋଟଲଗୁଡ଼ିକୁ ବିଦ୍ୟୁତ୍‌ ଯୋଗାଣ, ଋଣ ପରିଶୋଧ ସମୟସୀମାର ଅବଧି ବୃଦ୍ଧି ସହ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦେଶ ବାହାରେ ରୋଡ୍‌ ଶୋ, ବ୍ୟାପକ ମିଡିଆ କଭ୍‌ରେଜ, ଭିଡ଼ିଓ ଫିଲ୍ମ ପ୍ରସ୍ତୁତି ଭଳି ପ୍ରମୋଶନାଲ ଆକ୍ଟିଭିଟି କରିବାକୁ ସଂଘ ଅନୁରୋଧ କରିଛି। ଏହାଦ୍ୱାରା ପୁରୀକୁ ପୁଣି ପୂର୍ବପରି ପର୍ଯ୍ୟଟକମାନେ ଆସିପାରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା କହିଛନ୍ତି, ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବାକୁ ହେଲେ ହୋଟେଲ ଶିଳ୍ପକୁ ପୁଣି ଠିଆ ହେବାକୁ ପଡିବ। ପୁରୀକୁ ଧୀରେ ଧୀରେ ପର୍ଯ୍ୟଟକଙ୍କ ଆଗମନ ହେଲାଣି। ଆଗକୁ ରଥଯାତ୍ରା ଏବଂ ପର୍ଯ୍ୟଟନ ଋତୁ ବି ଆସୁଛି। ତେଣୁ ହୋଟେଲ ଭିତ୍ତିଭୂମିକୁ ସଜାଡିବାରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଜେନା କହିଛନ୍ତି।
ସହରର କେତେକ ପ୍ରମୁଖ ହୋଟେଲକୁ ଦେଖିଲେ ମେ’ ଫେୟାର ବାତ୍ୟା ପରେ ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ସେବା ଦେଇପାରି ନାହିଁ। ୬/୭ ଦିନ ପୂର୍ବରୁ ହୋଟେଲକୁ ବିଦ୍ୟୁତ୍‌ ଆସିଯାଇଛି। ହୋଟେଲର ରେଷ୍ଟୁରାଣ୍ଟ ଖୋଲା ରହିଥିବା ବେଳେ ମରାମତି କାମ ଚାଲିଥିଲା। ଏବେ ମରାମତି ପ୍ରାୟ ସରିଯାଇଛି, ଶନିବାରଠାରୁ ପର୍ଯ୍ୟଟକମାନେ ରହିପାରିବେ ବୋଲି ହୋଟେଲ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରେ ହୋଟେଲ ହଲିଡେ ରିସର୍ଟର ୯୨ଟି ରୁମ୍‌ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୩ଟି ରୁମ୍‌ ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ ହୋଇଯାଇଛି। ଅଳ୍ପ କେତେଜଣ ପର୍ଯ୍ୟଟକ ବି ହୋଟେଲରେ ରହିଛନ୍ତି। ସେମାନଙ୍କୁ ପୂର୍ବଭଳି ସେବା ଯୋଗାଇ ଦିଆଯାଉଛି। ଜୁନ୍‌ ୨ ତାରିଖ ସୁଦ୍ଧା ସବୁ ରୁମ୍‌ ଠିକ୍‌ ହୋଇଯିବ । ତେବେ କ୍ଷତିଗ୍ରସ୍ତ ରୁମ୍‌ଗୁଡ଼ିକର ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ହୋଟେଲର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ରାଜକିଶୋର ପାତ୍ର କହିଛନ୍ତି। ହୋଟେଲ ପ୍ରମୋଦକୁ ଗତ ୧୮ ତାରିଖରୁ ବିଦ୍ୟୁତ୍‌ ସଂଯୋଗ ଦିଆସରିଛି। ଏଠାରେ ଥିବା ୩୦ଟି ଯାକ ରୁମ୍‌ ପ୍ରସ୍ତୁତ ହୋଇଯାଇଛି। ଏବେ ବି କିଛି ପର୍ଯ୍ୟଟକ ରହୁଛନ୍ତି ବୋଲି ଏଚ୍‌ଆର ମ୍ୟାନେଜର ସୁବୋଧ ଚନ୍ଦ୍ର ମିଶ୍ର କହିଛନ୍ତି। ସିଟି ରୋଡର ଅନ୍ୟତମ ହୋଟେଲ ସାଗର ତରଙ୍ଗ କିନ୍ତୁ ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ସେବା ଯୋଗାଇ ପାରିନାହିଁ। ବାତ୍ୟାରେ ହୋଇଥିବା ଭଙ୍ଗାରୁଜା ମରାମତି ସରି ନ ଥିବାବେଳେ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ଦିଆଯାଇ ନାହିଁ। ସେହିପରି ଅନନ୍ୟା ହୋଟେଲ, ଗୋଲ୍‌ଡେନ ପ୍ୟାଲେସ୍‌ ପ୍ରଭୃତି ହୋଟେଲ ପର୍ଯ୍ୟଟକଙ୍କୁ ସେବା ଯୋଗାଇବା ଆରମ୍ଭ କରିଦେଇଛନ୍ତି। ତେବେ ପୁରୀକୁ ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଆଗମନ ପୂର୍ବଭଳି ସ୍ବାଭାବିକ ହୋଇପାରି ନ ଥିବାରୁ ହୋଟେଲଗୁଡ଼ିକରେ ଗହଳି ଚହଳି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର,୨୦।୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ...

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ମେଜରଙ୍କ ବାନ୍ଧବୀଙ୍କୁ ଗୁପ୍ତାଙ୍କ ଦେଖାଇଥିଲେ ଥାନା ଆଇଆଇସି

ଭୁବନେଶ୍ୱର,୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଙ୍କିତା ପ୍ରଧାନ ଜାମିନରେ ମୁକୁଳିବା ପରେ ଗଣମାଧ୍ୟମ ଆଗକୁ ଆସି ମୁହଁ ଖୋଲିଛନ୍ତି। ଶନିବାର...

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri