ଅଣ୍ଟା ସଳଖୁଛି ହୋଟେଲ ଶିଳ୍ପ

ପୁରୀ ଅଫିସ, ୧ା୬: ଫନୀ ମାଡ଼ରେ ଦୋହଲିଯାଇଛି ପୁରୀ ହୋଟେଲ ଶିଳ୍ପର ଭିତ୍ତିଭୂମି। ଅଳ୍ପବହୁତେ ପ୍ରାୟ ସବୁ ହୋଟେଲ କ୍ଷତିଗ୍ରସ୍ତ ହୋଇଛି। ଇତିମଧ୍ୟରେ ବାତ୍ୟାକୁ ୨୯ ଦିନ ବିତିଲାଣି। ହେଲେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଛିଡା ହୋଇପାରି ନାହିଁ ହୋଟେଲ ଶିଳ୍ପ। ଧୀରେ ଧୀରେ ଅଣ୍ଟା ସଳଖୁଛି। ଏବେ ବି କେତେକ ହୋଟେଲରେ ବାତ୍ୟାର କ୍ଷତ ବାରି ହୋଇପଡୁଛି। ଯୁଦ୍ଧକାଳୀନଭିତ୍ତିରେ ଅନେକ ହୋଟେଲର ମରାମତି ଚାଲିଛି। ଅନ୍ୟପଟେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିବା କିଛି ହୋଟେଲ ପର୍ଯ୍ୟଟକଙ୍କୁ ସେବା ଯୋଗାଇବା ମଧ୍ୟ ଆରମ୍ଭ କରିଦେଲେଣିି। ପାଣି ସୁବିଧା ଉପଲବ୍ଧ ହୋଇଥିଲେ ମଧ୍ୟ କେତେକ ହୋଟେଲକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନାହିଁ।
ପର୍ଯ୍ୟଟନ ଶିଳ୍ପର ଭିତ୍ତିଭୂମି ହେଉଛି ହୋଟେଲ। ହୋଟେଲ ଶିଳ୍ପ ଯୋଗୁ ହିଁ ଆର୍ଥିକ ମାନଦଣ୍ଡ ସୁଦୃଢ ହୋଇଥାଏ। ଦେଶ ବିଦେଶର ପର୍ଯ୍ୟଟକ ରାଜ୍ୟକୁ ଆସିଲେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଅନେକ ଲୋକ ସ୍ବାବଲମ୍ବୀ ହୋଇଥାନ୍ତି। ହେଲେ ବାତ୍ୟାରେ ପ୍ରମୁଖ ସହର ପୁରୀ, ଭୁବନେଶ୍ୱର ଏବଂ କଟକରେ ହୋଟେଲ ଶିଳ୍ପ ପ୍ରଭାବିତ ହୋଇଛି। ଖୁବ୍‌ଶୀଘ୍ର ହୋଟେଲଗୁଡ଼ିକ ପୂର୍ବାବସ୍ଥାକୁ ଫେରି ପୁରୀ ପର୍ଯ୍ୟଟନକୁ ଆଗେଇ ନେବାରେ ସହଯୋଗ କରିବ ବୋଲି ପୁରୀ ହୋଟେଲ ସଂଘ ପକ୍ଷରୁ କୁହାଯାଇଛି।
ପୁରୀ ହୋଟେଲ ଆସୋସିଏଶନର ସମ୍ପାଦକ ରାଜକିଶୋର ପାତ୍ର କହିଛନ୍ତି, ବାତ୍ୟାରେ ପୁରୀ ସହରର ପ୍ରାୟ ୮୦୦ରୁ ଊର୍ଦ୍ଧ୍ୱ ଛୋଟବଡ଼ ହୋଟେଲ, ଲଜିଂ ଆଦି ପ୍ରଭାବିତ ହୋଇଛି। ହୋଟେଲ ଶିଳ୍ପର ପ୍ରାୟ ୫୦୦ କୋଟି ଟଙ୍କା କ୍ଷତି ହୋଇଛି। ପର୍ଯ୍ୟଟନ ଶିଳ୍ପର ପ୍ରମୁଖ ଅଂଶ ହେଉଛି ହୋଟେଲ। କିନ୍ତୁ ପ୍ରାୟ ୧ ମାସ ହେବ ହୋଟେଲଗୁଡ଼ିକର ଭିତ୍ତିଭୂମି ଠିକ୍‌ ନ ଥିବାରୁ ଖଁା ଖଁା ରହିଛି। ବାତ୍ୟା ପରେ ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ ପୁରୀକୁ ପର୍ଯ୍ୟଟକ ଆସି ନ ଥିଲେ। ଏବେ ଧୀରେ ଧୀରେ ପର୍ଯ୍ୟଟକଙ୍କ ଆଗମନ ଆରମ୍ଭ ହେଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ସବୁ ହୋଟେଲ ସେବା ଯୋଗାଇବାକୁ ସକ୍ଷମ ହୋଇନାହାନ୍ତି। ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ଅର୍ଥାତ୍‌ ୨୦୦ରୁ ଊର୍ଦ୍ଧ୍ୱ ହୋଟେଲ ଖୋଲିଗଲାଣି। ୨ ତାରିଖ ସୁଦ୍ଧା ୭୦ ପ୍ରତିଶତ ଏବଂ ରଥଯାତ୍ରା ପୂର୍ବରୁ ସବୁ ହୋଟେଲ ଖୋଲିଯିବ ବୋଲି ସମ୍ପାଦକ ପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ୬୦ରୁ ୭୦ ପ୍ରତିଶତ ହୋଟେଲକୁ ବିଦ୍ୟୁତ୍‌ ସଂଯୋଗ ଦିଆସରିଛି। ଆସନ୍ତା ୩ ତାରିଖ ମଧ୍ୟରେ ପୁରୀର ସବୁ ହୋଟେଲକୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି ସେସୁ ପୁରୀ ଡିଭିଜନ ପକ୍ଷରୁ କୁହାଯାଇଥିବା ସଂଘ ସମ୍ପାଦକ ସୂଚନା ଦେଇଛନ୍ତି।
ସେହିପରି ହୋଟେଲ ସଂଘ ସରକାରଙ୍କ ପାଖରେ କେତେକ ଦାବି ରଖିଛି। ଯୁଦ୍ଧକାଳୀନଭିତ୍ତିରେ ହୋଟଲଗୁଡ଼ିକୁ ବିଦ୍ୟୁତ୍‌ ଯୋଗାଣ, ଋଣ ପରିଶୋଧ ସମୟସୀମାର ଅବଧି ବୃଦ୍ଧି ସହ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦେଶ ବାହାରେ ରୋଡ୍‌ ଶୋ, ବ୍ୟାପକ ମିଡିଆ କଭ୍‌ରେଜ, ଭିଡିଓ ଫିଲ୍ମ ପ୍ରସ୍ତୁତି ଭଳି ପ୍ରମୋଶନାଲ ଆକ୍ଟିଭିଟି କରିବାକୁ ସଂଘ ଅନୁରୋଧ କରିଛି। ଏହାଦ୍ୱାରା ପୁରୀକୁ ପୁଣି ପୂର୍ବପରି ପର୍ଯ୍ୟଟକମାନେ ଆସିପାରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ବିଜୟ କୁମାର ଜେନା କହିଛନ୍ତି, ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବାକୁ ହେଲେ ହୋଟେଲ ଶିଳ୍ପକୁ ପୁଣି ଠିଆ ହେବାକୁ ପଡିବ। ପୁରୀକୁ ଧୀରେ ଧୀରେ ପର୍ଯ୍ୟଟକଙ୍କ ଆଗମନ ହେଲାଣି। ଆଗକୁ ରଥଯାତ୍ରା ଏବଂ ପର୍ଯ୍ୟଟନ ଋତୁ ବି ଆସୁଛି। ତେଣୁ ହୋଟେଲ ଭିତ୍ତିଭୂମିକୁ ସଜାଡିବାରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଜେନା କହିଛନ୍ତି।
ସହରର କେତେକ ପ୍ରମୁଖ ହୋଟେଲକୁ ଦେଖିଲେ ମେ’ ଫେୟାର ବାତ୍ୟା ପରେ ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ସେବା ଦେଇପାରି ନାହିଁ। ୬/୭ ଦିନ ପୂର୍ବରୁ ହୋଟେଲକୁ ବିଦ୍ୟୁତ୍‌ ଆସିଯାଇଛି। ହୋଟେଲର ରେଷ୍ଟୁରାଣ୍ଟ ଖୋଲା ରହିଥିବା ବେଳେ ମରାମତି କାମ ଚାଲିଥିଲା। ଏବେ ମରାମତି ପ୍ରାୟ ସରିଯାଇଛି, ଶନିବାରଠାରୁ ପର୍ଯ୍ୟଟକମାନେ ରହିପାରିବେ ବୋଲି ହୋଟେଲ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ହୋଟେଲ ହଲିଡେ ରିସର୍ଟର ୯୨ଟି ରୁମ୍‌ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୩ଟି ରୁମ୍‌ ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ ହୋଇଯାଇଛି। ଅଳ୍ପ କେତେଜଣ ପର୍ଯ୍ୟଟକ ବି ହୋଟେଲରେ ରହିଛନ୍ତି। ସେମାନଙ୍କୁ ପୂର୍ବଭଳି ସେବା ଯୋଗାଇ ଦିଆଯାଉଛି। ଜୁନ୍‌ ୨ ତାରିଖ ସୁଦ୍ଧା ସବୁ ରୁମ୍‌ ଠିକ୍‌ ହୋଇଯିବ। ତେବେ କ୍ଷତିଗ୍ରସ୍ତ ରୁମ୍‌ଗୁଡ଼ିକର ମରାମତି କାମ ଯୁଦ୍ଧକାଳୀନଭିତ୍ତିରେ ଚାଲିଥିବା ହୋଟେଲର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ରାଜକିଶୋର ପାତ୍ର କହିଛନ୍ତି। ହୋଟେଲ ପ୍ରମୋଦକୁ ଗତ ୧୮ ତାରିଖରୁ ବିଦ୍ୟୁତ୍‌ ସଂଯୋଗ ଦିଆସରିଛି। ଏଠାରେ ଥିବା ୩୦ଟି ଯାକ ରୁମ୍‌ ପ୍ରସ୍ତୁତ ହୋଇଯାଇଛି। ଏବେ ବି କେତେକ ପର୍ଯ୍ୟଟକ ରହୁଛନ୍ତି ବୋଲି ଏଚ୍‌ଆର ମ୍ୟାନେଜର ସୁବୋଧ ଚନ୍ଦ୍ର ମିଶ୍ର କହିଛନ୍ତି। ସିଟି ରୋଡର ଅନ୍ୟତମ ହୋଟେଲ ସାଗର ତରଙ୍ଗ କିନ୍ତୁ ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ସେବା ଯୋଗାଇ ପାରିନାହିଁ। ବାତ୍ୟାରେ ହୋଇଥିବା ଭଙ୍ଗାରୁଜା ମରାମତି ସରି ନ ଥିବାବେଳେ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ଦିଆଯାଇ ନାହିଁ। ସେହିପରି ଅନନ୍ୟା ହୋଟେଲ, ଗୋଲ୍‌ଡେନ ପ୍ୟାଲେସ୍‌ ପ୍ରଭୃତି ହୋଟେଲ ପର୍ଯ୍ୟଟକଙ୍କୁ ସେବା ଯୋଗାଇବା ଆରମ୍ଭ କରିଦେଇଛନ୍ତି। ତେବେ ପୁରୀକୁ ଏ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଆଗମନ ପୂର୍ବଭଳି ସ୍ବାଭାବିକ ହୋଇପାରି ନ ଥିବାରୁ ହୋଟେଲଗୁଡ଼ିକରେ ଗହଳି ଚହଳି ନାହିଁ।

ହେମନ୍ତ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ମାଆ ବଞ୍ଚି ଥାଉ ଥାଉ ଜାଲ ମୃତ୍ୟୁ ପ୍ରମାଣପତ୍ର ବାହାର କରି ସବୁ ହଡ଼ପ କଲେ ପୁଅ, ଏମିତି ଖୋଲିଲା ରାଜ୍‌

କୋଲକାତା,୧୪।୧୨: ପଶ୍ଚିମବଙ୍ଗର ହାଓଡ଼ାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ପୁଅ ତାଙ୍କ ଜୀବିତ ମାଆଙ୍କ ନାମରେ ମୃତ୍ୟୁ ପ୍ରମାଣପତ୍ର ଜାଲ କରି ବ୍ୟାଙ୍କରୁ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri