ସାଧାରଣତଃ ଖରାଦିନେ ଅଧିକାଂଶ ଲୋକ ପରଫ୍ୟୁମ୍ ବ୍ୟବହାର କରିଥାନ୍ତି। ଏହା ଶରୀରରୁ ଝାଳ ଗନ୍ଧ ଦୂର କରେ ସତ କିନ୍ତୁ ଅତ୍ୟଧିକ ପରଫ୍ୟୁମ୍ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ ଅଧିକ ପରଫ୍ୟୁମ୍ ବ୍ୟବହାର କଲେ କ’ଣ କ୍ଷତି ହୁଏ।
– ପରଫ୍ୟୁମ୍ରେ କେମିକାଲ ମିଶିଥାଏ। ଫଳରେ ଏହା ତ୍ୱଚା ଉପରେ କୁପ୍ରଭାବ ପକାଇବା ସହ ଜଳାପୋଡ଼ା ହୋଇଥାଏ।
– ଖାଲି ଏତିକି ନୁହେଁ, ଏଥିରେ ମିଶିଥିବା ଆଲକହଲ ତ୍ୱଚା ପ୍ରତି ମଧ୍ୟ ହାନିକାରକ। ପ୍ରାକୃତିକ ତ୍ୱଚାକୁ ନଷ୍ଟ କରି ଦେଇଥାଏ।
– ଅନେକ ସମୟରେ ପରଫ୍ୟୁମ୍ ବ୍ୟବହାର ଯୋଗୁ ସେହି ସ୍ଥାନ କୁଣ୍ଡେଇ ହୋଇ ଫଳି ଯାଇଥାଏ। ବେଳେବେଳେ ଏହି ଜାଗାରେ ଘା’ ମଧ୍ୟ ସୃଷ୍ଟି ହୋଇଥାଏ।
– ହରମୋନ୍ଙ୍କୁ ମଧ୍ୟ ପ୍ରଭାବିତ କରିଥାଏ। ତେଣୁ ପରଫ୍ୟୁମ୍ ବ୍ୟବହାର କରୁଥିଲେ ଆବଶ୍ୟକତାଠାରୁ ଅଧିକ ବ୍ୟବହାର କରନ୍ତୁ ନାହିଁ।