Posted inରାଜ୍ୟ

ଅତ୍ୟାଧୁନିକ ସେବା ଯୋଗାଇବା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୧୭ା୮ (ବ୍ୟୁରୋ): ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ୟୁରୋଲୋଜି, ହୃଦ୍‌ରୋଗ, ନେଫ୍ରୋଲୋଜି ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ଭିମ୍‌ସାର ବୁର୍ଲା ଏବଂ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିର ଏହି ତିନି ବିଭାଗର ଚିକିତ୍ସା ସଂକ୍ରାନ୍ତରେ ସମୀକ୍ଷା କରିଥିଲେ। ସମ୍ପୃକ୍ତ ବିଭାଗଗୁଡ଼ିକର ବିଭିନ୍ନ ସୁବିଧା ଅସୁବିଧା ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ସମ୍ପୃକ୍ତ ମେଡିକାଲ କଲେଜର ବିଭାଗୀୟ ମୁଖ୍ୟମାନେ ଦର୍ଶାଇଥିବା ମାନବସମ୍ବଳ, ଡାକ୍ତରୀ ଯନ୍ତ୍ରପାତି ଓ ଅନ୍ୟାନ୍ୟ ଆବଶ୍ୟକତାଗୁଡ଼ିକୁ ତର୍ଜମା କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତିନି ବିଭାଗକୁ ସମ୍ପୃକ୍ତ ମେଡିକାଲ କଲେଜର କର୍ତ୍ତୃପକ୍ଷ ସେଣ୍ଟର ଅଫ୍‌ ଏକ୍ସିଲେନ୍ସିରେ ପରିଣତ ପାଇଁ ଉଦ୍ୟମ କରିବାକୁ କୁହାଯାଇଛି। ଏସ୍‌ସିବି ମେଡିକାଲ କଲେଜର ୟୁରୋଲୋଜି ଏବଂ ରେନାଲ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ରେ ରୋବୋଟିକ ସର୍ଜରୀ ବ୍ୟବସ୍ଥା, ଟ୍ରାନ୍ସପ୍ଲାଣ୍ଟ ଆଇସିୟୁର ନବୀକରଣ ସହିତ ତୃତୀୟ ମଡୁଲାର ଓଟି ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିଷ୍ପତ୍ତି ହୋଇଛି। ଉପରୋକ୍ତ ତିନି ବିଭାଗ ଉପରେ ଅଧିକରୁ ଅଧିକ ସଂଖ୍ୟାରେ ଗରିବ ଶ୍ରେଣୀର ରୋଗୀ ନିର୍ଭର କରୁଥିବା ବେଳେ ସେମାନେ ଘରୋଇ ଡାକ୍ତରଖାନାକୁ ଯିବା ସମ୍ଭବ ହୋଇପାରୁନାହିଁ। ତେଣୁ ମେଡିକାଲ କଲେଜଗୁଡ଼ିକରେ ସେମାନଙ୍କୁ ଯେଭଳି ଅତ୍ୟାଧୁନିକ ସେବା ଯୋଗାଯିବ ତାହା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ସେ କହିଛନ୍ତି। ୩ ମାସ ପରେ ପୁଣିଥରେ କାର୍ଯ୍ୟର ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମ ନିର୍ଦ୍ଦେଶିକା ୟାମିନୀ ଷଡ଼ଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ତିନି ମେଡିକାଲ କଲେଜର ଡିନ୍‌ ତଥା ପ୍ରିନ୍ସପାଲ, ସୁପରିଣ୍ଟେଣ୍ଡେଣ୍ଟ, ସମ୍ପୃକ୍ତ ବିଭାଗର ମୁଖ୍ୟଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୯ରୁ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ

ଭୁବନେଶ୍ୱର,୨ା୧୦(ଅନିଲ ଦାସ):ବିଜୁ ଜନତା ଦଳର ସଦସ୍ୟତା ସଂଗ୍ରହ ଅଭିଯାନ ଆସନ୍ତା ଅକ୍ଟୋବର ୯ ତାରିଖରୁ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବିଜୁ ଜନତା ଦଳର...

ଓଡ଼ିଶାରେ ଦେଖାଗଲା ଧୂମକେତୁ ‘ସି/୨୦୨୩ ଏ-୩’

ଭୁବନେଶ୍ୱର, ୨।୧୦(ବନ୍ଦନା ସେଠୀ):ଅକ୍ଟୋବର ୧ ମଙ୍ଗଳବାର ଭୋର୍‌ ସମୟରେ ଓଡ଼ିଶା ସମେତ ଦେଶର କେତେକ ସ୍ଥାନରେ ‘ସି/୨୦୨୩ ଏ-୩’ ଧୂମକେତୁ ଦେଖାଦେଇଛି। ଅଳ୍ପ ସମୟ ପାଇଁ...

ଆଜିଠୁ ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୦(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାରଠାରୁ ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଦିଲ୍ଲୀଠାରେ ହେବାକୁ ଥିବା ନିବେଶକ ସମ୍ମିଳନୀରେ ସେ ଯୋଗଦେବା କାର୍ଯ୍ୟକ୍ରମ...

କାରଖାନାରେ ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼

ଢେଙ୍କାନାଳ,୧ା୧୦(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଞ୍ଚଳରେ ଜଗନ୍ନାଥ ପାୱାର ନାମକ ଏକ କମ୍ପାନୀ ପରିସରରେ ଗତ ୩ ଦିନ ତଳେ କାରଖାନାରେ କାର୍ଯ୍ୟରତ...

ରୋଡ ରୋମିଓଙ୍କୁ ଧରି ନିସ୍ତୁକ ପିଟିଲେ ଯୁବତୀ

ତାଳଚେର,୧।୧୦: ଅନୁଗୋଳ ଜିଲା ତାଳଚେର ହାଟତୋଟା ବଜାରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଜଣ ରୋଡ୍‌ ରୋମିଓ ବଜାରରେ ଜଣେ ଯୁବତୀଙ୍କୁ ଅଶ୍ଲୀଳ ଇଙ୍ଗିତ...

ବିଡିଓଙ୍କୁ ତାଲା ପକାଇଲେ ଏମ୍‌ପିଙ୍କ ପ୍ରତିନିଧି, ଭାଜପା କର୍ମକର୍ତ୍ତା

କେନ୍ଦୁଝର,୧।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ବିଡିଓଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ମଙ୍ଗଳବାର ଭାଜପା ନେତା ଓ କର୍ମୀ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଗେଟ୍‌ରେ...

ପୋଲିସ ସ୍ବାମୀଙ୍କୁ ମାରି ଦେଇଥିବା ଅଭିଯୋଗ ଆଣିଥିଲେ ସ୍ତ୍ରୀ: ଏସ୍‌ଆଇ, ହାବିଲଦାର ନିଲମ୍ବିତ

ଫୁଲବାଣୀ, ୧ା୧୦(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଡାଙ୍ଗଣାମୁ ଘାଟି ରାସ୍ତାରୁ ଗତ ୨୬ ତାରିଖରେ ବୌଦ୍ଧ ଜିଲା କଣ୍ଟାମାଳ...

ଚିଡିଆଖାନାରେ ମଣିଷଖିଆ କଲରାପତରିଆ ବାଘ ଦେଖିବେ ପର୍ଯ୍ୟଟକ

ସମ୍ବଲପୁର,୧ା୧୦(ପ୍ରମୋଦ ବହିଦାର): ସମ୍ବଲପୁର ମୋତିଝରଣସ୍ଥିତ ଚିଡ଼ିଆଖାନା(ଡିଅରପାର୍କ)ରେ ପର୍ଯ୍ୟଟକମାନେ ଏକ ମଣିଷଖିଆ କଲରାପତରିଆ ଦେଖିପାରିବେ। ଚିଡ଼ିଆଖାନାରେ ସ୍ବତନ୍ତ୍ର ଭାବେ କାଚରେ ନିର୍ମିତ ଆବଦ୍ଧ କୋଠରିରେ ବାଘକୁ ଛଡ଼ାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri