ଅଧାବାଟରେ ଶ୍ରୀଜୀଉ

ନୀଳଗିରି, ୬।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ତୃତୀୟ ଶ୍ରୀକ୍ଷେତ୍ରରେ ଶୁକ୍ରବାର ଆୟୋଜିତ ରଥଯାତ୍ରାରେ ଶ୍ରୀଜୀଉ ଭକ୍ତଙ୍କ ଗହଣରେ ଆସି ଅଧା ବାଟ ପୋଷ୍ଟ ଅଫିସ ନିକଟରେ ଅଟକିଛନ୍ତି। ସେଠାରେ ଚର୍ତୁଦ୍ଧାମୂର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେବା ସହ ରଥରେ ରାତ୍ରିଯାପନ କରିବେ। ଶନିବାର ଅପରାହ୍ନରେ ଶ୍ରୀଜୀଉ ରଥରେ ଆସି ମାଉସୀମା’ ମନ୍ଦିରରେ ବିଜେ କରିବେ ବୋଲି ସହକାରୀ ପୂଜକ ହରିବନ୍ଧୁ କର କହିଛନ୍ତି। ଆଦି ରାଜପରିବାରର ସେବକ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ରଥରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା।
ସ୍ଥାନୀୟ ତହସିଲଦାର ସୁଶ୍ରୀତା ଟୁଡୁ ମାଜିଷ୍ଟ୍ରେଟ୍‌ ଭାବେ ରଥ ପରିଚାଳନା ଦାୟିତ୍ୱରେ ରହିଥିଲେ। ଅପରାହ୍ନରେ ମାଜିଷ୍ଟ୍ରେଟ୍‌ ଆନୁଷ୍ଠାନିକ ଭାବେ ପତାକା ହଲାଇ ରଥ ଟାଣିବା ପାଇଁ ଭକ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହରିବୋଲ, ହୁଳହୁଳି, ଭଜନକୀର୍ତ୍ତନ, ଶଙ୍ଖଧ୍ୱନି ଭିତରେ ଭକ୍ତମାନେ ଆନନ୍ଦ ଉଲ୍ଲାସରେ ରଥ ଟାଣିଥିଲେ ା ମନ୍ଦିର ନିକଟରୁ ମାତ୍ର ୨ଶହ ଫୁଟ୍‌ ପର୍ଯ୍ୟନ୍ତ ରଥ ଆସି ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ଅଟକି ରହିଥିଲା। ଫଳରେ ରଥ ଟଣାରେ ବିଳମ୍ବ ହୋଇଥିଲା। ରାସ୍ତା ସ୍ବାଭାବିକ ହେବା ପରେ ଶ୍ରୀଜୀଉଙ୍କ ରଥକୁ ଭକ୍ତମାନେ ଟାଣି ଆଣି ଅଧା ବାଟ ପୋଷ୍ଟଅଫିସ ନିକଟରେ ପହଞ୍ଚାଇଥିଲେ। ପାଗ ଅନୁକୂଳ ଥିବାରୁ ସ୍ଥାନୀୟ ଗଡ଼ଜାତ ସମେତ ଜିଲା ତଥା ପଡ଼ୋଶୀ ଜିଲାରୁ ୫୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ସେହିପରି ସୂଚନା ଲୋକ ସମ୍ପର୍କ ବିଭାଗ ତରଫରୁ ଜନସୂଚନା ଚିକିତ୍ସାଳୟ ପକ୍ଷରୁ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର, ରଥ ଦାଣ୍ଡରେ ଅଗ୍ନିସେବା କର୍ମଚାରୀ ଼ଉଦ୍ଧାରକାରୀ ଦଳ ଭାବେ ନିୟୋଜନ କରାଯାଇଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ସାହାଯ୍ୟରେ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା। ସନ୍ଧ୍ୟାରେ ନବଯୌବନ ଭଜନସନ୍ଧ୍ୟା କମିଟି ତରଫରୁ ସ୍ନାନ ମଣ୍ଡପରେ ସାଂସ୍କୃତିକ କାଯର୍‌ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି। ପ୍ରଥମ ଦିନ ରଥଟଣା ଶାନ୍ତି ଶୃଙ୍ଖଳା ସହ ହୋଇଥିବାର ଠାକୁର ମାହଲ ପକ୍ଷରୁ କୁହାଯାଇଛି। ଏହି ଅବସରରେ ଜିଲା ଏସ୍‌ପି ବି. ଯୁଗଳ କିଶୋର କୁମାରଙ୍କ ସମେତ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଅଧିକାରୀ ନିର୍ବାଚିତ ଜନପ୍ରତିନିଧି ରଥ ଟଣାରେ ସାମିଲ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଅଭିଯୁକ୍ତଙ୍କୁ ଶଗଡ଼ରେ ବାନ୍ଧି ଉଲଗ୍ନ ପରେଡ୍‌ କରାଇଲେ

ବାହରିଚ୍‌,୧୮।୪: ଉତ୍ତରପ୍ରଦେଶର ବାହରିଚ୍‌ ଜିଲାର ବିଶ୍ୱେଶ୍ୱରଗଞ୍ଜ ଅଞ୍ଚଳରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଶଗଡ଼ରେ ବାନ୍ଧି ମାଡ଼ ମାରିବା ସହ ଉଲଗ୍ନ ପରେଡ୍‌ କରାଇଥିବା...

TVS ଆଣିଲା ସୁଲଭ ସ୍ପୋଟ୍ସ ବାଇକ୍‌, ଫଚ୍ୟୁନରଠାରୁ ଅଧିକ ରହିଛି ସ୍ପିଡ୍‌

ନୂଆଦିଲ୍ଲୀ,୧୮।୪: ଟିଭିଏସ୍‌ ମୋଟର କମ୍ପାନୀ ଅପଡେଟେଡ୍‌ ୨୦୨୫ ଆପାଚି ଆର୍‌ଆର୍‌ ୩୧୦ ଲଞ୍ଚ କରିଛି। ଟିଭିଏସ୍‌ ମୋଟରର ଏହି ବାଇକର ଅନେକ ବୈଶିଷ୍ଟ୍ୟ ରହିଛି। ଏହା...

‘ପଶ୍ଚିମବଙ୍ଗକୁ ଆଉ ଏକ ପାକିସ୍ତାନ କରିବାର ଷଡ଼ଯନ୍ତ୍ର…’

କୋଲକାତା,୧୮।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ତପସ୍ବୀ ଚଭନୀ ପୀଠାଧୀଶ୍ୱର ଜଗତଗୁରୁ ପରମହଂସ ଆଚାର୍ଯ୍ୟ ବଡ଼ ଅଭିଯୋଗ ଆଣିଛନ୍ତି। ସେ ପଶ୍ଚିମବଙ୍ଗକୁ ‘ଆଉ ଏକ...

ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ? ୟୁରୋପର ୪୪ ଦେଶରେ ମୁସଲମାନ ଶାସନ!

ନୂଆଦିଲ୍ଲୀ,୧୮।୪: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୪୩ ସୁଦ୍ଧା ମୁସଲିମ ସମ୍ପ୍ରଦାୟ ୟୁରୋପରେ ମହାନ ରାଜନୈତିକ ଶକ୍ତି ହାସଲ କରିବେ। ୨୦୨୫ରୁ ୟୁରୋପରେ ଏକ ବଡ଼...

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା: ଦଳୀୟ ସମ୍ମିଳନୀରେ ଗୋଷ୍ଠୀ କନ୍ଦଳ

ବଡ଼ବିଲ,୧୮ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲଠାରେ ଭାଜପା ପକ୍ଷରୁ ଆୟୋଜିତ ସକ୍ରିୟ ସଦସ୍ୟ ସମ୍ମିଳନୀରେ ଶୁକ୍ରବାର ଦଳର ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ...

ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ବଡଖାନା

ଭଞ୍ଜନଗର,୧୮/୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ନିକଟସ୍ଥ ତନରଡ଼ା ସ୍ଥିତ ଆଇ ଆର୍ ବି ୮ ମ ସ୍ଵତନ୍ତ୍ର ବାଟାଲିୟନ ପରିସରରେ ପୋଲିସ୍ ପ୍ରତିଷ୍ଠା ଦିବସ...

ଘରକୁ ଫେରି ପାରିଲେନି; ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୩ ଗୁରୁତର

ଜି.ଉଦୟଗିରି,୧୮।୪(ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରିରେ ୨ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପରିଷଦ ଅନ୍ତର୍ଗତ...

BJD: ନବୀନ ନିବାସରେ ହେଲା ଫାଇନାଲ, କାଲି ବଡ଼ ଘୋଷଣା!

ଭୁବନେଶ୍ୱର,୧୮।୪: ବିଜୁ ଜନତା ଦଳ (ବିଜେଡି) ସଂଗଠନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image