ଅଣ୍ଡାରୁ ଆବଶ୍ୟକ ଭିଟାମିନ୍ ମିଳେ। ସେଥିପାଇଁ ଅଣ୍ଡାକୁ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ। ଅଣ୍ଡାରୁ ଶରୀରକୁ ସମସ୍ତ ପୋଷକ ତତ୍ତ୍ୱ ମିଳେ ଓ ଆପଣଙ୍କ ଶରୀରକୁ ସତେଜ ରଖିବାରେ ସାହାଯ୍ୟ କରେ। ସେଥିପାଇଁ ପ୍ରାୟ ଲୋକ ପ୍ରତିଦିନ ଅଣ୍ଡାକୁ ଖାଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି? ଅତ୍ୟଧିକ ଅଣ୍ଡା ଖାଇବା ଦ୍ୱାରା ଏହା କ୍ଷତି କରିଥାଏ। ଏହା ହୃଦୟରୋଗ ସହିତ ଅନ୍ୟ ରୋଗକୁ ମଧ୍ୟ ଆମନ୍ତ୍ରଣ କରିଥାଏ। ଅଣ୍ଡାର ଅଧିକ ସେବନ ଦ୍ୱାରା ପ୍ରୋଷ୍ଟେଟ୍ କ୍ୟାନ୍ସର ପରି ରୋଗର ମଧ୍ୟ ବିପଦରେ ପକାଇଥାଏ। ଦିନକୁ ୨ କିମ୍ବା ୩ଟିରୁ ଅଧିକ ଅଣ୍ଡା ଖାଇବା ଦ୍ୱାରା ଏହି ରୋଗ ହେବାର ସମ୍ଭାବନା ଥାଏ। ହାଇବ୍ଲଡ଼୍ ପ୍ରେସର, ଡ଼ାଇବେଟିସ୍ କିମ୍ବା ହୃଦୟରୋଗୀମାନେ ଅଣ୍ଡାର ହଳଦିଆ ଅଂଶକୁ ଖାଇବା ଉଚିତ୍ ନୁହେଁ। ଏଥିରେ କୋଲେଷ୍ଟ୍ରୋଲ୍ ମାତ୍ରା ଅଧିକ ହେବା କାରଣରୁ ଆପଣଙ୍କ ପାଇଁ ହାନିକାରକ ମଧ୍ୟ ହୋଇପାରେ।