ଅଧିକ ଦରରେ କିରୋସିନ ବିକିବା ଘଟଣା: ରିଟେଲରଙ୍କୁ ନିଲମ୍ବିତ କଲେ ଉପଜିଲାପାଳ

ଖପ୍ରାଖୋଲ, ୬।୬(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତର ବିଭିନ୍ନ ଗାଁରେ ଅଧିକ ଦରରେ କିରୋସିନ ବିକ୍ରି ଘଟଣାରେ ରିଟେଲର ନିଲମ୍ବିତ ହୋଇଛନ୍ତି। ପାଟଣାଗଡ଼ ଉପ ଜିଲାପାଳ ସୋମନାଥ ପଧାନ ରିଟେଲର ହଳଧର ଭୋଇଙ୍କୁ ନିଲମ୍ବିତ କରିଛନ୍ତି। ଏ ନେଇ ଖପ୍ରାଖୋଲ ବ୍ଲକ ଯୋଗାଣ ଅଧିକାରୀ ରାଜରାମ ହୋତାଙ୍କୁ ପଚାରିବାରୁ ଚଢା ଦରରେ କିରୋସିନ ବିକିବା ଅଭିଯୋଗରେ ରିଟେଲର ନିଳମ୍ବିତ ହୋଇଛନ୍ତି। ଏହାସହ ଅମାନତ ଜମା ବ୍ୟାଜାପ୍ତ ପାଇଁ ଉପ ଜିଲାପାଳ ଆଦେଶ ଦେଇଛନ୍ତି ବୋଲି କହିଛନ୍ତି। ସୂଚନାଯେଯୋଗ୍ୟ, ହିତାଧିକାରୀଙ୍କ ଅଭିଯୋଗକୁ ଭିତ୍ତି କରି ପାଟଣାଗଡ ଉପଜିଲାପାଳ ପଧାନ ଘଟଣାର ତଦନ୍ତ ପାଇଁ ସହକାରୀ ଜିଲାପାଳ ପଦ୍ମନାଭ ପୁରୋହିତଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ଏଣୁ ସହକାରୀ ଜିଲାପାଳ ପୁରୋହିତ ମହରାପଦର ଏବଂ ବନମାଲ ଗାଁକୁ ଯାଇ ଖାଉଟିଙ୍କୁ ଏ ସମ୍ପର୍କରେ ପଚାରିଥିଲେ। ସରକାରୀ ଦର ୧୮ ଟଙ୍କା ବଦଳରେ ରିଟେଲର ୩୩ରୁ ୪୨ ଟଙ୍କାରେ କିରୋସିନ ବିକ୍ରି କରିଥିବା ଜାଣିବାକୁ ପାଇ ସେ ଉପଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ ନାବାଳକଙ୍କ ମିଳିଲା ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ପାଟଣାଗଡ଼,୧୮।୧୦: ବଲାଙ୍ଗୀର ଜିଲା ଲାଠୋର ଥାନା ଝଲିଆଲିଟି ପାହାଡ଼ ଉପରୁ ଶୁକ୍ରବାର ଜଣେ ନାବାଳକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ପୋଲିସ ମୃତଦେହ ଜବତ କରି...

ମାଲବାହୀ ଗାଡ଼ି ଧକ୍କାରେ ଶନି ମନ୍ଦିର ଚୁରମାର୍

ବଲାଙ୍ଗୀର,୧୭ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଲୋକନାଥ ମନ୍ଦିର ସମ୍ମୁଖ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଶ୍ରୀ ଶନିଦେବ ମନ୍ଦିର ଏକ କମ୍ପାନୀ...

୫ କୋଟି ଟଙ୍କା ଆତ୍ମସାତ୍‌ କରି ଗିରଫ ହେଲେ ପିଇଓ, ବିଭିନ୍ନ ଯୋଜନାର ଟଙ୍କାକୁ…

ବଲାଙ୍ଗୀର,୧୬ା୧୦(ସୁନୀଲ କୁମାର ମହାନ୍ତି): ପ୍ରାୟ ୫ କୋଟି ଟଙ୍କା ହେର୍‌ଫେର ଅଭିଯୋଗରେ ଭରସୁଜା ଓ ଆଗଲପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜକିଶୋର ପୋଢ଼ ଗିରଫ ହୋଇଥିବା...

ଗଞ୍ଜେଇ ସହ ଗାଡ଼ି ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ

ଲାଠୋର,୧୨ା୧୦(ଭୁବନେଶ୍ୱର ବାରିକ):  ଏକ କାର୍‌ରେ ବେଆଇନ ଭାବେ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବଲାଙ୍ଗୀର ଜିଲା ଲାଠୋର ପୋଲିସ ଗାଡ଼ି ସହ ଗଞ୍ଜେଇ ଜବତ...

ବିହନ ପ୍ରକ୍ରିୟାକରଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ

ପାଟଣାଗଡ଼,୧୧ା୧୦(ସଚ୍ଚିଦାନନ୍ଦ ମହାକୁଡ଼): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଧୁବଲପଡ଼ା ପଞ୍ଚାୟତ ମୁଦଘାଟସ୍ଥିତ କୃଷିଫାର୍ମଠାରେ ବିହନ ପ୍ରକ୍ରିୟାକରଣ କେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ...

ଭାଜପା ସଦସ୍ୟ ହେଲେ ମମିତା ମେହେରଙ୍କ ମା’ବାପା

କଣ୍ଟାବାଞ୍ଜି,୧୦ା୧୦(ଗୁରୁ ଦୟାଲ ହଂସ):ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ବୁଧବାର ମମିତାଙ୍କ ମା’ବାପା ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ବଲାଙ୍ଗୀର ଜିଲା...

ଜଙ୍ଗଲରୁ ମିଳିଲା ହାତୀର ମୃତଦେହ: ଗୋଟିଏ ଦାନ୍ତ କାଟି ନେଇଥିବା ସୂଚନା

ବଲାଙ୍ଗୀର,୮।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଅସୁରଡୁଙ୍ଗୁରି ଗାଁ ମଠଖାଇ ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ମିଳିଛି। ହେଲେ ମୃତ ହାତୀର ଗୋଟିଏ...

୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବେଲପଡ଼ା, ୫ା୧୦(ମନୋଜ କୁମାର ମିଶ୍ର):ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାମର ବିଲ୍‌ କରିବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri