ଚିକିତ୍ସକଙ୍କ ମତରେ, କାଶ କୌଣସି ରୋଗ ନୁହେଁ ବରଂ ଏହା ଶରୀରର ସାମାନ୍ୟ ପ୍ରତିକ୍ରିୟା ଅଥବା କୌଣସି ରୋଗର ସଂକେତ। ତେଣୁ କାଶକୁ ଅଣଦେଖା କରିବା ଘାତକ ହୋଇପାରେ। କାରଣ କାଶ ଯୋଗୁ ଫୁସ୍ଫୁସ, ଶ୍ୱାସନଳୀ ଏବଂ ଗଳାରେ ସଂକ୍ରମଣ ହୋଇଥାଏ। ସ୍ବାସ୍ଥ୍ୟ ରକ୍ଷା ପାଇଁ କାଶ ପ୍ରଥମେ ସଂକେତ ଦେଇଥାଏ। କିଛି ବିଶେଷଜ୍ଞଙ୍କ ଅନୁସାରେ, କାଶ ଆସିବାର ଅର୍ଥ ଶରୀରରେ ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆଙ୍କ ପାଦୁର୍ଭାବ ବୃଦ୍ଧି ପାଇଛି। ଦୀର୍ଘ ଦିନ ପର୍ଯ୍ୟନ୍ତ କାଶ ହେଉଥିଲେ, ଏହା କୌଣସି ବଡ଼ ରୋଗର ସଂକେତ ହୋଇପାରେ। ସାଧାରଣ ଭାବେ ଦେଖିବାକୁ ଗଲେ ଦମା, ଗଳାରେ ସଂକ୍ରମଣ, ଟନ୍ସିଲ୍, ବ୍ରୋଙ୍କାଇଟ୍ସ, ଫୁସ୍ଫୁସ୍ ସଂକ୍ରମଣ, ନିମୋନିଆ ଏବଂ ହୃଦ୍ରୋଗ ଆଦି କାରଣରୁ କାଶ ହୋଇଥାଏ। ତେଣୁ କାଶକୁ ନେଇ ସତର୍କ ରହିବା ଜରୁରୀ ଅଟେ।