ହଳଦୀ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସମସ୍ତଙ୍କୁ ଜଣା। ସେଥିପାଇଁ ତାକୁ ରୋଷେଇ ଘରର ଭଲ ମସଲା ବୋଲି କୁହାଯାଏ। ହେଲେ ଏବେ ଗବେଷକମାନେ କହିଛନ୍ତି ଅତ୍ୟଧିକ ହଳଦୀ ବ୍ୟବହାର ଶରୀର ପାଇଁ କ୍ଷତିକାରକ।
-ହଳଦୀରେ ରହିଛି କର୍କକ୍ୟୁମିନ। ଯାହା ଶରୀର ପାଇଁ ଭଲ। ହେଲେ ଅତ୍ୟଧିକ ହଳଦୀ ବ୍ୟବହାର କଲେ ଏଥିରେ ଥିବା କର୍କକ୍ୟୁମିନ ପ୍ରଭାବରେ ଡାଇରିଆ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ଗବେଷକମାନେ କହିଛନ୍ତି। ଏହାସହ ବାନ୍ତି ସମସ୍ୟା ମଧ୍ୟ ଦେଖା ଦେଇଥାଏ।
-ଅତ୍ୟଧିକ ହଳଦୀ ବ୍ୟବହାର କଲେ ଏଥିରେ ଥିବା ତତ୍ତ୍ୱ ଶରୀରରେ ଆଇରନର ମାତ୍ରାକୁ କମ୍ କରି ଦେଇଥାଏ। ଫଳରେ ଏନିମିଆ ଭଳି ସମସ୍ୟା ଦେଖାଦିଏ।
-ହଳଦୀରେ ଥିବା ଓକ୍ସାଲେଟ ଅଧିକ ହେଲେ ଏହା ଶରୀର ପାଇଁ କ୍ଷତିକାରକ। କାରଣ ଏହା ଶରୀରରେ କ୍ୟାଲସିୟମ ସହ ମିଶି କିଡ୍ନୀରେ ଜମାଟ ବାନ୍ଧି ଥାଆନ୍ତି। ଫଳରେ ଏହାଦ୍ୱାରା କିଡ୍ନୀ ଷ୍ଟୋନ ହେବାର ଆଶଙ୍କା ୭୫ ପ୍ରତିଶତ ବୃଦ୍ଧି ପାଇଥାଏ ବୋଲି ଗବେଷକ ମତ ଦେଇଛନ୍ତି।