ନୂଆଦିଲ୍ଲୀ,୯।୫: କରୋନା ପାଇଁ ସରକାରଙ୍କ ରାଜସ୍ବ କ୍ଷତି ହେବ। ଚଳିତ ଆର୍ଥତ୍କ ବର୍ଷରେ ସରକାର ଅଧିକ ୪.୨ ଲକ୍ଷ କୋଟି ଟଙ୍କା ଋଣ କରିବେ ବୋଲି ଆକଳନ କରାଯାଇଛି। କରୋନା ମୁକାବିଲା ଲାଗି ସରକାର ଖର୍ଚ୍ଚ ବଢ଼ାଇଥିବାରୁ ଚଳିତ ବର୍ଷ ମୋଟ ୧୨ ଲକ୍ଷ କୋଟି ଟଙ୍କା ବଜାରରୁ ଋଣ ଭାବେ ଉଠାଇବେ। ରାଜସ୍ବ ଆଦାୟ ଏବଂ ଖର୍ଚ୍ଚ ମଧ୍ୟରେ ପାର୍ଥକ୍ୟ ଢେର ବଢ଼ିଥିବାରୁ ଏହା ସରକାରଙ୍କ ଚିନ୍ତା ବଢ଼ାଇଛି। ଏହାକୁ ବିଚାରକରି ଅଧିକ ଋଣ କରିବା ଲାଗି ସରକାର ଯୋଜନା ଧାର୍ଯ୍ୟ କରିଛନ୍ତି। ୨୦୨୦-୨୧ ଲାଗି ୭.୮୦ ଲକ୍ଷ କୋଟି ଟଙ୍କା ବଜାରରୁ ଉଠାଇବା ଲାଗି ନିଷ୍ପତ୍ତି ହୋଇଥିବା ବେଳେ ଏହି ସୀମାକୁ ବଢାଯାଇ ୧୨ ଲକ୍ଷ କରାଯାଇଛି। କାରଣ ଅର୍ଥ ବ୍ୟବସ୍ଥାକୁ ଗତି ପ୍ରଦାନ କରିବା ଲାଗି ସେହି ଅନୁସାରେ ଖର୍ଚ୍ଚ ବଢାଇବାକୁ ପଡିବ। ସରକାର ସାପ୍ତାହିକ ଋଣ ଉଠାଣ ଲକ୍ଷ୍ୟ ୨୧ ହଜାର କୋଟିରୁ ୩୦ ହଜାର କୋଟି ଟଙ୍କାକୁ ବଢ଼ାଇଛନ୍ତି।