ବନ୍ତ,୨୭।୪(ଡି.ଏନ୍.ଏ.)-କରୋନା ଲକ୍ ଡାଉନ୍ରେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆ ମାନଙ୍କ ପଞ୍ଜୀକରଣ ଓ ସେମାନଙ୍କ ସୁବ୍ୟବସ୍ଥା ନେଇ ଭଦ୍ରକ ଜିଲା ବନ୍ତ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ବିଡିଓ ରେବେକା ବିଲୁଙ୍ଗ, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନିଶିକାନ୍ତ ଖୁଣ୍ଟିଆ, କମ୍ପ୍ୟୁଟର ପ୍ରୋଗ୍ରାମର ସୁଧାଂଶୁ ବିଶ୍ୱାଳ ଯୋଗ ଦେଇ ରାଜ୍ୟ ବାହାରୁ ଆସିବାକୁ ଥିବା ପ୍ରବାସୀ ଓଡିଆ ମାନଙ୍କ ପଞ୍ଜୀକରଣ କିପରି ଯଥାଶୀଘ୍ର ହୋଇ ପାରିବ ଏବଂ ସେମାନଙ୍କୁ କିପରି ସାମୟିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ସମସ୍ତ ସୁବିଧା ଯୋଗାଇ ଦିଆଯାଇପାରିବ ସେସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ସମସ୍ତ ଗ୍ରାମ ପଞ୍ଚାୟତ ନୋଡାଲ ଅଫିସର, ସହକାରୀ ଅଧିକାରୀ ମାନେ ଯୋଗ ଦେଇଥିଲେ।