Posted inଜାତୀୟ

ଅନନ୍ତନାଗରେ ଆତଙ୍କବାଦୀଙ୍କ ଆକ୍ରମଣରେ ମେଜର ଶହୀଦ

ଶ୍ରୀନଗର,୧୭।୬: ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ମେଜର ଶହୀଦ ହୋଇଥିବା ବେଳେ ୩ଜଣ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଏଥିସହ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଆହତ ଯବାନଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଏବେ ବି ଦୁଇ ପାର୍ଶ୍ୱରୁ ଗୁଳିବିନିମୟ ଜାରି ରହିଛି। ସୁରକ୍ଷାକର୍ମୀ ଆଖପାଖ ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ୍‌ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ସୋମବାର ସକାଳେ ଅନନ୍ତନାଗର ଆଛାବଲ୍‌ରେ ଆତଙ୍କବାଦୀ ଲୁଚି ରହିଥିବା ଖବର ବିଶ୍ୱସ୍ତ ସୂତ୍ରରୁ ସେନାଙ୍କୁ ମିଳିଥିଲା। ଏହାପରେ ମିଳିତ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରିଥିଲେ। ସେହି ସମୟରେ ଆତଙ୍କାବଦୀ ସେନାଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲେ। ଏହାର ପାଲଟା ଜବାବରେ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଆକ୍ରମଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟାରିଫ ଓ୍ବାରରେ ଚାଇନାକୁ ଲାଗିଛି ଜବରଦସ୍ତ ଝଟକା, କାହିଁକି ଏମିତି ଦାବି କଲେ ଟ୍ରମ୍ପ

ଓ୍ବାଶିଂଟନ,୫।୪: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ବିଷୟରେ ନିଜ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ଭବିଷ୍ୟତରେ ଆମେରିକାର ଲୋକମାନେ ଯେଉଁ ସମସ୍ୟାର...

ଓ୍ବକ୍‌ଫ ବିଲ୍‌କୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ଆପ୍‌ ବିଧାୟକ

ନୂଆଦିଲ୍ଲୀ,୫।୪: ଓ୍ବକ୍‌ଫ ସଂଶୋଧନ ବିଲ୍‌କୁ ଶୁକ୍ରବାର କଂଗ୍ରେସ ଏବଂ ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ ଓଓ୍ବାଇସି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ ଶନିବାର ଆମ୍‌ ଆଦ୍‌ମୀ ପାର୍ଟି...

କମିବ ପେଟ୍ରୋଲ, ଡିଜେଲ ଦର? କ୍ରୁଡ ଅଏଲ ଦାମ କମିବାରୁ ବଢୁଛି ଆଶା

ନୂଆଦିଲ୍ଲୀ,୫।୪: ଏହା ବହୁତ କମ ଘଟେ ଯେ ଗୋଟିଏ ପଟେ ମୁଦ୍ରା ବଜାରରେ ଡଲାର ତୁଳନାରେ ଟଙ୍କା ମଜବୁତ ହେଉଛି ଏବଂ ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ...

ଲାଗୁ ହେଲା ଆୟୁଷ୍ମାନ ଭାରତ ଯୋଜନା, ଜାଣନ୍ତୁ କେତେ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିମ ମାଗଣା ଚିକିତ୍ସା

ନୂଆଦିଲ୍ଲୀ,୫।୪: ଜାତୀୟ ରାଜଧାନୀ ଦିଲ୍ଲୀରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଆୟୁଷ୍ମାନ ଯୋଜନା) କାର୍ଯ୍ୟକାରୀ କରିବା ପାଇଁ ଭାଜପା ନେତୃତ୍ୱାଧୀନ ଦିଲ୍ଲୀ ସରକାର...

ପରିବାରର ପ୍ରତିଟି ସଦସ୍ୟଙ୍କୁ ମିଳିବ ଗୋଟିଏ ଲେଖାଏ ଆୟୁଷ୍ମାନ କାର୍ଡ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର,୫।୪: ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିବ। ୧ କୋଟି ୩ ଲକ୍ଷ ପରିବାରକୁ ଯୋଜନାରେ ସାମିଲ କରାଯିବ। ପୂର୍ବରୁ ପ୍ରତି...

‘ଧ୍ୱଂସ ପାଦ ଦେଶରେ ବିଜେଡି; ଏମିତି ସମୟ ଆସିବ ଶଙ୍ଖ ଚିହ୍ନ ନ ଥିବ, ଓଡ଼ିଶାରୁ ହଜିଯିବ’

ଭୁବନେଶ୍ୱର,୫।୪: ଦାଣ୍ଡରେ ପଡ଼ି ହାଟରେ ଗଡ଼ିବାକୁ ଲାଗିଲାଣି ବିଜେଡି ଅନ୍ତଃକନ୍ଦଳ। ଓ୍ବକଫ୍‌ ବିଲ୍‌କୁ ନେଇ ଦଳର ଏମ୍‌ପି ସସ୍ମିତ ପାତ୍ରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବା ପରେ...

କାନାଡ଼ାରେ ଭାରତୀୟଙ୍କୁ ହତ୍ୟା

ଓଟାଓ୍ବା,୫।୪: କାନାଡାର ଓଟାୱା ସହର ନିକଟରେ ଜଣେ ଭାରତୀୟ ନାଗରିକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ...

ପ୍ରଥମଥର ପଡ଼ିଆରେ ନଜର ଆସିଲେ ଧୋନୀଙ୍କ ମାତା ପିତା, ଅନେକ କିଛି ଅନୁମାନ ଲଗାଇଲେଣି ପ୍ରଶଂସକ

ନୂଆଦିଲ୍ଲୀ,୫।୪: ଭାରତୀୟ ଦଳର ଷ୍ଟାର ଅଧିନାୟକ ଏବଂ ଦେଶ ପାଇଁ ତିନୋଟି ICC ଟ୍ରଫି ଜିତିଥିବା ମହେନ୍ଦ୍ର ସିଂହ ଧୋନି ଏବେ କେବଳ IPL ଖେଳୁଛନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image