ଅନନ୍ୟ ପ୍ରକୃତିର ଗନ୍ତାଘର ଭୀମକୁଣ୍ଡ ଜଳପ୍ରପାତ

ପାଟଣା, ୧୭।୧(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ପୁରାଣ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ଅପରୂପ ସୌନ୍ଦର୍ଯ୍ୟ ଆତ୍ମହରା କରିଦିଏ ପ୍ରକୃତିପ୍ରେମୀ ଆଉ ସୌନ୍ଦର୍ଯ୍ୟପିପାସୁ ପର୍ଯ୍ୟଟକଙ୍କୁ। ଏହାର ମନୋରମ ଘଞ୍ଚ ବନାନୀ ସାଙ୍ଗକୁ ବୈତରଣୀ ନଦୀର ସୁନୀଳ ଜଳପ୍ରପାତକୁ ଦେଖି ପର୍ଯ୍ୟଟକ ମନ୍ତ୍ରମୁଗ୍ଧ ହୁଏ। ପବିତ୍ର ପାପନାଶିନୀ ବୈତରଣୀ ନଦୀ ଉତ୍ପତ୍ତିସ୍ଥଳୀ ଗୋନାସିକାରୁ ବାହାରି କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ସୀମାର କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଡୁମୁରିଆସ୍ଥିତ ବାଲିଯୋଡି ରାଜସ୍ବ ଗ୍ରାମର ଦନ୍ତୁରିତ ପ୍ରସ୍ତରମାଳା ଦେଇ ପ୍ରବାହିତ ହେଉଛି। ଉଚ୍ଚ ପାହାଡ଼ ଉପରୁ ତଳକୁ ଜଳପ୍ରପାତ ସୃଷ୍ଟି ହୋଇଛି। ଏହା ଭୀମକୁଣ୍ଡର ସାନକୁଣ୍ଡ ଓ ବଡ଼କୁଣ୍ଡ ଭାବେ ପରିଚିତ। ବୈତରଣୀର ନୀଳ ଜଳରାଶି ପ୍ରପାତରେ ପରିଣତ ହୋଇ ଧୂଆଁଧାର ଭଳି ପ୍ରତୀୟମାନ ହେଉଛି। ବଣଭୋଜି ପାଇଁ ଏହା ଏକ ମନୋରମ ସ୍ଥାନ।
କୁହାଯାଏ ପାଣ୍ଡବମାନଙ୍କ ଅଜ୍ଞାତବାସ ସମୟରେ ଏଠାରେ ଦିନ ବିତାଇଥିଲେ। ଦ୍ୱିତୀୟ ପାଣ୍ଡବ ଭୀମ ବୈତରଣୀ ନଦୀ ଧାରରେ ସ୍ନାନ କରିବାରୁ କୁଣ୍ଡ ସୃଷ୍ଟି ହୋଇଥିବା ଜନଶ୍ରୁତି ରହିଛି। ବୈତରଣୀ ନଦୀ ଏହି ସ୍ଥାନରେ ଦକ୍ଷିଣାବର୍ତ୍ତୀ ହୋଇଥିବାରୁ ପିତୃପୁରୁଷଙ୍କୁ ପିଣ୍ଡ ପ୍ରଦାନ କରିବା ପାଇଁ ଏହା ପ୍ରକୃଷ୍ଟ ସ୍ଥାନ ବିବେଚିତ ହୋଇଥାଏ। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶାର ହଜାର ହଜାର ଆଦିବାସୀ ଜାନୁୟାରୀ ଶେଷ ସପ୍ତାହରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଏଠାରେ ଏକତ୍ରିତ ହୁଅନ୍ତି, ଯାହାକି ଦାମୋଦର ଯାତ୍ରା ଭାବେ ଜଣାଶୁଣା। ମକର ସଂକ୍ରାନ୍ତିରେ ଏଠାରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥାନ୍ତି। ଗତ କିଛିବର୍ଷ ହେବ ମକର ସଂକ୍ରାନ୍ତି ଠାରୁ ଏଠାରେ ୩ଦିନ ଧରି ମକର ମେଳା ଅନୁଷ୍ଠିତ ହେଉଛି। ତେବେ ଭୀମକୁଣ୍ଡର କେନ୍ଦୁଝର ପାର୍ଶ୍ୱଟି ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ନ ପାଇବାରୁ ଯଥୋଚିତ ବିକାଶ ହୋଇପାରିନି। ଏନେଇ ଜିଲାର ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏହି ପର୍ଯ୍ୟଟନସ୍ଥଳୀକୁ ଆକର୍ଷଣୀୟ କରି ଗଢ଼ିତୋଳିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ୩୦ଲକ୍ଷ ଟଙ୍କା ବ୍ୟୟକରି କେତେକ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ରୁଙ୍ଗ୍‌ଟା କମ୍ପାନୀ ତରଫରୁ ୧ କୋଟି ଟଙ୍କାରୁ ଊଦ୍ଧର୍‌ବରେ ଏକ ୱାଚ୍‌ ଟାୱାର ଉଦ୍‌ଘାଟନ କରାଯାଇଛି। ଏହାକୁ ଯଦି ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ମିଳିପାରନ୍ତା କିମ୍ବା ଇକୋଟୁରିଜମ କ୍ଷେତ୍ରର ମାନ୍ୟତା ମିଳିପାରନ୍ତା ତେବେ ସ୍ଥାନଟିର ବିକାଶ ହୋଇପାରନ୍ତା ବୋଲି ବହୁ ସ୍ଥାନୀୟବାସୀ କହିଛନ୍ତି। ବିଶେଷକରି ଭୀମକୁଣ୍ଡ ଜଳପ୍ରପାତର ସୁରକ୍ଷା ବାଡ଼ ନ ଥିବା, ସୁରକ୍ଷା ନେଇ ସୂଚନା ଫଳକ ନ ଥିବା, ପିକ୍‌ନିକ୍‌ ଋତୁରେ ଅଗ୍ନିଶମ କର୍ମଚାରୀ ଓ ପୋଲିସ ମୁତୟନ ନ ଥିବାରୁ ପ୍ରତିବର୍ଷ ଏହି କୁଣ୍ଡରେ ପଡ଼ି ଅନେକ ଜୀବନହାନି ଘଟୁଛି। ଏଥିପ୍ରତି ସରକାର ପ୍ରାଥମିକତା ଦେବାକୁ ଦାବି ହୋଇଛି। ଜିଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ କହିଛନ୍ତି, ଏହାର ଉନ୍ନତି ପାଇଁ ଉଦ୍ୟମ ଜାରି ରହିଛି। ଖୁବ୍‌ଶୀଘ୍ର ରାଜ୍ୟ ସରକାର ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟସ୍ଥଳୀ ଭୀମକୁଣ୍ଡକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହରରାଓଙ୍କ ଘରେ ଏହି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ବ୍ରାହ୍ମଣୀଗାଁ ଥାନାରେ ଯୋଗ ଦେଲେ ନୂଆ ଆଇଆଇସି, କହିଲେ ଆପରାଧିକ ନିୟନ୍ତ୍ରଣ ତାଙ୍କ ପାଇଁ…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ନୂଆ ଆଇଆଇସି ଭାବେ ବିଜୟ କୁମାର ହାଇବୁରୁ ଗୁରୁବାର ବିଳମ୍ବିତ ରାତିରେ ଯୋଗଦାନ କରିଛନ୍ତି।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri