ଅନାହାରରେ ଅସହାୟ ବୃଦ୍ଧ ଦମ୍ପତି ସାହି ପଡିଶାଙ୍କ ଭରସାରେ ବିତୁଛି ଦିନ

ତେଲକୋଇ,୨୮।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଶିବନାରାୟଣପୁର ଗୋଡା ପଞ୍ଚୟତ ଅଧୀନ ଗୁଣ୍ଡୁରୁ ଗ୍ରାମରେ ଭୂୟାଁ ଜନଜାତିର ଏକ ଅସହାୟ ବୃଦ୍ଧ ଦମ୍ପତି ଏବେ ଭୋକ ଉପାସରେ ଦିନ ବିତାଉଛନ୍ତି। ଗ୍ରାମର ଲୋକେ ମୁଠେ ଦେଲେ ପେଟକୁ ଦାନା ଯାଉଛି । ସମ୍ପତି ବାଡି ନ ଥିବା ଏହି ବୃଦ୍ଧ ଦମ୍ପତି ଗୋପୀନାଥ ପଧାନ(୭୫)ଏବଂ ତାଙ୍କ ସ୍ତ୍ରୀ ବଗୁଲି ପଧାନ(୬୫) ଙ୍କର ୨ ପୁଅ ଥିଲେ। ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଦାଦନ ଖଟିବାକୁ ଯାଇ ଫେରିନାହାନ୍ତି । ଏପରିସ୍ଥଳେ ଅସହାୟ ଦମ୍ପତି ପୁଅଙ୍କ ଫେରିବା ବାଟକୁ ଚାହିଁ ଆଖିରୁ ଲୁହ ଗଡାଇ ଭୋକ ଉପାସରେ ଦିନ ବିତାଉଛନ୍ତି। ସରକାର ଗରିବ ଲୋକଙ୍କ ଲାଗି ବିଭିନ୍ନ ଯୋଜନା କରୁଥିବା ବେଳେ ଏହି ଦମ୍ପତିଙ୍କ ଲାଗି ତାହା ସାତ ସପନ ପାଳଟିଛି।
ଶିବନାରାୟଣପୁର ଗୋଡା ପଞ୍ଚାୟତ ଅଧୀନ ଗୁଣ୍ଡୁରୁ ଗ୍ରାମରେ ୨୦ରୁ ଊର୍ଦ୍ଧ୍ୱ ଭୂୟାଁ ଜନଜାତିର ପରିବାର ବସବାସ କରୁଛନ୍ତି। ଅଧିକାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଏଯାଏ ଗାଁକୁ ବିକାଶର ଧାରା ଛୁଇଁନାହିଁ । ବୃଦ୍ଧ ଦମ୍ପତି ଗୋପୀନାଥ ଏବଂ ବଗୁଲିଙ୍କର କୌଣସି ଜମିବାଡି ନାହିଁ ା ଏଥିଲାଗି ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳି ପାରି ନାହିଁ। ସେମାନେ ସରକାରୀ ଯୋଜନାରେ ଇନ୍ଦିରା ଆବାସ ଏବଂ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଆବେଦନ କରି ନିରାଶ ହେବା ପରେ ଏବେ ଭାଗ୍ୟକୁ ଆଦରି ନିଜ ଭଙ୍ଗା କୁଡିଆ ଘରେ ପଡିରହିଛନ୍ତି । ଆଗରୁ ମୂଲମଜୁରି ଲାଗି ପେଟ ପୋଷୁଥିଲେ। ବଳ ବୟସ ହଟିବାରୁ ଆଉ କାମଧନ୍ଦା କରି ପାରୁ ନାହାନ୍ତି। ଦାଦନ ଖଟିବାକୁ ଯାଇଥିବା ପୁଅ ଘରକୁ ଫେରି ନ ଥିବାରୁ ଏହା ସେମାନଙ୍କ ଦୁଃଖକୁ ବହୁଗୁଣିତ କରିଛି। ଏପରିସ୍ଥଳେ ଗ୍ରାମବାସୀଙ୍କ ସହାୟତା ସେମାନଙ୍କ ଲାଗି ସାହା ଭରସା ପାଲଟିଛି। ସରକାରୀ ଯୋଜନା କିଭଳି ତଳସ୍ତରରେ ଅବହେଳିତ ଓ ଉପେକ୍ଷିତ ଲୋକଙ୍କ ପାଖରେ ପହଞ୍ଚୁ ନାହିଁ ଏହି ଦମ୍ପତି ତାହାର ଉଦାହରଣ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଶିରପାଣି ପଧାନଙ୍କୁ ପଚାରିବାରୁ କହିଛନ୍ତି, ଗୋପୀନାଥ ଓ ବଗୁଲିଙ୍କୁ ଭତ୍ତା ଯୋଗାଇ ଦେବା ଲାଗି ଯୋଜନା କରାଯାଇଛି। ସେମାନଙ୍କର ଜମିପଟ୍ଟା ନ ଥିବାରୁ ଇନ୍ଦିରା ଆବାସ ମିଳିବାରେ ସମସ୍ୟା ସୃଷ୍ଟି ହୋଇଛି । ଏସମ୍ପର୍କରେ ବିିଡିଓ ଦିଲୀପ କୁମାର ବାରାଙ୍କୁ ପଚାରିବାରୁ ସଂପୃକ୍ତ ପଞ୍ଚାୟତର ଗ୍ରାମସେବକ ଦ୍ୱାରା ବୃଦ୍ଧ ଦମ୍ପତିଙ୍କ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri