ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଠିକା କର୍ମଚାରୀଙ୍କ ଧାରଣା: ପୁରୀ ମେଡିକାଲରେ ଅଚଳାବସ୍ଥା ଜାରି

ପୁରୀ ଅଫିସ,୨୭।୧୧: ୮ ମାସର ବକେୟା ଦରମା ପ୍ରଦାନ ଦାବିରେ ମେଡିକାଲ ଠିକା କର୍ମଚାରୀ ସଂଘ ପକ୍ଷରୁ ବୁଧବାର ମେଡିକାଲ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ ଅନିଦ୍ଧିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ସଂଘ ସଭାପତି ଶରତ ରାୟଗୁରୁ କହିଛନ୍ତି।

ସଂଘ ସମ୍ପାଦକ ଅନିଲ ମୁଦୁଲିଙ୍କ କହିବାନୁଯାୟୀ, ମେଡିକାଲ ଜେଡ୍‌ଏସ୍‌ଏସ୍‌ ଏବଂ ଆଉଟ୍‌ ସୋରସିଂ ଅଧୀନରେ ୧୧୦ଜଣ ଠିକା କର୍ମଚାରୀ କାମ କରୁଛନ୍ତି। ଦରମା ପ୍ରଦାନ ଦାବିରେ ସିଡିଏମ୍‌ଓଙ୍କଠାରୁ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ପ୍ରତିଶ୍ରୁତି ବ୍ୟତିତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ନିକଟରେ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତଙ୍କୁ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦିଆଯାଇଥିଲା। ସେହିଭଳି ସିଡିଏମ୍‌ଓ ନୀଳକଣ୍ଠ ମିଶ୍ର କୁହନ୍ତି, ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି। ଅପରପକ୍ଷେ ଠିକା କର୍ମଚାରୀଙ୍କ ଧାରଣା ଯୋଗୁ ମେଡିକାଲରେ ଅଚଳାବସ୍ଥା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ନିଶାରେ ଅଜା ଘରେ ନିଆଁ ଲଗାଇଦେଲେ ନାତି

ନୀଳଗିରି,୨ା୧(ପ୍ରଶାନ୍ତ କୁମାର ବିଶ୍ବାଳ): ଅଜା ଘରେ ନିଆଁ ଲଗାଇଦେଲେ ନାତି। ଜଳିଗଲା ୩ ବଖରା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ଏନଏସି ଅଧୀନ...

୮ ଆଇଇଡି ବୋମା ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି,୨ା୧(ଦୁର୍ଯ୍ୟୋଧନ ପାତ୍ର)-ବିଜାପୁରରେ ମାଓବାଦୀମାନେ ଖଞ୍ଜିଥିବା ୮ ଆଇଇଡି ବୋମାକୁ ଯବାନମାନେ ନିଷ୍କ୍ରିୟ କରିଛନ୍ତି । ଛତିଶଗଡ ବାସାଗୁଡ଼ା ଥାନା ଅନ୍ତର୍ଗତ ତିମାପୁର ଅଞ୍ଚଳରେ କୋବ୍ରା ଯବାନମାନେ...

ଘନ କୁହୁଡ଼ି ନେଇ ଏହି ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୩ା୧: ନୂଆ ବର୍ଷ ଆରମ୍ଭରୁ ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଗୁରୁବାର ରାଜ୍ୟର ଏକାଧିକ ସ୍ଥାନରେ ୧୦ ଡିଗ୍ରୀ ସେଲସିୟସ୍‌ କିମ୍ବା ଏହାଠାରୁ କମ୍‌...

ପିକ୍‌ନିକ୍‌ କରିବାକୁ ଯାଇଥିଲେ: ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

ବୋରିଗୁମ୍ମା,୨ା୧(ବିଜୟ ସାହୁ)- ବୋରିଗୁମ୍ମା ବ୍ଲକ୍‌ ଅନ୍ତର୍ଗତ ବିସିଂପୁର ଥାନା ଅଧୀନ ନକୁଳଗୁଡ଼ା ଗ୍ରାମରେ ନୂତନ ବର୍ଷରେ ପିକ୍‌ନିକ୍‌ ପାଇଁ ଯାଇଥିବା ଜଣେ ଯୁବକଙ୍କୁ ତାଙ୍କ ସାଙ୍ଗମାନେ...

ଜନ୍ମ ପ୍ରମାଣ ପତ୍ର କରିବାକୁ ଲାଞ୍ଚ ନେଉଥିଲେ ସୁପର ଭାଇଜର, ଧରିଲା ଭିଜିଲାନ୍ସ

ଥୁଆମୂଳ ରାମପୁର,୨ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମହୁଲପାଟଣା ସ୍ବାସ୍ଥ୍ୟ ଉପକେନ୍ଦ୍ର ହେଲ୍ଥ ୱାର୍କର ଓ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ...

କୁକୁଡ଼ାଫାର୍ମ ଛାତରୁ ଖସି ଶ୍ରମିକ ମୃତ

ଦିଗପହଣ୍ଡି,୨।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା କଇଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମ ନିକଟରେ ଥିବା କୁକୁଡ଼ା ଫାର୍ମ ଛାତରୁ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା...

ବିଦ୍ୟୁତ ତାର ସଂସ୍ପର୍ଶରେ ହାତୀ ମୃତ

ଦିଗପହଣ୍ଡି,୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ ପାଟପୁର ସେକ୍ସନ ଗଙ୍ଗାପୁର ପଞ୍ଚାୟତ ପ୍ରଥମ ଢେପାଗୁଡ଼ା ଗାଁ ନିକଟ ଆଖୁବାଡରେ ଖଞ୍ଜା...

ଆମ କାର୍ଯ୍ୟଶୈଳୀ ବିରୋଧୀଙ୍କୁ ତୃଣମୂଳ ସ୍ତରକୁ ଯିବାକୁ ବାଧ୍ୟ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୧: ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ମଞ୍ଚରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ”ଦିନେ ଯେଉଁମାନେ ସାଧାରଣ ଲୋକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri