ଅନିଶ୍ଚିତତାରେ କନିଆଁନୁକା ନାଳ କଲଭର୍ଟ ନିର୍ମାଣ: କଷ୍ଟ ଭୋଗୁଛନ୍ତି ୱାର୍ଡବାସୀ, ଯାତ୍ରୀ

ଚମ୍ପୁଆ, ୫ା୧(ଡି.ଏନ୍‌.ଏ.)- ଚମ୍ପୁଆ ଏନଏସି ଗଠନ ହେବାର ୫ ବର୍ଷ ପୂରିବାକୁ ଆଉ ଅଳ୍ପ କିଛି ମାସ ବାକି ରହିଥିବା ବେଳେ ୱାର୍ଡବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ବାରମ୍ବାର ୱାର୍ଡବାସୀ ଏନଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଏଥିପ୍ରତି ଧ୍ୟାନ ଦିଆଯାଇ ନ ଥିବାରୁ ସାଧାରଣ ଜନତାଠୁ ଆରମ୍ଭ କରି ଉକ୍ତ ରାସ୍ତା ଦେଇ ଯାଉଥିବା ପଥଚାରୀମାନେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଗ୍ରାମବାସୀ ଉକ୍ତ ନାଳ ଉପରେ ମାଟି ପକାଇ ସମତୁଲ କରି ଯାଆସ କରୁଛନ୍ତି। ମାତ୍ର ଗାଡିଗୁଡିକ ଅଧିକ ଚାଲିବାରୁ ତାହା ପୂର୍ବ ଅବସ୍ଥାକୁ ଫେରି ଯାଉଛି। ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଚମ୍ପୁଆ ଗୋଧୂଳି ରାସ୍ତାର କନିଆଁନୁକା ନାଳ ଉପରେ ନିର୍ମାଣ ପାଇଁ ଦାବି କରାଯାଉଥିବା କଲଭର୍ଟ।
ସୂଚନା ଅନୁସାରେ ଚମ୍ପୁଆ ଏନଏସିର ୧ନଂ. ୱାର୍ଡ ଏନଏସି ମୁଖ୍ୟାଳୟଠାରୁ ୩ କି.ମି. ଦୂରରେ ଅବସ୍ଥିତ। ଏହି ୱାର୍ଡକୁ ମୌଲାନାଗୋଡା ଛକଠାରୁ ଗୋଧୂଳି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସଂଯୋଗ କରାଯାଇଛି। ଏହି ରାସ୍ତାର ଭାଲିଆଢିପାଠାରେ ଏକ ବଡ଼ନାଳ ପଡୁଥିବା ବେଳେ ଗୋଧୂଳି ଗାଁକୁ ଲାଗି କନିଆଁନୁକା ନାଳ ରହିଛି। ଏହି ନାଳ ଦେଇ ଖରା ଓ ଶୀତ ଦିନରେ ଲୋକମାନେ ଯେନତେନ ପ୍ରକାରେ ଯିବା ଆସିବା କରୁଥିଲେ ମଧ୍ୟ ବର୍ଷା ଓ ଅନ୍ୟ ଦିନମାନଙ୍କରେ ଏହି ନାଳ ଦେଇ ଯାତାୟାତ କରିବା ପ୍ରାୟତଃ କଷ୍ଟକର ହୋଇପଡ଼େ। ଗୋଧୂଳି ଗାଁରୁ ଛାତ୍ରୀଛାତ୍ରମାନେ ସାଇକେଲ ମାଧ୍ୟମରେ ପାଠ ପଢିବା ପାଇଁ ଚମ୍ପୁଆ ଆସୁଥିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ଏହି ଗାଁକୁ ଲାଗି ପଡ଼ୋଶୀ ଝାଡ଼ଖଣ୍ଡକୁ ଯିବାଲାଗି ରାସ୍ତା ରହିଥିବାରୁ ଉକ୍ତ ଅଞ୍ଚଳରୁ ମଧ୍ୟ ଦିନରାତି ଶହଶହ ବାଇକ ଓ ଛୋଟ ଛୋଟ ଗାଡ଼ି ଯିବା ଆସିବା କରନ୍ତି। ଏହାକୁ ଆଖିରେ ରଖି ଏହି କନିଆଁନୁକା ନାଳ ଉପରେ କଲଭର୍ଟ ନିର୍ମାଣ କରିବା ପାଇଁ ଗୋଧୂଳିବାସୀ ବାରମ୍ବାର ଦାବି କରିଆସୁଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ କଲଭର୍ଟ ନିର୍ମାଣ କରାଯାଇପାରିଲା ନାହିଁ। କିଛି ଦିନ ପୂର୍ବରୁ ଉଭୟ ଗୋଧୂଳି ଓ ଭାଲିଆଢିପା ଗ୍ରାମବାସୀ ଅସନ୍ତୋଷକୁ ତୀବ୍ର କରିବାରୁ ଉକ୍ତ ନାଳ ନିକଟରେ କିଛି ହ୍ୟୁମ ପାଇପ୍‌ ୩ ମାସ ହେବ ପଡ଼ି ରହିଛି। କିଏ ଓ କାହିଁକି ଏହି ପାଇପ୍‌ ଏଠାରେ ପକାଇଛି ତାହା ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଲୋଙ୍କୁ ମଧ୍ୟ ଜଣାନାହିଁ। ଏହି ସମସ୍ୟାକୁ ଗ୍ରାମବାସୀ କାହାକୁ ଦୋଷ ଦେବେ ତାହା ଏବେ ଦ୍ୱନ୍ଦାତ୍ମକ ପରିସ୍ଥିତି ସୃଷ୍ଟି କରିଛି। ତୁରନ୍ତ ଏହି ନାଳ ଉପରେ ଯାତାୟାତ ପାଇଁ କଲଭର୍ଟ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ସବ୍ୟ-ଅର୍ଚ୍ଚିତାଙ୍କ ଘରକୁ ଆସିବେ କୁନି ଅତିଥି, ସୋସିଆଲ ମିିଡିଆରେ ସେୟାର କଲେ ଭିଡ଼ିଓ

ଭୁବନେଶ୍ବର,୧୪।୧୨: ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ଘରକୁ କୁନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri