Posted inରାଜ୍ୟ

ଅନିଶ୍ଚିତତାରେ ପୌର ନିର୍ବାଚନ: ସମସ୍ୟାରେ ଘାଣ୍ଟି ହେଉଛନ୍ତି ସହରବାସୀ

ଭୁବନେଶ୍ୱର (ବ୍ୟୁରୋ)/ କଟକ ଅଫିସ୍‌, ୬ା୬: ବାତ୍ୟା ଫନୀକୁ ମାସେ ବିତିଗଲାଣି। ବ୍ୟାପକ କ୍ଷତି ଘଟାଇଥିବା ପୁରୀ, କଟକ, ଖୋର୍ଦ୍ଧା ଜିଲାର ପୌର ସଂସ୍ଥାଗୁଡିକରେ ବାସ କରୁଥିବା ଲୋକମାନଙ୍କର ଦୁର୍ଦ୍ଦଶା କମୁନାହିଁ। ଟିକେ ମୌଳିକ ସୁବିଧା ପାଇବା ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ଗତ ୮ ମାସରୁ ଊର୍ଦ୍ଧ୍ୱ ହେବ ରାଜ୍ୟର ୩ ମହାନଗର ସମେତ ୯୩ ଏନ୍‌ଏସି ଓ ମ୍ୟୁନିସିପାଲିଟିରେ ନିର୍ବାଚନ ହୋଇପାରିନାହିଁ। ସ୍ଥାନ ସଂରକ୍ଷଣକୁ ନେଇ ଉପୁଜିଥିବା ବିବାଦରେ ପୌରସଂସ୍ଥାଗୁଡ଼ିକ ଫସିଯାଇଛନ୍ତି । କେବେ ସୁଦ୍ଧା ନିର୍ବାଚନ ହେବ ସେ ନେଇ ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ। କାଉନସିଲ ଓ କର୍ପୋରେଶନଗୁଡିକର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ପ୍ରଶାସନିକ ଅଧିକାରୀମାନଙ୍କ ଉପରେ ସରକାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଜଣେ ପ୍ରଶାସନିକ ଅଧିକାରୀଙ୍କ ଉପରେ ଏକାଧିକ ଦାୟିତ୍ୱ ରହିଥିବାରୁ ଲୋକମାନଙ୍କ ସମସ୍ୟା ବୁଝିବାକୁ ସେମାନଙ୍କ ପାଖରେ ବେଳ ନାହିଁ। ଫଳରେ ବର୍ଜ୍ୟବସ୍ତୁ ପରିଚାଳନା, ପାନୀୟ ଜଳ ଯୋଗାଣ, ରାସ୍ତା ପାର୍ଶ୍ୱ ଆଲୋକୀକରଣ, ଡ୍ରେନ୍‌ ସଫେଇ ଭଳି ମୌଳିକ କାର୍ଯ୍ୟ ସୁଚାରୁ ରୂପେ କରାଯାଇପାରୁନାହିଁ। ବିଭିନ୍ନ ସମସ୍ୟା ସମାଧାନ କରିବା ଦିଗରେ ସହରବାସୀ ମୁଖ୍ୟତଃ ନିଜ ଓ୍ବାର୍ଡ୍‌ର ଜନପ୍ରତିନିଧିମାନଙ୍କ ଉପରେ ନିର୍ଭର କରିଥାଆନ୍ତି। ଲୋକମାନଙ୍କର ସେମାନଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ରହିଥାଏ। କାଉନସିଲ ଓ କର୍ପୋରେଶନ କାର୍ଯ୍ୟକାଳ ଶେଷ ହୋଇ ଯାଇଥିବାରୁ ସମସ୍ୟା ସମାଧାନ କରିବା ଦିଗରେ ଜନ ପ୍ରତିନିଧିମାନେ ସେଭଳି ଆଗ୍ରହ ଦେଖାଉ ନାହାନ୍ତି। କର୍ମଚାରୀ ଅଭାବ ଆଳ ଦେଖାଇ ପୌର ପ୍ରଶାସକମାନେ ମଧ୍ୟ ଦାୟିତ୍ୱରୁ ନିଜକୁ ଦୂରେଇ ରଖୁଛନ୍ତି। ବାତ୍ୟା ବିତିବାର ମାସକ ପରେ କୁଢ କୁଢ ବର୍ଜ୍ୟବସ୍ତୁ ଦୀର୍ଘ ଦିନ ହେବ ବିଭିନ୍ନ ଓ୍ବାର୍ଡରେ ପଡି ରହିଛି। ଏଥିଯୋଗୁ ପରିବେଶ ମଧ୍ୟ ବିଗିଡିବାରେ ଲାଗିଛି। ଜନପ୍ରତିନିଧିଙ୍କ ନିକଟରେ ନିଜର ସମସ୍ୟା ଉପସ୍ଥାପନ କରୁଥିବା ସାଧାରଣ ଲୋକେ ଏବେ ଏକ ପ୍ରକାର ଅସହାୟ ହୋଇପଡିଛନ୍ତି। ବିଶେଷ କରି ପୁରୀ, ଖୋର୍ଦ୍ଧା ଓ କଟକ ଜିଲାରେ ଥିବା ପୌରସଂସ୍ଥାଗୁଡ଼ିକ ବାତ୍ୟା ଯୋଗୁ ଅଧିକ ପ୍ରଭାବିତ ହୋଇଛି। ଆଉ ଦିନ କେଇଟା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିବ। ଏ ପର୍ଯ୍ୟନ୍ତ ଡ୍ରେନ ସଫା କାର୍ଯ୍ୟ ଶେଷ ହୋଇ ପାରି ନ ଥିବାରୁ ସମସ୍ୟା ଆହୁରି ଜଟିଳ ହେବା ନେଇ ଜଳଜଳ ଦିଶିଲାଣି। ସହର ପୁନଃ ବିଦ୍ୟୁତୀକରଣ ଏବେ ବି ଅସଜଡା ହୋଇ ରହିଛି। କେତେକ ମୁଖ୍ୟ ରାସ୍ତାକୁ ବାଦ୍‌ ଦେଲେ ସହରର ପ୍ରାୟ ଅଧିକାଂଶ ଓ୍ବାର୍ଡରେ କିଟି କିଟି ଅନ୍ଧକାର। ଷ୍ଟ୍ରିଟ୍‌ଲାଇଟ୍‌ ନ ଥିବାରୁ ଚୋରି, ଡକାୟତି ଭଳି ଅସାମାଜିକ କାର୍ଯ୍ୟକଳାପ ବଢିଚାଲିଛି। ଏଭଳି ସହରବାସୀ କେବଳ ଭଗବାନ ଉପରେ ଭରସା କରି ରହିଛନ୍ତି।
ଅନ୍ୟପକ୍ଷରେ ପୌର ନିର୍ବାଚନକୁ ନେଇ ରାଜ୍ୟ ସରକାର ହରଡ଼ଘଣାରେ ପଡିଛନ୍ତି। କୌଣସି ପରିସ୍ଥିତିରେ ପୌର ପରିଷଦ କିମ୍ବା ମହାନଗର ନିଗମରେ ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ରାୟ ଦେଇଥିଲେ। ଏହାସତ୍ତ୍ୱେ ରାଜ୍ୟର ୫୫ ପୌରସଂସ୍ଥାରେ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ରହିଛି। କାର୍ଯ୍ୟକାଳ ଶେଷ ହୋଇଥିବା ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସମେତ ୯୩ ଏନ୍‌ଏସି ଓ

ମ୍ୟୁନିସିପାଲିଟିରେ ନିର୍ବାଚନ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଥିଲେ। ସେଥିପାଇଁ ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ ସଂରକ୍ଷଣ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଥିଲା। ଏ ନେଇ ୨୦୧୮ ଫେବୃୟାରୀ ୧୫ରେ ବିଜ୍ଞାପନ ପ୍ରକାଶ ପାଇଥିଲା। ଏପ୍ରିଲ ୩୦ ତାରିଖ ସୁଦ୍ଧା ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରାଯାଇଥାନ୍ତା। ମାତ୍ର ହାଇକୋର୍ଟଙ୍କ ରହିତାଦେଶ ଯୋଗୁ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ। ଏହାପରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିଶନ ଦାଖଲ କରିଥିଲେ। ସୁପ୍ରିମକୋର୍ଟ ୨୦୧୯ ଜାନୁୟାରୀ ୨୪ ତାରିଖରେ ଏହାକୁ ଖାରଜ କରିଦେଇଥିଲେ। ରାଜ୍ୟ ସରକାରଙ୍କ ନିକଟରେ ପୌର ଆଇନ ସଂଶୋଧନ କରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ। ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆସନ୍ତା ବିଧାନସଭାରେ ସଂଶୋଧନ ବିଲ୍‌ ଆଗତ କରିବା ପାଇଁ ପ୍ରସ୍ତୁତ ଚଳାଇଛି। ସଂଶୋଧିତ ବିଲ୍‌ ପାରିତ ହେବା ପରେ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହେବ। ଏ ସମ୍ପର୍କରେ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ (ପୌର ପ୍ରଶାସନ) ସଂଗ୍ରାମଜିତ୍‌ ନାୟକ କହିଛନ୍ତି ଯେ, ଆସନ୍ତା ବିଧାନସଭାରେ ଓଡ଼ିଶା ପୌର ନିର୍ବାଚନ ସଂଶୋଧନ ବିଲ୍‌ ଆଗତ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି। ବିଧାନସଭାରେ ବିଲ୍‌ ପାରିତ ହେବା ପରେ ଖୁବ୍‌ଶୀଘ୍ର ନିର୍ବାଚନ କରାଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ନିର୍ବାଚନ ବିଳମ୍ବ ଓ ପୌରସଂସ୍ଥାଗୁଡ଼ିକରେ ଦେଖାଦେଇଥିବା ପ୍ରଶାସନିକ ସ୍ଥାଣୁତାକୁ ନେଇ ପୂର୍ବଚନ କର୍ପୋରେଟରମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜନସାଧାରଣଙ୍କୁ ପୌର ସେବା ଠିକ୍‌ ସମୟରେ ମିଳିପାରୁନାହିଁ। ସମସ୍ୟାଗୁଡ଼ିକୁ ସମାଧାନ କରିବା ଦିଗରେ ଯଥେଷ୍ଟ ବିଳମ୍ବ ହେଉଥିବା କହିଛନ୍ତି। ଭୁବନେଶ୍ୱର ମହାନଗର ନିଗମର ଓ୍ବାର୍ଡ ନଂ.୩୫ର ପୂର୍ବତନ କର୍ପୋରେଟର ମହାମାୟା ସ୍ବାଇଁ କହିଛନ୍ତି ଯେ, ବାତ୍ୟା ପରେ ସହରରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। କର୍ପୋରେଶନ କାର୍ଯ୍ୟକାଳ ଶେଷ ହେବା ପରଠାରୁ ଆମେମାନେ ପ୍ରତ୍ୟକ୍ଷ ଭାବେ ସମସ୍ୟା ସମାଧାନ ଦିଗରେ ଦାୟିତ୍ୱ ତୁଲାଇପାରୁନାହୁଁ। ଲୋକମାନଙ୍କ ସମସ୍ୟା କର୍ପୋରେଶନ ବୈଠକରେ ଆଲୋଚନା କରାଯାଇ ସମାଧାନ ହେଉଥିଲା, ବର୍ତ୍ତମାନ ତାହା ସମ୍ଭବ ହେଉନାହିଁ। ଓ୍ବାର୍ଡ ନଂ. ୩୬ର ପୂର୍ବତନ କର୍ପୋରେଟର ନରେନ କୁମାର ସାହୁ କହିଛନ୍ତି ଯେ, କର୍ପୋରେଶନ କାର୍ଯ୍ୟକାଳ ଶେଷ ହେବା ପରେ ସମସ୍ୟା ବଢିଛି। ବାତ୍ୟା ପରେ ଏହା ଆହୁରି ଅଧିକ ହୋଇଛି। ଓ୍ବାର୍ଡଗୁଡ଼ିକରେ ଷ୍ଟ୍ରିଟ୍‌ଲାଇଟ ଏପର୍ଯ୍ୟନ୍ତ ଲାଗିପାରିନାହିଁ। ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସେହିପରି ଓ୍ବାର୍ଡ ନଂ. ୧୨ର ପୂର୍ବତନ କର୍ପୋରେଟର ସଞ୍ଜୟ କୁମାର ସେଠୀ କହିଛନ୍ତି ଯେ, ଲୋକମାନଙ୍କ ସମସ୍ୟା ଜଣାଇବା ପାଇଁ ଆମ ପାଖରେ କୌଣସି ଫୋରମ ନାହିଁ। କେତେକ ପ୍ରଶାସନିକ ଅଧିକାରୀଙ୍କୁ ଖୋସାମତ କରି ଓ୍ବାର୍ଡରେ କିଛିଟା କାର୍ଯ୍ୟ କରୁଛୁ। ଲୋକମାନଙ୍କର ମୌଳିକ ସମସ୍ୟା ଦୂର କରିବା ସମ୍ଭବ ହେଉନାହିଁ। ଯଥାଶୀଘ୍ର ନିର୍ବାଚନ କରାଯାଇପାରିଲେ ସହରର ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ କରାଯାଇପାରିବ।
ସେହିପରି କଟକ ମହାନଗର ନିଗମ (ସିଏମସି) କର୍ପୋରେଶନ କାର୍ଯ୍ୟକାଳ ଶେଷ ହେବାକୁ ଇତିମଧ୍ୟରେ ୩ ମାସ ୨୩ ଦିନ ବିତିଛି। ସିଏମ୍‌ସିର ପ୍ରଶାସନିକ ଦାୟିତ୍ୱ ନେଇଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି ଅନିଲ କୁମାର ସାମଲ। ସିଏମ୍‌ସି କର୍ପୋରେଶନର କାର୍ଯ୍ୟକାଳ ଶେଷ ହେବା ପରଠାରୁ ପୌରସେବା ଠପ୍‌ ହୋଇଯାଇଥିବା ସହରବାସୀ ଅଭିଯୋଗ କରିଛନ୍ତି। ସହରର ବିଭିନ୍ନ ୱାର୍ଡରେ ଡ୍ରେନେଜ ସଫେଇ ହେଉ ନ ଥିବାରୁ ଆବର୍ଜନା ଭର୍ତ୍ତି ହୋଇ ବିଭିନ୍ନ ଜାଗାରେ ପାଣି ଜମିରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିବା ବରିଷ୍ଠ ନାଗରିକ ଜଗମୋହନ ମହାନ୍ତି କହିଛନ୍ତି।
ଅସରାଏ ବର୍ଷାରେ କଟକ ସହର ଜଳବନ୍ଦୀ ହୋଇଥାଏ। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହି ସମସ୍ୟାରୁ ସହରବାସୀଙ୍କୁ ମୁକ୍ତି ମିଳୁନାହିଁ। ଖୁବ୍‌ଶୀଘ୍ର ମୌସୁମୀ ଆସିବ। ତେଣୁ ଜଳବନ୍ଦୀ ସମସ୍ୟାକୁ ନେଇ ସହରବାସୀ ଏବେଠୁ ଚିନ୍ତାରେ ପଡ଼ିଥିବା କହିଛନ୍ତି ଯୁବକ କାର୍ତ୍ତିକ ବେହେରା। ବର୍ତ୍ତମାନ ସଙ୍ଗିନ ସମୟରେ ସିଏମ୍‌ସି ଏକପ୍ରକାର ମୁରବୀବିହୀନ ହୋଇଯାଇଛି। ପ୍ରଶାସନ ଲୋକଙ୍କ ପାଖକୁ ଯାଇପାରୁନାହିଁ, ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଫନୀ ବାତ୍ୟା ସମୟରେ। ସିଏମ୍‌ସି ବାତ୍ୟାକୁ ମୁକାବିଲା କରିବା ପାଇ ପ୍ରସ୍ତୁତ ଥିବା ଡିଣ୍ଡିମ ପିଟିଥିଲା। କିନ୍ତୁ ବାସ୍ତବରେ ସହରବାସୀ ଗୁରୁତର ଭାବେ ଦୁର୍ଦ୍ଦଶା ଭୋଗିଲେ ବୋଲି କହିଛନ୍ତି ବସ୍ତିନେତା ବୃନ୍ଦାବନ ଦାସ ଆଜାଦ୍‌। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜଳବନ୍ଦୀ ସମସ୍ୟାରୁ କିପରି ମୁକ୍ତି ମିଳିପାରିବ ସେ ନେଇ ବାରମ୍ବାର ବୈଠକ ବସିଥିଲେ ମଧ୍ୟ ଏବେ ବି ସହରରେ ଡ୍ରେନେଜ ସଫେଇ କାର୍ଯ୍ୟ ସରିପାରିନାହିଁ। ଏହି ସମୟ ମଧ୍ୟରେ ସିଏମ୍‌ସି ପ୍ରଶାସନିକ ଅଧିକାରୀ ତଥା କେନ୍ଦ୍ରାଞ୍ଚଳ ଆରଡିସି ସାମଲଙ୍କ ଅଧ୍ୟକ୍ଷତାରେ ଜାଇକା ଏବଂ ସିଏମସି ଅଧିକାରୀଙ୍କ ସହ ବୈଠକ ହୋଇଥିଲା। ଜୁନ ୫ ସୁଦ୍ଧା ସହରର ସମସ୍ତ କାମ ସାରିବାକୁ କହିଥିଲେ। ବୁଧବାର ଆର୍‌ଡିସି ଦେଇଥିବା ଡେଡ୍‌ଲାଇନ ପୂରିଛି। କିନ୍ତୁ ଏବେବି ଅଧିକାଂଶ ସ୍ଥାନରେ ସଫେଇ ହୋଇନାହିଁ। ଉଦାହରଣ ଭାବେ ଲିଙ୍କ୍‌ରୋଡ-ବାଦାମବାଡ଼ି ରାସ୍ତାକୁ ଦେଖିଲେ ଜଣାପଡ଼ୁଛି। ପୂର୍ବତନ କର୍ପୋରେଟର ଗିରିବାଳା ବେହେରା କହିଛନ୍ତି, ସହରରେ କୋଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନାହିଁ। ଫନୀରେ ଲୋକଙ୍କୁ ସହଯୋଗ କରିବାରେ ପ୍ରଶାସନ ବିଫଳ ହୋଇଛି। ଲୋକେ ନିଜ ଉଦ୍ୟମରେ ବିପର୍ଯ୍ୟୟର ମୁକାବିଲା କରୁଛନ୍ତି। ପାଣି, ଆଲୋକୀକରଣ, ଆବର୍ଜନା ଉଠାଇବା, ଡ୍ରେନେଜ ସଫେଇ ପ୍ରଶାସନ କରିପାରୁନାହିଁ। ବୈଠକ ହେଉଛି କିନ୍ତୁ ଫଳାଫଳ ଶୂନ୍ୟ। ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ କହିଛନ୍ତି, ଜନପ୍ରତିନିଧି ନ ଥିବାରୁ ଯେଉଁ ସ୍ପିଡ୍‌ରେ କାମ ହେବା କଥା ସେହି ହାରରେ କାମ ହେଉନାହିଁ।
ହାଇକୋର୍ଟ ଆଡଭୋକେଟ ଅଶ୍ୱିନୀ ଦାସ କୁହନ୍ତି, ରାଜ୍ୟରେ ଗତ ସେପ୍ଟେମ୍ବର ୨୯ ତାରିଖରୁ ପୌର ପରିଷଦ ଭଙ୍ଗ ହେଲାଣି। ମ୍ୟୁନିସିପାଲିଟି ଆଇନ କହୁଛି ପୌର ପରିଷଦ ଭଙ୍ଗାଯିବାର ୬ ମାସ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବା କଥା। କିନ୍ତୁ ଇତିମଧ୍ୟରେ ୯ ମାସ ବିତିଲାଣି। ନିର୍ବାଚନ ଘୁଞ୍ଚାଇବା ପାଇଁ ସରକାର ଅଧ୍ୟାଦେଶ ମଧ୍ୟ ଆଣିନାହାନ୍ତି। ତେଣୁ ଏଭଳି ସ୍ଥିତିରେ ଏହା ଏକ ଆଇନଗତ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଦାସ କହିଛନ୍ତି। ଆଡଭୋକେଟ କ୍ଷୀରୋଦ ରାଉତ କୁହନ୍ତି, ସ୍ବାୟତ୍ତ ଶାସନର ଅର୍ଥ ହେଉଛି ଲୋକଙ୍କ ହାତରେ ଶାସନର ଡୋର। କିନ୍ତୁ ଏବେ ସିଏମ୍‌ସିରେ ଶାସନର ଡୋର ଅଧିକାରୀଙ୍କ ହାତରେ। ଏହା ସ୍ବାୟତ୍ତ ଶାସନ ଆଇନକୁ ଉପହାସ ବୋଲି ରାଉତ କହିଛନ୍ତି। ସିଏମ୍‌ସି କମିଶନର ଶରତ ନାୟକ କୁହନ୍ତି, ୱାନ ମ୍ୟାନ କାଉନସିଲ୍‌ ହେବା ପରଠାରୁ ଆକ୍ସନ ପ୍ଲାନ ଅନୁଯାୟୀ କାର୍ଯ୍ୟ କରାଯାଉଛି। ଆଗକୁ ମଧ୍ୟ ସେହିଭଳି କାର୍ଯ୍ୟ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି …

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri