ସାମାନ୍ୟ ବୁଝାମଣା ଅଭାବରୁ ବେଳେବେଳେ ସୁବର୍ଣ୍ଣ ସୁଯୋଗ ହାତଛଡା ହୋଇଯାଇଥାଏ। ପରେ ଏ ନେଇ ଯେତେ ଚିନ୍ତା କଲେ କିଛି ଲାଭ ହୁଏନା। ଦେଖୁନାହାନ୍ତି, ଜାହ୍ନବୀ କପୁର କେମିତି ଏକ ଅଫରକୁ ଏବେ ବି ମନେ ପକାଇ ଅନୁତାପ କରୁଛନ୍ତି। ବଲିଉଡ୍ରେ ଏଣ୍ଟ୍ରି କରିବା ପୂର୍ବରୁ ତାଙ୍କୁ ବିଶିଷ୍ଟ ଅଭିନେତା ମହେଶ ବାବୁଙ୍କ ଅପୋଜିଟ୍ରେ କାଷ୍ଟିଂ କରାଯାଇଥିଲା। ଯେତେବେଳେ ଏ ନେଇ ତାଙ୍କୁ ଯୋଗାଯୋଗ କରାଗଲା ସେ ମନା କରିଦେଇଥିଲେ। ସେତେବେଳେ ପ୍ରଯୋଜନା ସଂସ୍ଥା ମଧ୍ୟ ଜାହ୍ନବୀଙ୍କୁ ନେଇ ଆଉ ଆଗକୁ ଆଗେଇ ନ ଥିଲେ ଏବଂ ତାଙ୍କ ସ୍ଥାନରେ ଆଉ ଜଣେ ଅଭିନେତ୍ରୀଙ୍କୁ ନିଆଯାଇଥିଲା। ଠିକ୍ ସେମିତି ‘ସିମ୍ବା’ର ନାୟିକା ଚୟନ ସମୟରେ ତାଙ୍କୁ ଯୋଗାଯୋଗ କରାଗଲା। ଯଦି ସେ ରାଜି ହୋଇଥାଆନ୍ତେ ତେବେ ରଣବୀର ସିଂଙ୍କ ସହ ସ୍କ୍ରିନ୍ ସେୟାର କରିଥାଆନ୍ତେ। ହେଲେ ଏଭଳି ଅଫରକୁ ମଧ୍ୟ ପ୍ରତ୍ୟାଖାନ କରିଥିଲେ ଶ୍ରୀଦେବୀ ତନୟା। ଶେଷରେ ‘ଧଡକ୍’ ସିନେମାରେ ତାଙ୍କୁ ବ୍ରେକ୍ ମିଳିଥିଲା ଏବଂ ଫିଲ୍ମଟି ଆଶାନୁରୂପ ସଫଳତା ମଧ୍ୟ ପାଇଥିଲା।