ଅନ୍ତର୍ଜାତୀୟ ଫ୍ୟାଶନ କ୍ୟାଲେଣ୍ଡର ‘ମିଲନ ୨୦୨୦’ ଉନ୍ମୋଚିତ

ଭୁବନେଶ୍ୱର, ୨୩ା୨(ବ୍ୟୁରୋ): ଜେଡି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାଶନ ଆଣ୍ଡ୍‌ ଟେକ୍ନୋଲୋଜି ପକ୍ଷରୁ ଅନ୍ତର୍ଜାତୀୟ ଫ୍ୟାଶନ କ୍ୟାଲେଣ୍ଡର ‘ମିଲନ ୨୦୨୦’ ସ୍ଥାନୀୟ ଏକ ହୋଟେଲରେ ଉନ୍ମୋଚିତ ହୋଇଯାଇଛି। ଜେଡି ଇନ୍‌ଷ୍ଟିଚ୍ୟୁଟ୍‌ ଭୁବନେଶ୍ୱରର ବିଶାଲ ସୁବୁଦ୍ଧି ଓ ଶିବଦତ୍ତ ସୁବୁଦ୍ଧି ଯୋଗଦେଇ କ୍ୟାଲେଣ୍ଡର ଉନ୍ମୋଚନ କରିଥିଲେ। ଏହା ପୂର୍ବ ଭାରତର ପ୍ରଥମ ଅନ୍ତର୍ଜାତୀୟ ଫ୍ୟାଶନ କ୍ୟାଲେଣ୍ଡର ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଅନୁଷ୍ଠାନର ୧୦ଜଣ ଛାତ୍ରୀଛାତ୍ର ନୂଆ ଡିଜାଇନ୍‌ର ପୋଷାକ ତିଆରି କରି ତାହାକୁ ଇଟାଲୀର ମିଲନକୁ ପଠାଯାଇଥିଲା। ଇଟାଲୀର ବହୁ ଅନ୍ତର୍ଜାତୀୟ ମଡେଲ ଏହି ଫ୍ୟାଶନ କ୍ୟାଲେଣ୍ଡରର ଫଟୋ ସୁଟ୍‌ ପାଇଁ ଉକ୍ତ ପୋଷାକ ପିନ୍ଧିଥିଲେ। ପରେ ତାହାକୁ ନେଇ କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଥିଲା। ଏହି ପ୍ରୋଜେକ୍ଟରେ କାମ କରିଥିବା ଛାତ୍ରୀଛାତ୍ରମାନେ ହେଲେ ପ୍ରୀତିଲିନା ସାହୁ, ମହେଶ ଦାସ, ପୂଜା ଅଗ୍ରଓ୍ବାଲ, ଲଭ୍‌ଲି ଓ୍ବାଲୋନୀ, ପଦ୍ମିନୀ ବରାଳ, ସାଲିନୀ କୁମାର, ସୁଚିତ୍ରା ଡାଙ୍ଗୁଆ, ଦିଲେଶ୍ୱରୀ ମହାକୁଡ଼, ସୌମ୍ୟାଶ୍ରୀ ଦାସ ଓ ସତ୍ୟ ସନାତନ ପାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ବଦଳି, ପୋଷ୍ଟିଂ ପାଇଁ ଚାପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୧।୧୧: ବଦଳି, ପୋଷ୍ଟିଂ ପାଇଁ ଚାପ ପକାଉଥିବା କର୍ମଚାରୀଙ୍କୁ ବଡ଼ ଝଟକା। ବଦଳି, ପୋଷ୍ଟିଂ ପାଇଁ କୌଣସି ଚାପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ। ଏନେଇ ସବୁ...

ଓଡ଼ିଶାରେ ଅଗ୍ନିଶମ ଆଧୁନିକୀକରଣ ପାଇଁ ୨୦୧ କୋଟି ଟଙ୍କା ମଞ୍ଜୁର କଲେ ସରକାର

ଭୁବନେଶ୍ୱର,୧୧।୧୧: ରାଜ୍ୟରେ ଅଗ୍ନିଶମ ବାହିନୀକୁ ଆହୁରି ସଶକ୍ତ କରିବାକୁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ...

ଆଗକୁ ବଢ଼ିବ ଶୀତ, ଖୋଜାହେବ କମ୍ବଳ,କନ୍ଥା

ଭୁବନେଶ୍ୱର,୧୧।୧୧: ଉପକୂଳ ଓଡ଼ିଶା ସହ କିଛି ଜାଗାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଉପକୂଳ ଓ ମୟୂରଭଞ୍ଜ, କେନ୍ଦୁଝରରେ ହାଲୁକା ବର୍ଷା ସମ୍ଭାବନା ପାଣିପାଗ ବିଭାଗ...

ଋତୁସ୍ରାବ ପାଇଁ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୧।୧୧: ମହିଳା ସରକାରୀ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇ ଅର୍ଥ...

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ: ଅତନୁ ସବ୍ୟସାଚୀଙ୍କ ବିସ୍ଫୋରଣ ବୟାନ, ଜାଣନ୍ତୁ କ’ଣ କହିଲେ…

ଭୁବନେଶ୍ୱର,୧୧।୧୧: ବିସ୍ଫୋରଣ ବୟାନ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। କେନ୍ଦ୍ରାପଡା ମହାକାଳପଡା ଆୟୋଜିତ ଏକ ସଭାରେ ଅତନୁ କହିଛନ୍ତି, ପୁଣିଥରେ ଲୋକ ନବୀନଙ୍କୁ...

ଭାଜପା ସହ ବିଜେଡିର ୨୭ ବିଧାୟକ ଏବେ ବି ଅଛନ୍ତି ଯୋଗାଯୋଗରେ, ବିଧାୟକ ସରୋଜ ପାଢ଼ୀ କହିଲେ ଆମ…

ଭୁବନେଶ୍ୱର,୧୧।୧୧: ଗଞ୍ଜାମ ଜିଲା ଆସିକା ଭାଜପା ବିଧାୟକ ସରୋଜ ପାଢ଼ୀ ସୋମବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ବିଜେଡିର ୨୭ ବିଧାୟକ ଭାଜପାର ଶୀର୍ଷ ନେତୃତ୍ୱ...

ବିଜେଡି ସରକାରରେ ଓଡ଼ିଶା ଅପରାଧର ସାମ୍ରାଜ୍ୟ ଥିଲା: ଭାଜପା

କଟକ,୧୧ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ କମିଟି ମୁଖ୍ୟ ସ୍ନେହାଙ୍ଗିନୀ ଛୁରିଆ ଗଣବଳାତ୍କାର ଘଟଣାରେ ଭାଜପାକୁ ଟାର୍ଗେଟ କରିଥିବାରୁ ତାଙ୍କୁ ସିଏମ୍‌ସି ୨୬ ନମ୍ବର ଓ୍ବାର୍ଡ...

ରାଜ୍ୟରେ ଖୁବ୍‌ଶୀଘ୍ର ପ୍ରତିଷ୍ଠା ହେବ ୪ଟି ମହିଳା କୋର୍ଟ: ଆଇନ ମନ୍ତ୍ରୀ

ଭୁବନେଶ୍ୱର,୧୧ା୧୧(ସୁନିତ୍‌ ମିଶ୍ର): ରାଜ୍ୟରେ ମହିଳାମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଲାଗି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ମହିଳାଙ୍କ ବିରୋଧରେ ବଢ଼ିଚାଲିଥିବା ଅପରାଧକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri