ଆରଡି, ୯।୫(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତର ୫ଜଣ ଅନ୍ନପୁନ୍ନା ହିତାଧିକାରୀଙ୍କୁ ଶୁକ୍ରବାର ୩ ମାସର ଚାଉଳ ବଣ୍ଟନ କରାଯାଇଛି। ଜିଲା ଯୋଗାଣ ଅଧିକାରୀ ମିର୍ ରାଜା ଅଲ୍ଲିଙ୍କ ହସ୍ତକ୍ଷେପ ଯୋଗୁ ଏହା ସମ୍ଭବ ହୋଇଥିବା ଜଣାପଡିଛି। ଦୀର୍ଘଦିନ ହେଲା ଏହି ପଞ୍ଚାୟତର ସୁକାନ୍ତି ଲତା ମହାନ୍ତି, ଉମାମଣି ସାହୁ, କୈଳାସ ଚନ୍ଦ୍ର ସାହୁ, ଦେବକୀ ଜେନା ମାସିକ ୧୦ କିଲୋଗ୍ରାମ୍ ଅନ୍ନପୁର୍ଣ୍ଣା ଯୋଜନାରେ ଚାଉଳ ପାଉ ନ ଥିଲେ। ସେମାନଙ୍କୁ ପୁନଃ ଚାଉଳ ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶ ପତ୍ର ମିଳିଥିଲା। ଏହାପରେ ଜିଲା ଯୋଗାଣ ଅଧିକାରୀ ଚାଉଳ ପ୍ରଦାନ କରିବାକୁ ବ୍ଲକ ଯୋଗାଣ ଅଧିକାରୀ ଓ ଏକ ସ୍ବୟଂ ସହାୟକ ଗୋଷ୍ଠୀକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଚାଉଳ ପାଇଲା ପରେ ସମସ୍ତ ହିତାଧିକାରୀ ଖୁସି ବ୍ୟକ୍ତ କରିଛନ୍ତି।